ହେଡଲାଇନସ୍:

ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଳା ବୈଠକ ଓ ବଜରଙ୍ଗ ଦଳ ସମିତି ଗଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)- ଭଦ୍ରକ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଆଜି ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନୁଷ୍ଠିତ  ସଭାରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଂପାଦକ ପ୍ରଶାନ୍ତ ପଣ୍ଡା, ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ମାନସ ମହାନ୍ତି, ପରିଷଦର ଜିଲ୍ଲା ସଭାପତି ବିଜୟ ସିନ୍ହା, କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ସଂପାଦକ କାହ୍ନୁ ଚରଣ ସିଂ ଏବଂ ଦୁର୍ଗାବାହିନୀ ରାଜ୍ୟ ସଂଯୋଜିକା ସୀପ୍ରା ରାଉତ ମଞ୍ଚାଶୀନ ଥିଲେ । ଭାରତର ଅଖଣ୍ଡତା, ସ୍ୱାଭିମାନ ଓ ଏକତା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପ୍ରତିଜ୍ଞାବଦ୍ଧ । କୌଣସି ପ୍ରକାର ରାଷ୍ଟ୍ରୀୟ ସମସ୍ୟାରେ ସଂଗଠନ ସଦା ସର୍ବଦା ନିଜର ଉପସ୍ଥିତି ଜାହିର କରି ଆସିଛି । ସଂଗଠନକୁ ଅଧିକ ମଜବୁତ, ସଶକ୍ତ କରିବା ସହ ଅଧିକ ସଂଖ୍ୟାର ରାଷ୍ଟ୍ରବାଦୀ ଯୁବକଙ୍କୁ ସାମିଲ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରାଣୀତାଲରେ ଘଟିଯାଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ  କରିଥିବା ୫ଜଣ କୋମଳମତିି ଶିଶୁଙ୍କର ଅମରଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଂଗଠନ ବଜରଙ୍ଗ ଦଳର ଜିଲ୍ଲା ଏବଂ ଭଦ୍ରକ ନଗର ପାଇଁ ରାଜ୍ୟ ସଂପାଦକ ଶ୍ରୀ ପଣ୍ଡାଙ୍କ ଅନୁମୋଦନ କ୍ରମେ ଦୁଇଟି ସମିତି ଗଠନ କରାଯାଇଥିଲା । ଭଦ୍ରକ ଜିଲ୍ଳା ସଂଯୋଜକ ଭାବରେ ଲଢୁଆ ଯୁବ ସଂଗଠକ ବିପିନ ବିହାରୀ ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଲା ସମିତିର ସହସଂଯୋଜକ ଭାବେ ବ୍ରହ୍ମାନନ୍ଦ ସାହୁ, ଅଜିତ ଭୋଇ, ନୀଳମଣି ମିଶ୍ର, ଦିଲୁ ନାୟକ, ଦାଶରଥି ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଠିକ୍ ସେହିପରି ବଜରଙ୍ଗ ଦଳ ଭଦ୍ରକ ନଗର ସମିତି ସକାଶେ ରାଷ୍ଟ୍ରବାଦୀ ଯୁବକ ଦେବାଶିଷ ଗ୍ରହାଚାର୍ଯ୍ୟଙ୍କୁ ନଗର ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସହସଂଯୋଜକ ଭାବରେ ପ୍ରଶାନ୍ତ ମଲ୍ଲିକ, କାହ୍ନୁ ସାହୁ, ମୟୁରେଶ ପାଢୀ ଏବଂ ଧନଞ୍ଜୟ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ମହେଶ ପ୍ରଧାନଙ୍କୁ ବିଦ୍ୟାର୍ଥୀ ସଂପର୍କ ପ୍ରମୁଖ ଓ ମାନସ ବାରିକଙ୍କୁ ସାପ୍ତାହିକ ମିଳନ ସତ୍ସଂଗର ପ୍ରମୁଖ ମନୋନୀତ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ନଗରକୁ ଅଧିକ ସଂଗଠିତ କରିବା ଉଦ୍ଦେଶ୍ୟରେ  ନଗର ସଭାପତି ଭାବରେ ପ୍ରଭାସ ଚନ୍ଦ୍ର ନାୟକ, ଉପସଭାପତି ମୃତ୍ୟୁଞ୍ଜୟ  ବାରିକ, ସଂପାଦକ ଶିବନାଥ ନାୟକଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିକୁ ବଜରଙ୍ଗ ଦଳ ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ ପରିଚାଳନା କରିଥିଲେ । 

0
0
0
s2sdefault