ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଷଷ୍ଠ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି।
ଏହି ଅବସରରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ପୃଥୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅଂଶୁମାନ ମହାପାତ୍ର , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା , ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ , ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ , ପରେ ଜିଲ୍ଲାର କୋଣ ଅନୁକୋଣ ତଥା ପୁରପଲ୍ଲୀର ଉଭୟ କଳାକାର ଓ ଜନସାଧରଣ ଏହି ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାମିଲ ହେଇଥିଲେ। ବିଶେଷ କରି ଛଅ ଦିନରେ ରାଜ୍ୟ ଓ ରାଜ୍ୟ ବାହାର , ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ମହାମିଳନ ର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି। ପରେ ପରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , ଗଜପତିଙ୍କ ଦ୍ଵାରା ଉପଢୌକନ ଓ ସ୍ମାରକ ପ୍ରଦାନ କରି ଉତ୍ସଵରେ ସମ୍ମାନିତ କରାଯାଇଥିଲା ଓ ଉତ୍ସବର ସମସ୍ତ କମିଟି ଅଧ୍ୟକ୍ଷ ଓ ସଭ୍ୟ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ସେହିପରି ଛଅ ଦିନ ଧରି ଅନୁଷ୍ଠିତ ହେଉଥିବା ପଲ୍ଲିଶ୍ରୀ ମେଳା ୨୦୨୪ ରେ ୧ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଛି। ସେହିପରି ମହାଲକ୍ଷ୍ମୀ ମହିଳା ମଣ୍ଡଳ ଗଜପତି , ଦାଧିବାବନ ଜିଉ ସ୍ୱୟଂ ସହାୟକ ଗୋଷ୍ଠୀ ଜଗତସିଂପୁର , ମା ବିନ୍ଧ୍ୟଗିରୀବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଜପତି , ରାଧା ରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଭଦ୍ରକ ଓ ଲକ୍ଷ୍ମନାରାୟଣ ଟାସର ହ୍ୟାଣ୍ଡଲୁମ୍ ପ୍ରୋଡୁସର୍ ଗ୍ରୁପ ଯାଜପୁର ଦଳ କୁ ସମ୍ମାନିତ କରାଯାଇଥିଲା ଓ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବିଭାଜିକା ଗଜପତି , ମନେରେଗା , ଜିଲ୍ଲା ପରିଷଦ ଗଜପତି ଓ ଉଦ୍ୟାନ ବିଭାଗ ଗଜପତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ଷଷ୍ଠ ଦିନ ତଥା ଶେଷ ସନ୍ଧ୍ୟାରେ ଜିଲ୍ଲା , ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌର ପରିଷଦ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚରୀମାନେ ପରିଚାଳନରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ପୋଲିସ୍ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।