ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ସାରା ଦେଶ ପାଳନ କରୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜୟନ୍ତୀ ସମାରୋହ। ସେ ମହାନ୍ ବ୍ୟକ୍ତିତ୍ବ ଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ରେ ହୋଇ ୨୦୧୮ ରେ ତିରୋଧାନ ହୋଇଥିଲା। ତାଙ୍କରି ୮୦ ବର୍ଷ ଜନ୍ମ ଭିତରେ ୫୦ ବର୍ଷ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଯାଇପାରି ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ଜି ଯେତେବେଳେ ୧୯୯୮ ରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ଆମ ଦେଶ ଭାରତ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିଲା। ପ୍ରାୟ ୯ ବର୍ଷ ମଧ୍ୟରେ ଆମେ ସେତେବେଳେ ୪ ଗୋଟି ଲୋକସଭା ନିର୍ବାଚନ ଦେଖିଥିଲେ। ଭାରତର ଜନସାଧାରଣ ଧୌର୍ଯ୍ୟହରା ହୋଇପଡ଼ିବା ସହ ସରକାର ମାନେ ପ୍ରଶାସନ ପରିଚାଳନା କରିବାରେ ସକ୍ଷମ ହେବା ନେଇ ସନ୍ଦେହ ମଧ୍ୟ କରୁଥିଲେ। ଅଟଳ ହିଁ, ସ୍ଥିର ଏବଂ ପ୍ରଭାବଶାଳୀ ଶାସନ ପ୍ରଦାନ କରି ଏହି ଧାରାକୁ ବଦଳାଇ ଥିଲେ। ସେ ସାଧାରଣ ପୃଷ୍ଠଭୂମି ରୁ ଆସିଥିବା କାରଣରୁ ସାଧାରଣ ନାଗରିକ ଙ୍କ ସଂଘର୍ଷ ଏବଂ ପ୍ରଭାବଶାଳୀ ପ୍ରସାଶନର ପ୍ରଶାସନ ର ପରିବର୍ତନ ଶୀଳ ଶକ୍ତିକୁ ଅନୁଭବ କରିଥିଲେ।
ସେଥିନିମିତ୍ତ ସେଇ ଦୁରଦୃଷ୍ଟି ଓ ସଙ୍କଳ୍ପର ବିରଳ ଉଦାହରଣ ହୋଇ ରହିଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ କୁ ସୁଶାସନ ଦିବସ ଭାବରେ ପ୍ରତିବର୍ଷ ଭଳି ଚଳିତବର୍ଷ ୨୫ ଡିସେମ୍ବର ୨୦୨୪ ବୁଧବାର ଦିନ ଭଞ୍ଜନଗର ରେ ପାଳନ କରାଯାଇଛି ସୁଶାସନ ଦିବସ ଉତ୍ସବ। ଏଥିରେ ଭାରତୀୟ ଜନତା ପାର୍ଟି ର ଭଞ୍ଜନଗର ଏନ୍.ଏ.ସି ମଣ୍ଡଳ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପ୍ରଧାନ ଓ ଘୁମୁସର ଅଧୀନ ଜିଲ୍ଲା ଉପସଭାପତି ଶ୍ରୀ ସନ୍ତୋଷ କୁମାର ତିଆଡି ଙ୍କ ନେତୃତ୍ବରେ ଏକ ପଦଯାତ୍ରା ଭଞ୍ଜନଗରସ୍ଥ ଭେଜିପୁଟ ଠାରୁ ବାହାରି ସ୍ଥାନୀୟ ମେଡିକାଲ୍ ଠାରେ ପହଞ୍ଚିଥିଲେ। ଏଥିରେ ମଧ୍ୟ ମୁଜାଗଡ ମଣ୍ଡଳ ସଭାପତି ଶ୍ରୀ ଧୋବା ଗୈ।