ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ତିନୋଟି ବାଲି ଓ ସାତୋଟି ପଥର ବୋଝେଇ ହାଇୱା ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ତହସିଲ ପକ୍ଷରୁ ତିନୋଟି ବାଲି ଓ ସାତୋଟି ପଥର ବୋଝେଇ ହାଇୱାକୁ ଜବତ କରାଯାଇଛି । ଜବତ ହୋଇଥିବା ହାଇୱା ଗାଡି ଗୁଡିକଠାରୁ ଯୋରୀମାନା ଆଦାୟ କରାଯାଇ ତୁରନ୍ତ ଛାଡିଦେବା ପାଇଁ ସାଧାରଣରେ ଦାବି ହେଉଛି । ହେଲେ ତହସିଲ ପ୍ରଶାସନ ପକ୍ଷରୁ ଦିନ ଦିନ ଧରି ଏହି ଗାଡି ଗୁଡିକୁ ରାସ୍ତା ଉପରେ ଅଟକାଇ ରଖୁଥିବାର କାରଣ କ’ଣ ହୋଇପାରେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଗତ କାଲି ଏହି ଅ ଳ ବିଭିନ୍ନ ବାଲି ଘାଟରୁ ତିନୋଟି ହାଇୱାଗାଡି ବେଆଇନ ଭାବେ ବାଲି ଉଠାଇ ଅନ୍ୟ ଆଡକୁ ଚାଲାଣ ହେଉଥିଲା ବେଳେ ତହସିଲ ସ୍କ୍ୱାଡ ଗାଡିକୁ ଜବତ କରିଥିଲା । ସେମାନଙ୍କଠାରୁ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ଜୋରୀମାନା ଆଦାୟ କରାଯାଇଥିବା ଜଣାଯାଇଛି । ସେହିପରି ଚଣ୍ଡିଖୋଲରୁ ୭ ଟି ହାଇୱାରେ ନଦୀବନ୍ଧରେ ପଥର ପ୍ୟାକିଂ ପାଇଁ ବେଆଇନ ଭାବେ ଆସୁଥିବା ପଥରଗାଡିକୁ ତହସିଲଦାର ଜବତ କରିଥିଲେ ମଧ୍ୟ ତାଙ୍କଠାରୁ କୌଣସି ଜୋରୀମାନା ଆଦାୟ ନକରି ଗାଡିକୁ ରାସ୍ତା ଉପରେ ଛିଡା କରି ରଖାଯାଇଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

0
0
0
s2sdefault