ହେଡଲାଇନସ୍:

ସାମ୍ବାଦିକ ଆକ୍ରମଣକୁ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ପୁରୀ ଶାଖା ପକ୍ଷରୁ ନିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକମାନେ । ଯାଜପୁରର ବିଞ୍ଝାରପୁର ହେଉ ଅବା ପୁରୀର କଣାସ-ଡେଲାଙ୍ଗ ହେଉ । ଖବର ସଂଗ୍ରହ ହେବେ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ। ହେଉଛି ମାରଣାନ୍ତକ ଆକ୍ରମଣ । ଏପରି ଅନେକ ଘଟଣା ପ୍ରତିଦିନ ଘଟୁଛି ସାମ୍ବାଦିକମାନଙ୍କ କର୍ମ ଜୀବନରେ । ନିକଟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଖବର ସଂଗ୍ରହ ବେଳେ ଦୁର୍ବୃତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ୩ଜଣ ସାମ୍ବାଦିକ। ଗୁରୁତ୍ତର ସାମ୍ବାଦିକମାନେ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ) ପୁରୀ ଜିଲ୍ଲା ପକ୍ଷରୁ କଡା ନିନ୍ଦା କରାଯାଇଛି। ସାମ୍ବାଦିକ ସୁରକ୍ଷା ଆଇନ ରାଜ୍ୟ ସରକାର ତୁରନ୍ତ ଲାଗୁ କରିବା ପାଇଁ ସଂଘ ଦାବି କରିଛି। ଏ ସଂପର୍କରେ ଆଜି ଏକ ଜରୁରୀ ବୈଠକ ପୁରୀ ବଳଗଣ୍ଡି ମାଉସୀ ମା ମନ୍ଦିର ଠାରେରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଏ ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ମିଶ୍ର, ସୁଧାଂଶୁ କର, ରୁବି ନନ୍ଦ, ସୁଶାନ୍ତ ସାହୁ, ସଞ୍ଜୟ ଅଗ୍ରୱାଲ, କୁଲୁ ବିଶୋଇ, ନାଲୁ ପଟ୍ଟନାୟକ, ଅନିମେଶ ପଟ୍ଟନାୟକ ଓ ଅନ୍ୟ ସଭ୍ୟମାନେ ଯୋଗଦେଇ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାପାଇଁ ଦାବି ଉପସ୍ଥାପନ କରିଛନ୍ତି ।

0
0
0
s2sdefault