ପାରଳାଖେମୁୁଣ୍ଡ / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକି ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମୁଖ୍ୟତଃ ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତିକରି ପ୍ରାଥମିକ ଭୋଟର ତାଲିକା ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସି କାର୍ଯ୍ୟାଳୟରେ ପ୍ରକାଶନ କରାଯାଇଛି ଏବଂ ସର୍ବସାଧାରଣଙ୍କ ଅବଗତ ପାଇଁ ଉକ୍ତ ଭୋଟର ତାଲିକା ପାରଳାଖେମୁଣ୍ଡି କାର୍ଯ୍ୟାଳୟ , ନିର୍ବାଚନ ଅଧିକାରୀ କାଶୀନଗର ଏନଏସି କାର୍ଯ୍ୟାଳୟରେ ୧୧.୦୨.୨୦୨୨ ତାରିଖ ରୁ ୧୫.୦୨.୨୦୨୨ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଭୋଟର ମାନଙ୍କ ନାମ ସଂପୃକ୍ତ ୱାର୍ଡରେ ଠିକ୍ ଭାବେ ଭୋଟର ତାଲିକାଭୁକ୍ତ ହୋଇଛି କି ନାହିଁ ତନଖି କରାଇନିଅନ୍ତୁ। ସେଥିରେ ଯଦି କୌଣସି ଭୋଟରଙ୍କ ନାମ ବିଧାନ ସଭା ଭୋଟର ତାଲିକାଭୁକ୍ତ ଥାଇ ୱାର୍ଡୱାରୀ ପ୍ରସ୍ତୁତ ହୋଇଥିବା ପୌର ପରିଷଦ ଏବଂ କାଶୀନଗର ଏନଏସିର ଭୋଟର ତାଲିକାରେ ସ୍ଥାନ ପାଇ ନ ଥାଏ ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ କରିବା ପାଇଁ ଫର୍ମ ନଂ-lll ରେ ଦରଖାସ୍ତ ନିମ୍ନ ସ୍ବାକ୍ଷତକାରୀଙ୍କ କାର୍ଯ୍ୟାଳୟରେ ତାରିଖ ୧୧.୦୨.୨୦୨୨ ରୁ ତାରିଖ ୧୬.୦୨.୨୨ ମଧ୍ୟରେ ଦାଖଲ କରିପାରିବେ ଏବଂ ଯେଉଁ ମାନଙ୍କର ନାମ ଭୂଲ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ଫାରମ ନଂ- lV ରେ ଦରଖାସ୍ତ ତାରିଖ ୧୧-୦୨-୨୦୨୨ରୁ ତାରିଖ ୧୬.୦୨.୨୦୨୨ ମଧ୍ୟରେ ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ କାଶୀନଗର ଅତିରିକ୍ତ ତହସିଲଦାର ତଥା କାଶୀନଗର ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ଅଧିକାରୀ , ଶ୍ରୀ ରାଜେନ୍ଦ୍ର କୁମାର ଭୂୟାଁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିଶା , ପାରଳାଖେମୁଣ୍ଡି ପୌର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ସାମ୍ବାଦିକ ମାନେ ଯୋଗଦେଇ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ
- Hits: 696