ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ସ୍ଥିତ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ନରେନ୍ଦ୍ରପୁର ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି ରହିଛି । ନରେନ୍ଦ୍ରପୁର ସେବା ସମବାୟ ସମିତିରୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ ମିଲର ମାଧ୍ୟମରେ କିଣାଯାଉଛି । ସମବାୟ ସମିତିର ସମ୍ପାଦକ ପ୍ରାର୍ଥସାରଥି ଦାସ, ପ୍ୟାଡ଼ି କମିଟିର ସଭ୍ୟ ସଞ୍ଜୟ କୁମାର ମହାନ୍ତି,ଦିବାକର ସାହୁ,ଅକ୍ଷୟ କୁମାର ଦାସ,ସୟଦ୍ ଅବଦୁଲ ବାରି,ଭିକାରୀ ଚରଣ ସେଠୀ,ବନବିହାରୀ ସେଠୀ ,ଆରଏମସି ର ସଭ୍ୟ ବ୍ରଜମୋହନ ପଣ୍ଡା ,ଡ଼ିଇଓ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସେବା ସମବାୟ ସମିତିରେ ମୋଟ୍ ୪୫୯ଜଣ ଚାଷୀ ପଞ୍ଜିକରଣ କରିଥିଲା ବେଳେ ୨୬୫ଜଣ ଚାଷୀଙ୍କ ଠାରୁ ୬୫୨୨ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି ।
ରାଜ୍ୟ
ନରେନ୍ଦ୍ରପୁର ସେବା ସମବାୟ ସମିତିରେ ଧାନ ସଂଗ୍ରହ
- Hits: 408