ସରକାରଙ୍କ ତରଫରୁ ଧାନଦେବା ଟୋକନ ସୀମା ବୃଦ୍ଧ କରିବାକୁ ଚାଷୀଙ୍କ ଦାବି
ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ସ୍ଥିତ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଉତ୍ତରକୂଳ ସେବା ସମବାୟ ସମିତି ତରଫରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ କ୍ରୟ କାର୍ଯ୍ୟ ଜାରି ରହିଛି । ଉ ରକୂଳ ସେବା ସମବାୟ ସମିତିରୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ ମିଲର ମାଧ୍ୟମରେ କିଣାଯାଉଛି । ସମବାୟ ସମିତିର ସମ୍ପାଦକ ଅଭିନାଶ ରାଉତ, ପ୍ୟାଡ଼ି କମିଟିର ସଭ୍ୟ ମନୋଜ କୁମାର ମହାନ୍ତି , ବାବାଜୀ ଚରଣ ଦାସ, କିଶୋର ସାହୁ,ମ୍ୟାନେଜର ଇତିଶ୍ରୀକାନ୍ତ ସ୍ୱାଇଁ,ଡ଼ିଇଓ ରାଜେଶ କୁମାର ସାହୁ,ସୌରୀପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସେବା ସମବାୟ ସମିତିରେ ମୋଟ୍ ୪୫୬ଜଣ ଚାଷୀ ପଞ୍ଜିକରଣ କରିଥିଲା ବେଳେ ୧୦୩ଜଣ ଚାଷୀଙ୍କ ଠାରୁ ୩୧୪୯ କ୍ୱି ।ଲ ଧାନ ସଂଗ୍ରହ କରାଯାଇଛି । ଯେହେତୁ ବିଳମ୍ବରେ ଧାନ କ୍ରୟ କାର୍ଯ୍ୟ ଆରମ୍ଭ କରାଯାଇଛି ବହୁ ଚାଷୀମାନଙ୍କର ଟୁକନ ତାରିଖ ମାସକରୁ ଅଧିକ ହେବାକୁ ବସିଲାଣି କିନ୍ତୁ ଧାନ ଧରାହେଇ ପାରିନାହିଁ । ସରକାରଙ୍କ ନିକଟରେ ଟୋକନ ତାରିଖ ସମୟସୀମା ବୃଦ୍ଧି କରିବା ପାଇଁ ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ତରଫରୁ ଏହି କଥାକୁ ଗୁରୁତ୍ୱ ଦିଆଯାଇ ଖୁବ୍ ଶୀଘ୍ର କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନେ ଦୃଢ ଦାବି କରିଛନ୍ତି । ନଚେତ୍ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।