ହେଡଲାଇନସ୍:

ଜିଲାସ୍ତରୀୟ ଶିକ୍ଷାବିଭାଗ ପେନସନ ଅଦାଲତ : ୨୬ ଗୋଟି କେସର ଫଏସଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-07-18-bari-.jpg - 41.42 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ଥର ପାଇଁ ଜିଲାସ୍ତରୀୟ ଶିକ୍ଷାବିଭାଗ ପେନସନ ଅଦାଲତ ଜିଲାଶିକ୍ଷାଅଧିକାରୀ ରଞନ କୁମାର ଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଅଛି |  ଏକ୍ତ ପେନସନ ଅଦାଲତକୁ ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନ୍ଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଉଦ୍ଘାଟନ କରିଥିଲେ ।  ଅବସରପ୍ରାପ୍ତ ଶିକ୍ଷକ , ଶିକ୍ଷୟତ୍ରୀ , ଶିକ୍ଷାବିଭାଗ କର୍ମଚାରୀ ମାନଙ୍କ ମଧ୍ୟରୁ ୩୫ ଜଣ ପେନସନ ଅଭିଯୋଗ ପତ୍ର ଆବେଦନ କରିଥିଲେ । ସେଥିମଧ୍ୟରୁ ୨୬ ଗୋଟି କେସର ଫଏସଲା କରାଯାଇଥିଲା । ଆୟୋଜିତ ଉକ୍ତ ପେନସନ ଅଦାଲତରେ ରାସଗୋବିନ୍ଦପୁର ବ୍ଲକର ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ ,ବାରିପଦା ବ୍ଲକର ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞାପାରମିତ ଜେନା , ରାଇରଙ୍ଗପୁର ବ୍ଲକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ ,ଅବସରପ୍ରାପ୍ତ ଶିକ୍ଷା ବିଭାଗ କର୍ମଚାରି ଗଣେଶ ଚନ୍ଦ୍ର ପ୍ରଧାନ , କୁଶକିଶୋର ମହାନ୍ତି ,ଜ୍ଞାନେନ୍ଦ୍ର ନାଥ ଦାସ ଙ୍କ ସମେତ ଜିଲାର ୨୬ ଗୋଟି ବ୍ଲକ ରୁ ଶିକ୍ଷାଅଧିକାରୀ ମାନେ ଯୋଗଦେଇ ପେନସନ ସମ୍ବନ୍ଧୀୟ କାର୍ଯ୍ୟକୁ ତଦାରଖ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟର ଆଶୁ ସମାଧାନରେ ସହଯୋଗ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶଶିଧର ବିଶ୍ୱାଳ ସଂଯୋଜନା କରିଥିଲେ । ଜିଲା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠ  ଅଫିସ ସହାୟକ ପତିତପାବନ ମହାପାତ୍ର , ଜିଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ , ସତ୍ୟନାରାୟଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଞପୁର ଉଛ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ମହାଲ ଓ ଗାୟତ୍ରୀ ମହାନ୍ତି ସମସ୍ତ ପେନସନ ଆବେଦନକାରୀ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ବହୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault