ହେଡଲାଇନସ୍:

ରାଣିତାଲ ସଡ଼କ ଦୁର୍ଘଟଣାରେ ୫ମୃତ ଛତ୍ରଛାତ୍ରୀଙ୍କ ପାଇଁ ଶୋକସଭା କଲା ଶହୀଦ୍ ଭଗତ୍ ସେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ଭଦ୍ରକ( ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ରାଣିତାଲ ଠାରେ ଗତ ୧୯ତାରିଖରେ ସଡ଼କ ଦୁର୍ଘଟଣାରେ ୫ଛାତ୍ରଛାତ୍ରୀଙ୍କର ମୃତ୍ୟୁ  ହୋଇଥିଲା  । ଏହି ଘଟଣା ସାରା ରାଜ୍ୟ ବାସୀଙ୍କୁ ସ୍ତବ୍ଧ କରିଥିଲା । ମୁଖ୍ୟମନ୍ତ୍ରୀ ମୃତ ଛାତ୍ରୀଛାତ୍ରୀଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଘୋଷଣା କରିବା ସହ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା  ଖର୍ଚ୍ଚ ପାଇଁ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଦୁଃଖ ପରିତାପର ବିଷୟ ଏ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ଆର୍ଥିକ ସହାୟତାରୁ ବଞ୍ଚିତ ହୋଇଛନ୍ତି ମୃତ ଛାତ୍ରଛାତ୍ରୀଙ୍କ ପରିବାର । ଏ ଭଳି ପରିସ୍ଥିତିରେ ୧୦ଦିନ ବିତିଯାଇଥିବା ବେଳେ ଆଜି ସେମାନଙ୍କର ଆତ୍ମାର  ସଦଗତି ନିମନ୍ତେ ଶୋକସଭା ପାଳିତ ହୋଇଯାଇଛି  । ଅସୁରା ହାଟସାହିରେ ଭଦ୍ରକ ଶହୀଦ୍ ଭଗତ୍ ସେନା ପକ୍ଷରୁ ମୃତ ଛାତ୍ରଛତ୍ରୀଙ୍କ ଆତ୍ମା  ସଦଗତି ନିମନ୍ତେ ଶୋକସଭା ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସ୍ଥାନିୟ ଅଂଚଳର ସମାଜସେବୀ  ମଦନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ  ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର,  ଅତିରିକ୍ତ ଏସ୍.ପି ବିକାଶ ଦାସ, ଏସ୍.ଡ଼ି.ପି.ଓ ଜଳନ୍ଧର ଜାଲି, ଗ୍ରାମାଂଚଳ ଥାନାଧିକାରୀ ଦୟାନିଧି ଦାସ, ପୁରୁଣା ବଜାର ଥାନାଧିକାରୀଣୀ ପ୍ରଜ୍ଞା ପାରମିତା ମହାନ୍ତି ଓ ଶହୀଦ୍ ଭଗତ୍ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମୃତ ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଭଗତ ସେନା ପକ୍ଷରୁ ୫ହଜାର ଗ୍ରାମବାସୀଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି ଶୋକସଭାରେ ସ୍ଥାନୀୟ ଅଂଚଳର ୯ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶହୀଦ୍ ଭଗତ୍ ସେନାର ସମସ୍ତ ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।  

0
0
0
s2sdefault