ବରଗଡ :- ଆଜି ଭଟଲି ନିର୍ବାଚନ ମଣ୍ଡଳୀ ର ବାଉସେନମୂରା ଗ୍ରାମ ପଞ୍ଚାୟତ ର ଖଲିଆପାଲି ଠାରେ ମାଁ ପିତାପାଲି ଆଥେଲଟିକ୍ ଏସୋସିଏସନ୍ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ତତତ୍ଵାବଧାନରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଯୁବ ନେତା ସୁବ୍ରତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ବେହେରା ଯୋଗଦେଇ ଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ଏହି ଶିବିର ରୁ ସର୍ବମୋଟ୍ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିର ରେ ଖଲିଆପାଲିର ହେମନ୍ତ ସେଠ୍,ଗଦାଧର ପ୍ରଧାନ, ଆନନ୍ଦ ସାହୁ,ରମୁ ସାହୁ, ଯଶୋବନ୍ତ ସେଠ୍,ଚଉରସ ବିଶି, ଉମାକାନ୍ତ ଭୁଏ, ଦେବେନ୍ଦ୍ର ସାହୁ, ଦେବରାଜ ଭୁଏ ଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ସମସ୍ତ ରକ୍ତ ଦାତା ଙ୍କୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫ ରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ଗୌରହରି ମିଶ୍ର ଓ ସହ ସଂଯୋଜକ , ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ।
ରାଜ୍ୟ
ଖଲିଆପାଲିଠାରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର
- Hits: 490