ବଲାଙ୍ଗିର : ବଲାଙ୍ଗିର ଜିଲାର ବଲାଙ୍ଗିର ସଦର, ଦେଓଗାଁ ତଥା ଗୁଡଭେଲା ପଞ୍ଚାୟତ ସମିତିରେ ମଙ୍ଗଳାବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଜିଲାର ଅନ୍ୟ ପଞ୍ଚାୟତ ସମିତି ତୁଳନାରେ ବଲାଙ୍ଗିର ସଦର ଓ ଦେଓଗାଁରେ ନିର୍ବାଚନକୁ ନେଇ ଢେର ଉଷ୍ମତା ରହିଛି । ୧ଲକ୍ଷ ୯୫ହଜାର ୨୩୯ ଭୋଟର ୭୬୦ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି |।
ବଲାଙ୍ଗିର ସଦର ପଞ୍ଚାୟତ ସମିତିର ୨୫ଟି ପଞ୍ଚାୟତର ୨୯୬ଟି ବୁଥରେ ୮୨ହଜାର ୪୦ଜଣ ମତଦାତା ମତଦାନ କରିବେ। ୮ଟି ଗୋଲାପୀ ବୁଥ୍ ରହିଥିବା ବେଳେ ୨୨ ଓ ୨୩ ନମ୍ବର ଜିଲା ପରିଷଦ ଆସନରେ ୬ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ନିର୍ବାଚନ ଲଢୁଛନ୍ତି ୧୦୪ ସରପଞ୍ଚ ଓ ୮୩ଜଣ ସମିତି ସଭ୍ୟ ଆଶାୟୀ । ୧୬୫ ଜଣ ୱାର୍ଡ ସଭ୍ୟ ନିନ୍ଦ୍ୱର୍ନ୍ଦରେ ବିଜୟୀ ହୋଇ ସାରିଛନ୍ତି । ୩୩ଟି ସମ୍ବେଦନଶୀଳ ଓ ୧୦ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି । ୩୨୫ ପ୍ରିଜାଇଡିଂ ଓ ୬୫୦ ପୋଲିଂ ଅଧିକାରୀ ନିର୍ବାଚନ ପରିଚାଳନା କରିବେ। ଏଥିସହିତ ଦେଓଗାଁ ପଞ୍ଚାୟତ ସମିତିର ୨୬ଟି ପଞ୍ଚାୟତରେ ୩୧୩ ବୁଥରେ ୭୫ହଜାର ୭୪୪ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏଠାରେ ୩୪୪ଜଣ ପ୍ରିଜାଇଡିଂ ଓ ୬୮୮ଜଣ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୧୨ ଓ ୧୩ ନମ୍ବର ଜିଲା ପରିଷଦ ଆସନରେ ୬ଜଣ ଥିବା ବେଳେ ସରପଞ୍ଚ ପଦ ପାଇଁ ୯୭ ଓ ସମିତି ସଭ୍ୟ ପଦ ପାଇଁ ୮୧ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । କୌଣସି ପ୍ରତିଦ୍ୱନ୍ଦି ନଥିବାରୁ ଜଣେ ସରପଞ୍ଚ, ୩ ସମିତି ସଭ୍ୟ ଓ ୧୯୫ ୱାର୍ଡ ସଭ୍ୟ ବିଜୟୀ ହୋଇଥିବା ସୂଚନା ମିଳିଛି। ଶହେଟି ସମ୍ବେଦନଶୀଳ ଓ ୫୩ ଟି ଅତି ସମ୍ବେଦନଶୀଳ ବୁଥ୍ ସହ ୧୦ଟି ଗୋଲାପୀ ବୁଥ୍ କରାଯାଇଛି । ଆଉ ଗୁଡଭେଲା ପଞ୍ଚାୟତ ସମିତିର ୧୩ ପଞ୍ଚାୟତରେ ୧୫୧ ବୁଥରେ ୩୭ହଜାର ୪୫୫ଜଣ ଭୋଟଣ ମତଦାନ କରିବେ । ୧୬୬ଜଣ ପ୍ରିଜାଇଡିଂ ଓ ୩୩୨ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ୩୪ଟି ସମ୍ବେଦନଶୀଳ ଓ ୧୨ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି । ୧୨ଟି ବୁଥ ଗୋଲାପୀ ବୁଥ୍ କରାଯାଇଛି । ଜଣେ ସରପଞ୍ଚ ଓ ୧୧୨ ୱାର୍ଡ ସଭ୍ୟ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ବିଜୟୀ ହୋଇଛନ୍ତି। ମଙ୍ଗଳବାର ନିର୍ବାଚନରେ ଏହି ପଞ୍ଚାୟତ ସମିତିର ୫ ଓ ୬ନମ୍ବର ଜିଲା ପରିଷଦ ଆସନରେ ୬ଜଣ, ସରପଞ୍ଚ ୪୭ ଓ ସମିତି ସଭ୍ୟ ୩୪ ଓ ୱାର୍ଡ ସଭ୍ୟ ୧୭୫ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ନିର୍ବାଚନ ପ୍ରାକ୍ ସ୍ଥିତି ଅନୁଧ୍ୟାନ ପାଇଁ ଜିଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କ ସହ ଅନ୍ୟ ଅଧିକାରୀମାନେ ବିଭିନ୍ନ ପଞ୍ଚାୟତ ସମିତି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି । ପୁଲିସ ପକ୍ଷରୁ ଏହି ତିନି ପଞ୍ଚାୟତରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାଜ୍ୟ
ବଲାଙ୍ଗିର, ଦେଓଗାଁ ସହ ଗୁଡଭେଲାରେ ଆଜି ମତଦାନ
- Hits: 842