ରବି ନାରାୟଣ ସାହୁ/ ଖୋର୍ଦ୍ଧା-କାର୍ଯ୍ୟରତ ସାମ୍ବାଦିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି।୨୨ବର୍ଷର ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ କିଛି ଆଇନ ପ୍ରଣୟନ ନକରିବା ଦୁଃଖଦାୟକ ଘଟଣା ବାରମ୍ବାର ସମସ୍ତ ହାତରେ ଆକ୍ରୋଶ ର ଶିକାର ହେଉଛନ୍ତି। ବିଞ୍ଜlରପୁର ,ନୟାଗଡ଼ ଓ ଚାନ୍ଦବାଲିରେ ଯେଉଁ ଘଟଣା ମାନ ଘଟିଛି ତାକୁ ଭିତ୍ତିକରି ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ (ଖୋର୍ଦ୍ଧା)ର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଉମା ପ୍ରସାଦ ରାମ, ଶରତ ବାରିକ, ସତ୍ୟ ପାଇକରାୟ, ଜିତୁ ସାହୁ, ହରିହର ଖାଡଙ୍ଗା, ସତ୍ୟ ନାରାୟଣ ଦାସ,ରଣଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ଦାବି ପତ୍ର
- Hits: 412