ହେଡଲାଇନସ୍:

କେନ୍ଦ୍ରରେ ବଢୁଛି ଓଡ଼ିଆ ନେତାଙ୍କ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରରେ କ୍ଷମତାସୀନ ହେବାପରେ ଓଡ଼ିଆ ମାନଙ୍କର ଗୁରୁତ୍ବ ବଢ଼ିବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳ ହେଉ କିମ୍ବା ଦଳର ସାଂଗଠନିକ ଦାୟିତ୍ୱ ହେଉ ସବୁଠାରେ ଓଡ଼ିଆ ନେତାମାନଙ୍କର ପ୍ରଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ର ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ବର ଆସ୍ଥାଭାଜନ ହୋଇପାରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତର ପ୍ରଦେଶର ବିଧାନସଭା ଦାୟିତ୍ବ ଦିଆଯାଇଥିବାବେଳେ ବୈଜୟନ୍ତଙ୍କୁ ଆସାମ ଓ ଦେଶର ସର୍ବବୃହତ ପୌର ନିର୍ବାଚନ ଦିଲ୍ଲୀ ପ୍ରଦେଶ ଦାୟିତ୍ବ ଦିଆଯାଇଛି। ସେହିପରି ସମ୍ବିତଙ୍କୁ ମଣିପୁର ନିର୍ବାଚନ ଦାୟିତ୍ବ ଦିଆଯାଇଛି। ଏହି ୩ ଓଡିଆ ନେତାଙ୍କ ରଣନୀତି ଓ ତତ୍ୱାବଧାନରେ ଦଳ ନିର୍ବାଚନ ରଣାଙ୍ଗନକୁ ଓଲ୍ହାଇଛି। ନିକଟରେ ମଣିପୁର ପାଇଁ ଦଳର ନିର୍ବାଚନ ଘୋଷଣାପତ୍ର ସମ୍ବିତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଥିବାବେଳେ ଉତ୍ତର ପ୍ରଦେଶର ୨ଟି ପର୍ଯ୍ୟାୟ ନିର୍ବାଚନ ସରିଛି। ବୈଜୟନ୍ତଙ୍କୁ ଆସାମର ୮୦ ଗୋଟି ମୁନିସିପାଲଟି ବୋର୍ଡ ନିର୍ବାଚନର ଗୁରୁଦାୟିତ୍ବ କେନ୍ଦ୍ର ନେତୃବୃନ୍ଦ ନ୍ୟସ୍ତ କରିଛନ୍ତି। ନାମାଙ୍କନ ଦାଖଲ ସରିଥିବା ବେଳେ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଭୋଟ୍‌ ଗ୍ରହଣ ଓ ୯ ତାରିଖରେ ଏହାର ଗଣତି ହେବ। ବୈଜୟନ୍ତଙ୍କ ଦକ୍ଷ ନେତୃତ୍ବ, ଆସାମ ପ୍ରଦେଶର ଲଢୁଆ କାର୍ଯ୍ୟକର୍ତ୍ତା ଓ ପ୍ରଦେଶ ପଦାଧିକାରୀଙ୍କ କଠିନ ପରିଶ୍ରମ ବଳରେ ବିଧାନସଭା ନିର୍ବାଚନରେ ବିଜେପି ବଡ ସଫଳତା ପାଇଥିଲା। ଏବେ ୮୦ ଗୋଟି ମୁନିସିପାଲଟି ବୋର୍ଡରେ ହେବାକୁଥିବା ନିର୍ବାଚନ ବୈଜୟନ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ; କାରଣ ସହରାଞ୍ଚଳ ଭୋଟରମାନେ ସାଧାରଣତଃ ଅଧିକ ସଚେତନ, ଶିକ୍ଷିତ ହୋଇଥାନ୍ତି। ସହର ଗୁଡିକର ବିଭିନ୍ନ ସମସ୍ୟା ସହିତ ଅବଗତ ଓ ସଚେତନ ଥାନ୍ତି। ଆସାମ ପ୍ରଦେଶ ସୀମାରେ ଥିବା ଜିଲ୍ଲାଗୁଡିକରେ ଅନ୍ୟ ରାଜ୍ୟର ପ୍ରଭାବ ମଧ୍ୟ ରହିଥାଏ। ଯଦିଓ ବୈଜୟନ୍ତଙ୍କ ତତ୍ତ୍ବାବଧାନରେ ପ୍ରାର୍ଥୀ ଚୟନରେ କୌଣସି ଅସନ୍ତୋଷ ଦେଖାଯାଇନାହିଁ, ସହରାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବା ଦିଗରେ କେଉଁ ଆଭିମୁଖ୍ୟ ନେଇ ଦଳ ନିର୍ବାଚନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର । ଏବେ ଏହି ୩ ନେତା ନିଜ ଦାୟିତ୍ୱରେ ଥିବା ରାଜ୍ୟ ମାନଙ୍କରେ ଡେରା ପକାଇଥିବା ବେଳେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ଘନଘନ ବୈଠକ କରି ନିର୍ବାଚନ ଋଣନୀତି ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ବିଧାନସଭା ନିର୍ବାଚନ ପରେ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ କରିବା ଓ କୌଣସି ଅସନ୍ତୋଷକୁ ସଫଳତାର ସହ ମୁକାବିଲା କରିବାରେ ବୈଜୟନ୍ତ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ସେଥିପାଇଁ ମୁନିସିପାଲଟି ବୋର୍ଡ ନିର୍ବାଚନ ବୈତରଣୀ ପାରି ହେବା ବୈଜୟନ୍ତଙ୍କ ପାଇଁ ବିଶେଷ କଷ୍ଟକର ହେବନାହିଁ। ବୈଜୟନ୍ତଙ୍କ ଦକ୍ଷତାକୁ ଦେଖି କେନ୍ଦ୍ର ନେତୃବୃନ୍ଦ ତାଙ୍କୁ ଦୁଇ ଦୁଇଟି ପ୍ରଦେଶରେ ଦାୟିତ୍ବ ଦେଇଥିବାବେଳେ ଦିଲ୍ଲୀ ହେଉଛି ଦେଶର ସର୍ବବୃହତ ପୌର ନିର୍ବାଚନ। ବିଗତ ଦିନରେ ଏହି ୩ ନେତା ଦଳ ପାଇଁ ଅନେକ ସଫଳତା ଆଣିଥିବାବେଳେ ଚଳିତ ନିର୍ବାଚନରେ କେତେ ସଫଳତା ମିଳୁଛି ତାହା ଉପରେ ସମସ୍ତଙ୍କ ନଜର । କେବଳ ରାଜନୀତି କ୍ଷେତ୍ରରେ ନୁହେଁ ବରଂ ଦେଶର ବିଭିନ୍ନ ସାମ୍ବିଧାନିକ ପଦ ପଦବୀରେ ଓଡ଼ିଆଙ୍କୁ ଗୁରୁତ୍ବ ମିଳୁଛି। ଶକ୍ତିକାନ୍ତ ମିଶ୍ରଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ଗିରିଶ ଚନ୍ଦ୍ର ର୍ମୁମୁଁ ଙ୍କୁ ଦେଶର ସିଏଜି ଭଳି ଦାୟିତ୍ୱ ଯାହାକି ଆଗରୁ ନଜିର ନଥିଲା।

0
0
0
s2sdefault