ହେଡଲାଇନସ୍:

ଫତୁଆ ହେଲା ବିଜେପି : ବିଜେପିରେ ମିଶିଥିବା ବିଜେଡି କର୍ମୀଙ୍କ ଘର ବାହୁଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ କିଛି ଦିନ ତଳେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ସୁରେଶ ପୁଝାରି ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତି ଅଇଁଲା ଧରୁଆ, ତାଙ୍କର ସ୍ୱାମୀ ଶ୍ରୀ ସମାରୁ ଧରୁଆ , ତାଙ୍କର ପୁତ୍ର ଶ୍ରୀ ଡିଲେଶ୍ୱର ଧରୁଆ , ସେହି ଗ୍ରାମର ତପନ ବେଣ୍ଟକାର , ପ୍ରମୁଖ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଇଥିଲେ । ହେଲେ ଆଜି ସମିତି ସଭ୍ୟା ଙ୍କର ସହମତି କ୍ରମେ ତାଙ୍କର ସ୍ୱାମୀ , ପୁତ୍ର , ତପନ ଙ୍କର ସହିତ ଖୀରସିନ୍ଧୁ ବେଣ୍ଟକର , ପାଇକମାଲ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଙ୍କର ଆବାସିକ ଅଫିସରେ , ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେର , ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ବିଜୟ କୁମାର ରାଓ ଙ୍କର ଉପସ୍ଥିତି ରେ ପୁନର୍ବାର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଉପସ୍ଥିତ ନେତୃବୃନ୍ଦ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିବା ସମସ୍ତଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ଆଜିର ଏହି ନିରାଡ଼ମ୍ବର ମିଶ୍ରଣ ପର୍ବ ବିରୋଧୀଙ୍କୁ ଏକ ଜୋର କା ଝଟକା ନିଶ୍ଚୟ । ବିରୋଧୀଙ୍କୁ ଚଳିତ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ହେଉ କି ନିର୍ବାଚନ ଘୋଷଣା ହେବା ପରେ ହେଉ , ନାମାଙ୍କନ ଦାଖଲ ପରେ ହେଉ କି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ହେଉ , ପ୍ରଚାର ଆରମ୍ଭ ପୂର୍ବରୁ ହେଉ କି ପରେ ହେଉ , ବିରୋଧୀ ମାନଙ୍କୁ ଝଟକା ପରେ ଝଟକା ଦେଇ ଆସୁଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ପାଇଁ ପ୍ରତ୍ୟେକ ଓଡିଶା ବାସୀ ମହତ୍ତ୍ୱପୂର୍ଣ୍ଣ । ସେହିଭଳି ଦଳ ରେ ପ୍ରତ୍ୟେକ କର୍ମୀ ଗୁରୁତ୍ବପୂର୍ଣ୍ଣ ।ସମସ୍ତଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ଙ୍କର ବିକାଶର ସ୍ୱପ୍ନକୁ ପୂରଣ କରିବା ପ୍ରତ୍ୟେକ ସଂଗଠକ ଓ କର୍ମୀଙ୍କର ଦାୟୀତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ସଭାପତି ଶ୍ରୀ ରାଉତ ।

0
0
0
s2sdefault