ହେଡଲାଇନସ୍:

“ଶ୍ରଦ୍ଧା” ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଉରକେଲା ରାଉଣ୍ଡ ଟେବୁଲ -୧୯୪ ର ଅଧ୍ୟକ୍ଷ ଶ୍ରୀ ଅଭିଜିତ ମହାନ୍ତି ଏବଂ ଲେଡିସ୍ ସର୍କକ ଇଣ୍ଡିଆ -୧୨୦ର ଅଧ୍ୟକ୍ଷା କୁମାରୀ ସଞ୍ଜନା ଗର୍ଗ ଉପସ୍ଥିତ ହୋଇ ପତକା ଉତୋଳନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ପଶୁପତି ନାଥ ଚାଟ୍ଟାର୍ଜୀ ସ୍ୱାଗତ ଭାଷଣ ଦେବା ସହିତ ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ସେ କହିଥିଲେ ଯେ ସମାଜର ବିଭିନ୍ନ ବର୍ଗର ସାମାଜିକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ସାହାର୍ଯ୍ୟ ଓ ସହଯୋଗ ପାଇ ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ସେଥି ମଧ୍ୟରୁ ରାଉରକେଲା ରାଉଣ୍ଡ ଟେବୁଲ ଓ ଲେଡିସ୍ ସର୍କଳ ଇଣ୍ଡିଆ ଅଗ୍ରଣୀ ଅନୁଷ୍ଠାନ । ଲେଡିଜ ସର୍କଳ ଇଣ୍ଡିଆ ଅଧ୍ୟକ୍ଷା ସଞ୍ଜନା ଗର୍ଗ ଓ ରାଉରକେଲା ରାଉଣ୍ଡ ଟେବୁଲ ର ଅଧ୍ୟକ୍ଷ ଅଭିଜିତ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ – ଶ୍ରଦ୍ଧାଭଳି ଅନୁଷ୍ଠାନକୁ ଆମ୍ଭେ ନିରବଚ୍ଛିନ୍ନ ଭାବେ ସହଯୋଗ କରି ସେମାନଙ୍କର (ଶ୍ରଦ୍ଧାର) ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପୂରଣ କରିବା ପାଇଁ କେବେ କୁଣ୍ଠାବୋଧ କରିବୁ ନାହିଁ । ଏନ୍ୟ ମାନଙ୍କ ମଧ୍ୟରେ ଲେଡିଜ ସର୍କଳର ସଭ୍ୟମାନେ, ରାଉରକେଲା ରାଉଣ୍ଡ ଟେବୁଳ ର ସଭ୍ୟ, ସାମାଜିକ ଅନୁଷ୍ଠାନର ପ୍ରତିନିଧି ତଥା ଅଭିଭାବକ ମାନେ ଶ୍ରଦ୍ଧାର ଏହି ସ୍ୱତନ୍ତ୍ର ଛାତ୍ର ଛାତ୍ରୀ ମାନଙ୍କର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ଲେଡିଜ ସର୍କଳ ଇଣ୍ଡିଆ ଓ ରାଉରକେଲା ରାଉଣ୍ଡ ଟେବୁଳ ତରଫରୁ ଶ୍ରଦ୍ଧାର ଛାତ୍ରଛାତ୍ରୀ ପାଇଁ ମିଂଟନ ବଂଟନ କରିଥିଲେ । ଏହି ଅବସରରେ ଏକ ଏଲଇଡି ଟିଭି ଆମ ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି ଏବଂ ଏହାକୁ ଆଗକୁ ଜାରୀ ରଖିବେ ବୋଲି ଆଶାରଖିଛୁ । ଏବଂ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରୁ ରାଉରକେଲା ରାଉଣ୍ଡ ଟେବୁଲର ଶ୍ୟାମଶିଷ ଲେଙ୍କା, ରୋହିତ ବଂଶଳ, ଗୌରବ ବାଗାରିଆ, ଗଗନଦୀପ ସିଂ ସାଲୁଜା, ରାହୁଳ ଅଗ୍ରୱାଳ, ମାଣିକ ଗୁପ୍ତା, କୁଶଳ ଅଗ୍ରୱାଳ, କୁନାଳ ରାୱେଲେ ଓ ରାଉରକେଲା ଲେଡିଜ ସର୍କଳ -୧୨ର ସଦସ୍ୟା ଜସପ୍ରୀତ ସିଂ ସାଲୁଜା, ଶ୍ରଦ୍ଧା ମହନ୍ତ, ଆୟୁଷି ଲେଙ୍କା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟ କ୍ରମକୁ ଅଞ୍ଜଳୀ ମହାରଣା, ସୁଜାତା ରାଉତ, ସଞ୍ଜୟ ରଣ, ଜୋନ ଟପ୍ପୋ ପ୍ରଭାତି ପଧାନ, ଇତିଶ୍ରୀ ଦାଶ, ସୁକୁମାର ପାଣ୍ଡବ ପ୍ରଭୃତି ପରିଚାଳନା କରିଥିଲେ । ଶେଷରେ ଶ୍ରଦ୍ଧାର ସଂପାଦକ କାର୍ତିକ ଚନ୍ଦ୍ର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault