ହେଡଲାଇନସ୍:

 ‘ମାରୱାଡି ଯୁବ ମଞ୍ଚ’ ଏବଂ ‘ବାଲେଶ୍ୱର ରୋଟାରୀ କ୍ଲବ ଅନ ସି’ ପକ୍ଷରୁ  ମେଗା ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-07-18-Blood-Donation-Cam.jpg - 105.42 kB

ବାଲେଶ୍ୱର/ ଉଜ୍ଜ୍ୱଳ କର : ‘ମାରୱାଡି ଯୁବ ମଞ୍ଚ’ ଏବଂ ‘ବାଲେଶ୍ୱର ରୋଟାରୀ କ୍ଲବ ଅନ ସି’ର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହରର ହୋଟେଲ କଳିଙ୍ଗ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟ ସମ୍ପାଦନରେ ସଂଗଠନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ରକ୍ତାଦାତାମାନଙ୍କୁ ଉତ୍ସାହିତ  କରିବା ସହିତ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ବେଶ ଉଦାହରଣ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଲେଖାଏଁ ବୃକ୍ଷଚାରା ପ୍ରଦାନ କରାଯାଇଥିଲା । ଏହା ସହିତ ପୋଦାର ଡିଷ୍ଟ୍ରିବ୍ୟୁଟର  ପକ୍ଷରୁ ରକ୍ତଦାତାମାନଙ୍କୁ ଏକ ଲକ୍ଷ ଟଙ୍କାର ବର୍ଷିକିଆ ବୀମା ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୀନାକ୍ଷୀ ରାୟ, ଡା. ଆକାଶ ମୋଦୀ, ଡା. ସୁରେଶ ଅଗ୍ରୱାଲ, ତା. ତାପସ ଦାସ ପ୍ରମୁଖ ଏହି ଶିବିରରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ  ମାରୱାଡି ଯୁବ ମଂଚ ଏବଂ ବାଲେଶ୍ୱର ରୋଟାରୀ କ୍ଲବ ଅନ ସି ଭଳି ବିଭିନ୍ନ ସଂଗଠନମାନଙ୍କ ଉଦ୍ୟମ ଯୋଗୁଁ ସାମ୍ପ୍ରତିକ ସ୍ଥିତିରେ ରକ୍ତର ଅଭାବ ପୂରଣ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ମାରୱାଡି ଯୁବ ମଂଚର ସଭାପତି ସଞ୍ଜିବ ଅଗ୍ରୱାଲ, ସମ୍ପାଦକ ମୋହିତ ପୋଦାର, ରୋଟାରୀ କ୍ଲବ ଅଫ ବାଲେଶ୍ୱର ଅନ ସିର ସଭାପତି ନିଖିଲ ଖଣ୍ଡେଲୱାଲ, ପ୍ରମୁଖ ଏଥିରେ ଉପସ୍ଥିତ ରହି ରକ୍ତାଦାତାଙ୍କୁ ଉତ୍ସାହିତ କରିବା ସହିତ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି  ଶିବିରରେ ବହୁ ଯୁବକ ଯୁବତୀ ଯୋଗ ଦେଇ ରକ୍ତଦାନ କରିଥିଲେ । ଶିବିର ଶେଷ ସୁଦ୍ଧା ମୋଟ ୨୦୧୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁକ୍ତାର ଅହମ୍ମଦ, ମନୋଜ ପୋଦାର, ପାରେଶ ଶର୍ମା, ରିତେଶ ଅଗ୍ରୱାଲ, ଅମିତ ଅଗ୍ରୱାଲ, ଦୀପକ ଶର୍ମା, ହର୍ଷ ଗୁପ୍ତା, ମୋହିତ ଅଗ୍ରୱାଲ, ଶିବୁ ପୋଦାର, ରୋହିତ ଶାହା, ମହେନ୍ଦ୍ର ଶାହା, ସୌରଭ ରାଠି, ମେହୁଲ ଭୋରା, ସୁଶୀଲ ଜାଲାନ୍, ଅଙ୍କିତ ଖଣ୍ଡେଲୱାଲ, ଆଦିତ୍ୟ ସିଂହ, ଅନୁରାଗ ଅଗ୍ରୱାଲ, ଆଶିଷ ଖଣ୍ଡେଲୱାଲ ପ୍ରମୁଖ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଶିବିରକୁ ପରିଚାଳନା କରିଥିଲେ ।

0
0
0
s2sdefault