ହେଡଲାଇନସ୍:

କଳମିଶ୍ରି ଜୟନ୍ତପୁର ସେବା ସମବାୟ ସମିତିରେ ଧାନ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମୟସୀମା ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କଲେ ଚାଷୀ

ନିଶ୍ଚିନ୍ତକୋଇଲି,/ଦେବେନ୍ଦ୍ର ଷଢଙ୍ଗୀ:- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା କଳମିଶ୍ରି ଜୟନ୍ତପୁର ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି ରହିଛି । କଳମିଶ୍ରି ଜୟନ୍ତପୁର ସେବା ସମବାୟ ସମିତିରୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ ମିଲର ମାଧ୍ୟମରେ କିଣାଯାଉଛି । ସମବାୟ ସମିତିର ସମ୍ପାଦକ ଜିତେନ୍ଦ୍ର କୁମାର ଘଡେ଼ଇ, ସହ ସମ୍ପାଦକ ଅଶୋକ କୁମାର ସ୍ୱାଇଁ,ପ୍ୟାଡ଼ି କମିଟିର ସଭ୍ୟ ବିଜୟ କୁମାର ରାଉତ,ପ୍ରଦିପ୍ତକିଶୋର ଷଢଙ୍ଗୀ,ଡ଼ମ୍ବରୁଧର ସାମଲ,ନୃସିଂହଚରଣ ପଣ୍ଡା,ଡ଼ିଇଓ ଜୀବନ କୁମାର ବେହେରା,ଅଜୟ କୁମାର ରାଉତଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସେବା ସମବାୟ ସମିତିରେ ମୋଟ୍ ୩୫୫ ଜଣ ଚାଷୀ ପଞ୍ଜିକରଣ କରିଥିଲା ବେଳେ ୨୧ ତାରିଖ ସୁଦ୍ଧା ୨୦୪ ଜଣ ଧାନ ଚାଷୀ ଙ୍କ ଠାରୁ ମୋଟ୍ ୪୯୬୧ କ୍ୱି ।ଲ ଧାନ ସଂଗ୍ରହ କରାଯାଇଛି । ଏହି ସେବା ସମବାୟ ସମିତିରେ ଚାଷୀମାନେ ଠିକ୍ ଭାବେ ଧାନ ଦେଉଛନ୍ତି କିନ୍ତୁ ସରକାରଙ୍କ ତରଫରୁ ଧାନଦେବାର ସମୟସୀମାକୁ ଯଦି ବୃଦ୍ଧି କରାଯାଆନ୍ତା ତାହେଲେ ଏଠାରେ ସମସ୍ତ ଚାଷୀ ଧାନ ଦେଇପାରନ୍ତେ । ତେଣୁ ଚାଷୀମାନେ ସରକାରଙ୍କ ନିକଟରେ ସମୟସୀମା ବୃଦ୍ଧି କରିବାକୁ ଦୃଢ ଦାବି କରିଛନ୍ତି ।

0
0
0
s2sdefault