ହେଡଲାଇନସ୍:

ଜନ୍ମାଷ୍ଟମି ପାଳନ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-07-18-nila-1.jpg - 63.23 kB

ପଦ୍ମପୁରରୁ ନୀଳ ପଦ୍ମ 

ଆସନ୍ତା ସେପ୍ଟେମ୍ବର ୨ ତାରିଖ ଦିନ ପଦ୍ମପୁର ଯାଦବ ସମାଜ ଆନୁକୁଲ୍ୟରେ ହେବାକୁ ଥିବା ଶ୍ରୀକୃଷ୍ନ ଜନ୍ମାଷ୍ଟମୀ ତଥା ନନ୍ଦୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରିକ୍ରେସନ ସେଂଟର ପରିସରରେ ରବିବାର ଦିନ ଅନୁଷ୍ଠିତ  ହୋଇଯାଇଛି  । ଉପଖଣ୍ଡ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ନୁତନ ପୁଜା କମିଟୀ ଗଠନ କରାଯାଇଥିଲା  । ଏଥିରେ ପୁଜା କମିଟୀର ସଭାପତି ଭାବରେ ରାଜୁ ଘିବେଲା, ସମ୍ପାଦକ ଓମପ୍ରକାଶ ବାଗ, କୋଷାଧ୍ୟକ୍ଷ ପିତବାସ ବଗର୍ତ୍ତୀ , ଉପସଈଭାପତି ଗଣପତି ବଗର୍ତି, ସହସମ୍ପାଦକ ଭାବେ ତବି ବନଛୋର ସର୍ବସମ୍ମତି କ୍ରମେ ମନୋନିତ ହୋଇଥିଲେ  । ଏଥି ସହିତ ଗଠିତ କଜାର୍ଯ୍ୟକାରୀ କମିଟୀରେ ଗଙ୍ଗାଧର ଚିରଗୁଣ, ଗୋପାଲ ଷାଣ୍ଢ, ପ୍ରଫୁଲ୍ଲ ଭୋଇ, ଘନଶ୍ୟାଲ ପୁଂଜି, ଆନନ୍ଦ ଜାଲ, ସୁନିଲ ମାଝୀ, ଭାଗେଶ୍ୱର ଭନଛୋର, ଚିନ୍ତାମଣୀ ମଲ୍ଲିକ, ମୋହନ ବନଛୋର, ସୁନିଲ କୁମାର ଭୋଇ, ଉପେନ୍ଦ୍ର ହଂସ, ବୃଷଭ ମାଝୀ, ସୁରୁ ମାଝୀ, ରାଜକିଶୋର ବାଗ, ଚିନ୍ତାମଣୀ ବନଛୋର ପ୍ରମୁଖଙ୍କୁ ମନୋନିତ କରାଯାଇଥିଲା  । ଉପଦେଷ୍ଟା କମିଟୀ ଭାବେ ଟିକେଶ୍ୱର ହଂସ, ନାଥ ହାତୀ, ଘାଁସି ଚିରଗୁଣ, ସପ୍ନେଶ୍ୱର ବଗର୍ତ୍ତୀ  ଏବଂକର୍ତ୍ତା ଭାବରେ ପମୋଦ କାଲସାଏ ଓ ତାଙ୍କ ଧର୍ମପତ୍ନୀ  ଗୌରୀ କାଲସାଏଙ୍କୁ ମନୋନୀତ କରାଯାଇଥିଲା  ।  ଚଳିତ ବର୍ଷ ଚାରି ଦିନ ବ୍ୟାପି ହେବାକୁ ଥିବା ଏହି ପୁଜାକୁ ଧୁମଧାମରେ ପାଳନ କରିବା ପାଇଁ କଂସ ଦରବାର, ସଂ·ର କଳା, କବି ସମ୍ମିଳନୀ , ଗୌଡ ବାଡିଖେଳ ଓ ନୃତ୍ୟଗୀତ ଭଳି ବିଭିନ୍ନ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା  । ଏଥି ସହିତ ଜାତୀୟ ସ୍ତରର ବିସମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ କଲାହାଣ୍ଡି ଜିଲ୍ଲାର କାଳାକାର ସର୍ବେଶ୍ୱର ଭୋଇ ଏବଂ ପଦ୍ମଶ୍ରୀ ହଲଧର ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପାଇଁ ସ୍ଥିରିକୃତ ହୋଇଥିଲା  । ଶେଷରେ ଗଙ୍ଗାଧର ଚିରଗୁଣ ଧନ୍ୟବାଦ ଅର୍ପଣ କରିଥିଲେ  । 

 

0
0
0
s2sdefault