ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟରେ ଫେବୃୟାରୀ ୨୨ତାରିଖ ରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଓ କୁଜଙ୍ଗ ବ୍ଳକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । କୁଜଙ୍ଗ ବ୍ଳକର ୦୪ଟି ଜିଲ୍ଲା ପରିଷଦ ଜୋନ୍ର ୨୮ଟି ପଞ୍ଚାୟତରେ ୪୬୫ଟି ୱାର୍ଡ ବୁଥରେ ନିର୍ବାଚନ ଅନୁଷ୍ଠିତ ହେବ । କୁଜଙ୍ଗ ବ୍ଲକରେ ମୋଟ୍ ୧୩୮୨୯୫ ଜଣ ଭୋଟରଙ୍କ ମଧ୍ୟରୁ ୭୨୪୬୨ ଜଣ ପୁରୁଷ ଭୋଟର ଓ ୬୫୮୧୫ ଜଣ ମହିଳା ଭୋଟର ଏବଂ ୧୮ଜଣ କିନ୍ନର ଆସନ୍ତା କାଲି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । କୁଜଙ୍ଗ ବ୍ଳକର ୨୮ଟି ପଂଚାୟତ ରେ ୧୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୯୯ ଜଣ ସମିତି ସଭ୍ୟ ପ୍ରାର୍ଥୀ,୧୧୪ ଜଣ ସରପଂଚ ପ୍ରାର୍ଥୀ ଓ ୯୧୨ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । କୁଜଙ୍ଗ ବ୍ଲକ ପାଇଁ ବରିଷ୍ଠ ଅଧିକାରୀ ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ନିର୍ବାଚନ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଆଜି ସାରଳା ମହାବିଦ୍ୟାଳୟ, ରାହାମା ଠାରେ ପୋଲିଂ ଅଧିକାରୀ ମାନଙ୍କୁ ବିତରଣ କେନ୍ଦ୍ରରୁ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍ ଅଭିମୁଖେ ପ୍ରେରଣା କରାଯାଇଅଛି । ୧୩୯୫ ଜଣ ପୋଲିଂ ଅଧିକାରୀ ଓ ୪୬୫ ଜଣ ପୋଲିସଙ୍କୁ ମିଶାଇ ମୋଟ୍ ୧୮୬୦ ଜଣ ପୋଲିଂ କର୍ମଚାରୀ ବିଭିନ୍ନ ବୁଥ୍ ପାଇଁ ନିୟୋଜିତ ହୋଇଛନ୍ତି । ୨୮ଟି ପଂଚାୟତ ପାଇଁ ୨୮ଜଣ ସେକ୍ଟର ଅଫିସର ଓ ୦୬ ଜଣ ସେକ୍ଟର ସୁପରଭାଇଜର ନିୟୋଜିତ ହୋଇଛନ୍ତି । ୨୨ ଗୋଟି ମୋବାଇଲ୍ ପୋଲିସ ଟିମ୍ ଆଇନ ଶୃଙ୍ଖଳା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି । କୁଜଙ୍ଗ ବ୍ଲକରେ ୮୭ ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସେହିପରି ରଘୁନାଥପୁର ବ୍ଲକ ପାଇଁ ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ଠାରେ ବିତରଣ କେନ୍ଦ୍ରରୁ ୧୯ଟି ପଂଚାୟତର ୩୧୩ ଟି ବୁଥ୍ରେ ପୋଲିଂ ଅଧିକାରୀ ମାନେ ପହଟିଛନ୍ତି । ରଘୁନାଥପୁର ବ୍ଲକର ୨ଟି ଜିଲ୍ଲାପରିଷଦ ଜୋନ୍ର ୧୯ଟି ପଂଚାୟତର ୩୧୩ ଟି ବୁଥରେ ୬୯,୩୭୦ ଜଣ ଭୋଟର ରହିଛନ୍ତି । ଏହି ବ୍ଲକରେ ନିର୍ବାଚନ ନିମନ୍ତେ ୯୩୯ ଜଣ ପୋଲିଂ ଅଧିକାରୀ ଓ ୩୧୩ ଜଣ ପୋଲିସ ବିଭିନ୍ନ ବୁଥ୍ ପାଇଁ ନିୟୋଜିତ ହୋଇଛନ୍ତି । ସେ ମଧ୍ୟରୁ ୫୫ଟି ବୁଥ୍ରେ କେବଳ ୧୬୫ ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ବ୍ଲକରେ ୩୭ ଟି ବୁଥ୍ ଉତେଜନା ପ୍ରବଣ ଓ ୫୧ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଅଛି । ଏହି ବ୍ଲକରେ ୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୭୧ଜଣ ସମିତି ସଭ୍ୟ, ୯୮ ଜଣ ସରପଂଚ ଓ ୩୩୭ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ୍ ପଟାଓରୀ ରଘୁନାଥପୁର ଓ କୁଜଙ୍ଗ ବ୍ଲକର ବିତରଣ କେନ୍ଦ୍ର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ବିତରଣ କେନ୍ଦ୍ରରେ ଉପସ୍ଥିତ ରହି ସମସ୍ତ ବୁଥ୍ର ପୋଲିଂ ଅଧିକାରୀମାନଙ୍କୁ ପ୍ରେରଣ କରିବା କାର୍ଯ୍ୟ ତଦାରଖ କରିଥିଲେ । ୧୭ଟି ପୋଲିସ୍ ମୋବାଇଲ ପାର୍ଟି ଆଇନ୍ ଶୃଙ୍ଖଳା ଦାୟିତ୍ବରେ ରହିଛନ୍ତି । ୧୯ଳଣ ସେକ୍ଟର ଅଫିସର ଓ ୩ ଜଣ ସେକ୍ଟର ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଅଶ୍ୱର ସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା,ତିନିଜଣ ଆରକ୍ଷୀ ନିରୀକ୍ଷକ ସହ ୫ ପ୍ଲାଟୁନ୍ ପୋଲିସ୍ ରଘୁନାଥପୁର ବ୍ଲକ୍ ପାଇଁ ନିୟୋଜିତ ହୋଇଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିମଳେନ୍ଦୁ ରାୟ ,ଉଭୟ ବ୍ଲକର ସେକ୍ଟର ଅଫିସର ,ବି.ଡି.ଓ,ତହସିଲଦାର,ପୋଲିସ୍ ଅଧିକାରୀ,ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ମାନଙ୍କୁ ନିର୍ବାଚନ ସୁପରିଚାଳନା ସଂପର୍କରେ ପରାମର୍ଶ ଦେଇଥିଲେ ।
ରାଜ୍ୟ
ଚତୁର୍ଥ ପର୍ଯ୍ୟାୟରେ ରଘୁନାଥପୁର ଓ କୁଜଙ୍ଗରେ ନିର୍ବାଚନ ।
- Hits: 321