ଡ଼, ଏସ.ସି ମୋର୍ଚା ର ସଭ୍ୟ ଶ୍ରୀ ନିରଞ୍ଜନ ସେଠୀ, ପୂର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ, ସାନ କୋଦଣ୍ଡା ସରପଞ୍ଚ ଲକ୍ଷ୍ମଣ ସେଠୀ, ଅରୁଣ ପ୍ରଧାନ ସମେତ ଅନ୍ୟମାନେ ଯୋଗଦାନ କରିଥିଲେ। ଭଞ୍ଜନଗର ରେ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ବେ ଆଜିର ଏହି ସୁଶାସନ ଦିବସ ପଦଯାତ୍ରା ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ୱ।ର୍ଡ ସଭାପତି ସହିତ ଶିବ ପ୍ରସାଦ ମହାପାତ୍ର, ବଳରାମ ପଣ୍ଡା, ଆଶିଷ ପ୍ରଧାନ, ରାଜେଶ ପ୍ରଧାନ, ସୁନିଲ୍ ଜିତ୍ ଜେନା, ନିତ୍ୟାନନ୍ଦ ମହାପାତ୍ର, ରାମ ପ୍ରସାଦ ପଣ୍ଡା, ସିଦ୍ଧାର୍ଥ ରଞ୍ଜନ ପାଢ଼ୀ, ସନ୍ଦିପ୍ ଭୂୟାଁ, ରାଜିବ ବିଷୋୟୀ ଓ ରଜତ୍ କୁମାର ଦାସ ସମେତ ଅନ୍ୟାନ୍ୟ ସଭ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଉପସ୍ଥିତି ରେ ଆଜି ଦିନର ମହତ୍ଵ ଓ ଗୁରୁତ୍ବ ବିଷୟରେ ସେ ଜନସାଧାରଣ ଙ୍କୁ ଅବଗତ କରାଇ ଥିଲେ। ଏବଂ ଏହି ଦିବସ ର ଗୁରୁତ୍ବ ବିଷୟରେ ଏନ୍.ଏ.ସି ମଣ୍ଡଳ ସଭାପତି ଓ ଜିଲ୍ଲା ଉପସଭାପତି ନିଜର ଉଦବୋଧନ ଦ୍ଵାରା ଉପସ୍ଥିତ ଖବର ଦାତା ଙ୍କୁ କହିଥିଲେ। ତତ୍ ସହିତ ମେଡିକାଲ ଶଯ୍ୟା ରେ ଥିବା ରୋଗିମାନଙ୍କ ପାଖକୁ ଯାଇ ସେମାନଙ୍କୁ ଫଳ ବଣ୍ଟନ ସହ ସେମାନଙ୍କ ସ୍ଵାସ୍ଥ୍ୟ ବସ୍ତା ବିଷୟରେ ପଚାରି ବୁଝିଥିଲେ ମାନ୍ୟବର ବିଧାୟକ।
ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ଅସାଧାରଣ ଦୁରଦୃଷ୍ଟି ଓ ସଙ୍କଳ୍ପର ଅଦିତ୍ବୀୟ ଉଦାହରଣ ଥିଲେ। ତାଙ୍କ ଯୁଗରେ ସୂଚନା , ପ୍ରଯୁକ୍ତିବିଦ୍ୟା, ଦୁର ସଞ୍ଚାର, ଏବଂ ଯୋଗାଯୋଗ ଦୁନିଆରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସ୍ଵର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ, ସର୍ବଶିକ୍ଷା ଅଭିଯାନ, ପୋଖରାନ୍ ପରିକ୍ଷଣ ଅନ୍ୟତମ ଥିଲା। ସେଥିପାଇଁ ଏଭଳି ବ୍ୟକ୍ତିତ୍ବ ସବୁଦିନ ପାଇଁ ବିରଳ ଓ ନମସ୍ୟ।
ରାଜ୍ୟ
ଭଞ୍ଜନଗର ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ ପାଳନ
- Hits: 328