ହେଡଲାଇନସ୍:

ବଡ଼ଚଣା ରେ ସରିଲା ମତଦାନ : ଚାଲିଲା ଅଙ୍କ କଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡ଼ଚଣା ବ୍ଲକର ସମସ୍ତ ପଂଚାୟତରେ ଗତ ଅଠର ତାରିଖରେ ସରିଲା ମତ ଦାନ | ଏବେ ଚାଲିଛି ଅଙ୍କକଷା | କେଉଁ ପ୍ରାର୍ଥୀର କେତେ ଭୋଟ | ମତ ଦାନ ବେଳେ କେତେକ ପଂଚାୟତ ମାନଙ୍କରେ ଗଣ୍ଡଗୋଳ ହୋଇଥିଲା ବେଳେ ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ସାଧାରଣ ଜନତା ଆଙ୍ଗୁଠି ଉଠେଇଥିଲେ | ଦୀର୍ଘ ବର୍ଷ ହେଲା ବଡ଼ଚଣା ବ୍ଲକରେ ଆସ୍ଥାନ ଜମାଇ ବସିଥିବା ସହ ଦଳର ପ୍ରଭାବ ବିସ୍ତାର ପାଇଁ କାର୍ଯ୍ୟ କରୁଥିବା ସାଧାରଣରେ ଆଲୋଚନ ହେଉଛି | ଗତ ୧୮ ତରିଖ୍ ମତ ଦାନ ଦିନ ଚମ୍ପାପୁର ପଂଚାୟତର ତିନି ନମ୍ବର ବୁଥରେ ଭୋଟ ବାକ୍ସ ବିନା ସିଲରେ ଆଣି ଵାଲାଟ ପେପର ପୁରଉଥିବା ଘଟଣାକୁ ନେଇ ତୁମ୍ଭି ତୋଫାନ ହୋଇଥିଲା |ଏହି ଘଟଣା କୁ ନେଇ ବଡ଼ଚଣା ବିଡ଼ିଓଙ୍କୁ ସର୍ବସାଧାରଣରେ ହଲା ପଟା ହେବାକୁ ପଡିଥିଲା | ଏଇ ଘଟଣା ପରେ ପଂଚାୟତ ନିର୍ବାଚନରେ ପ୍ରଶାସନର ସ୍ଵଛତା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି |

0
0
0
s2sdefault