ହେଡଲାଇନସ୍:

ଡିଆଇପିଆରଓମାନଙ୍କୁ ସୂଚନା ଅଧିକାରକେନ୍ଦ୍ରୀୟ ପରିଚାଳନା ବ୍ୟବସ୍ଥାର ବ୍ୟବହାର ସଂପର୍କିତ ପ୍ରଶିକ୍ଷଣ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲାସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟଗୁଡିକରେ ସୂଚନା ଅଧିକାର ଆଇନ୍ ବଳରେ ଉପାଧିପ୍ରାପ୍ତ(ମନୋନୀତ) ଜନସୂଚନା ଅଧିକାରୀଙ୍କ ନିମନ୍ତେ ସୂଚନା ଅଧିକାରଆାଇନ୍-2005 ର ଅନୁପାଳନ ଓ ଏହାର କାର୍ଯ୍ୟକାରିତା ନିମନ୍ତେଆଧୁନୀକୀକରଣ କରାଯାଇଥିବାରାଜ୍ୟରସୂଚନା ଅଧିକାର କେନ୍ଦ୍ରୀୟ ପରିଚାଳନାବ୍ୟବସ୍ଥା (ଆର୍.ଟି.ଆଇ.ସି.ଏମ୍.ଏମ୍)ର ବ୍ୟବହାର ସଂପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଆଜି ପୂର୍ବାହ୍ଣରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ବିଭାଗରେ ଅବସ୍ଥାପିତ ଆର୍.ଟି.ଆଇ ପ୍ରକଳ୍ପ ପରିଚାଳନା ୟୁନିଟ୍ ର କ୍ଷେତ୍ର ବିଶେଷଜ୍ଞ ( ଡୋମେନ୍ ଏକ୍ସପର୍ଟ) ଶ୍ରୀ ହର୍ଷ ପରିଚ୍ଛା ଏହି ପ୍ରଶିକ୍ଷଣ ଦେଇଥିଲେ । ସମସ୍ତ ଅଧିକାରୀମାନେ ସୂଚନା ଅଧିକାର ଆଇନ୍ ଧାରା 4-1(ଖ) ଅନୁସାରେ ନିଜ ନିଜ କାର୍ଯ୍ୟାଳୟର ତଥ୍ୟ ସ୍ୱେଚ୍ଛାକୃତ ଭାବେ ରଖିବାକୁ ସୁନିଶ୍ଚିତ କରିବା, ଉପଲବ୍ଧ ତଥ୍ୟ ସବୁକୁ ରାଜ୍ୟ ଆର୍.ଟି.ଆଇ ପୋର୍ଟାଲରେ ଅଧୁନାତନ ବା ନିୟମିତ କରିବା,ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟାବଳୀ, ସେମାନଙ୍କର କ୍ଷମତା, କର୍ତ୍ତବ୍ୟ, ବିଭିନ୍ନ ସିଦ୍ଧାନ୍ତ ଗ୍ରହଣର ପଦ୍ଧତି,କାର୍ଯ୍ୟ କଲାବେଳେ ନିୟମ ଓ ନିର୍ଦ୍ଦେଶାବଳୀ ଅନୁପାଳନ, ନୀତି ନିର୍ଦ୍ଧାରଣ ବ୍ୟବସ୍ଥା, ବିଭିନ୍ନ କମିଟି ଗଠନ, କର୍ମଚାରୀମାନେ ପାଉଥିବା ବେତନ, ସରକାରୀ କାର୍ଯ୍ୟ ପାଇଁ ପାଉଥିବା ବିଭିନ୍ନ ଯୋଜନାରେ ଅର୍ଥ ବ୍ୟବସ୍ଥା, ଅନ୍ୟାନ୍ୟ ତଥା ବୈଦ୍ୟୁତିକ ବ୍ୟବସ୍ଥାରେ ଉପଲବ୍ଧ ତଥ୍ୟ ତଥା ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ସୂଚନା ଆର.ଟି.ଆଇ ପୋର୍ଟାଲରେଯଥାଶୀଘ୍ର ଅଧୁନାତନ କରିବାକୁ ପୋର୍ଟାଲରବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥି ସହିତ ଅନ୍ ଲାଇନ୍ ଯୋଗେ ଆବେଦନ କରୁଥିବା ଦରଖାସ୍ତ ଗୁଡିକୁ ଯାଂଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ପ୍ରଦାନ, ନିଜ କାର୍ଯ୍ୟାଳୟରେ ସୂଚନା ଉପଲବ୍ଧ ନହେଲେ ଅନ୍ ଲାଇନ୍ ଯୋଗେ ସୂଚନା ଥିବା କାର୍ଯ୍ୟାଳୟକୁ ଧାରା 6(3) ଅନୁସାରେ ସ୍ଥାନାନ୍ତରଣ, କାରଣ ଦର୍ଶାଇ ଦରଖାସ୍ତ ନାକଚ, ସୂଚନା ପ୍ରଦାନ ନକଲେ ଦଣ୍ଡବିଧାନ ଆଦି ବ୍ୟବସ୍ଥାସଂପର୍କରେ ବିଶଦ୍ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା ।
ପ୍ରକାଶ ଥାଉକି, ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ନିମନ୍ତେ ନୋଡାଲ ବା କେନ୍ଦ୍ରୀୟ ବିଭାଗ ଭାବେ କାର୍ଯ୍ୟକରୁଛି । ବିଭାଗ ତରଫରୁ ଅଦ୍ୟାବଧି 14,287ଟି ଜନ କର୍ତ୍ତୃପକ୍ଷ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ସୂଚନା ପ୍ରଦାନ ନିମନ୍ତେ ଆର. ଟି.ଆଇ କେନ୍ଦ୍ରୀୟ ପରିଚାଳନା ବ୍ୟବସ୍ଥାରେ ସମନ୍ୱିତ କରାଯାଇଥିବା ବେଳେ6000 ରୁ ଊର୍ଦ୍ଧ୍ୱ ଜନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ତଥ୍ୟକୁ ଉଭୟ ଓଡିଆ ଏୱଂ ଇଂରାଜୀ ଭାଷାରେ ତଥ୍ୟ ଅଧୁନାତନ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି ।ସୂଚନା ଅଧିକାର ଆଇନ୍ ର କାର୍ଯ୍ୟକାରିତାରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେଏ ଦିଗରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଆଜିର ଏହି ପ୍ରଶିକ୍ଷଣ ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଉପଯୋଗୀ ଓ ଲାଭଦାୟକ ହୋଇଥିବା ସେମାନେ ପ୍ରକାଶ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଅଧିକାରୀ, ଉପ ଜିଲ୍ଲାପାଳ, ଡେପୁଟୀ କଲେକ୍ଟର,ସହକାରୀ ଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟର ଅଧିକାରୀତଥା ଜନସୂଚନା ଅଧିକାରୀମାନେ ସୂଚନା ଅଧିକାର ଆଇନ୍ କାର୍ଯ୍ୟକାରିତା ନେଇ ଏହି ପ୍ରଶିକ୍ଷଣ ନିମନ୍ତେ ସନ୍ତୋଷ ପ୍ରକାଶ କରିବା ସହ ଏ ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ସେସବୁର ଉତ୍ତର ଦିଆଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗତ 2021 ସେପ୍ଟେମ୍ବର 1 ତାରିଖରୁ ବିଭାଗ ଜରିଆରେ ଅଦ୍ୟାବଧି ଅନ୍ ଲାଇନ୍ ଜରିଆରେ ରାଜ୍ୟର6800 ଜନ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀଙ୍କୁ ଏହିପରି ପ୍ରଶିକ୍ଷଣ ଦିଆଯାଇସାରିଛି ।ବିଭାଗୀୟପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ପରାମର୍ଶ କ୍ରମେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ,ରାଜ୍ୟରେସୂଚନା ଅଧିକାର କେନ୍ଦ୍ରୀୟ ପରିଚାଳନା ବ୍ୟବସ୍ଥା (ଆର୍.ଟି.ଆଇ ସି.ଏମ୍.ଏମ୍)ରଅଧୁନାତନକରଣ,ଆଧୁନିକୀକରଣ ଓ ପ୍ରଶିକ୍ଷଣ ସଂପର୍କରେ ନିୟମିତ ଅନୁଧ୍ୟାନ କରୁଛନ୍ତି ।

0
0
0
s2sdefault