ହେଡଲାଇନସ୍:

ସହିଦ ପୀଠରେ ୭୩ ତମ ଗଣତନ୍ତ୍ର ଦିବସ ପାଳନ,ସହିଦ ପରିବାରଙ୍କୁ ସମ୍ବର୍ଦ୍ଧନା।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବିନିଷ ପୁର ଗାଁର ଲୋକେ ଇଂରାଜି ଶାସନ କାଳରେ ତାଙ୍କ ସହିତ ଲଢ଼ି ମୃତ୍ୟୁ ବରଣ କରିଥିବା ୭ ଜଣ ପରିବାରକୁ ବିଶ୍ୱ କଲ୍ୟାଣ ସାଧନା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ୭୩ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ବୀର ମାଟିର ସୁପୁତ୍ରଙ୍କୁ ମନେ ପକାଇ ସାଧନା ସମିତିର ଅନୁକୁଲ୍ୟରେ ସମିତିର ସଂସ୍ଥାପକ ତଥା ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସହିଦ ବିରମାନ ରାଇସିଙ୍ଗି କାଡ୍ରାକା, ଝୁମୁକା ବିଡିକା, ୱିରାକାଡ୍ରାକା, ସାରୁ ତିଆକା, ଜମା ପିଡିସିକା, ଡମ୍ବୁ ପ୍ରାସ୍କା ଓ ଜଣେ ମହିଳା ମାଣିକ ରାଇ ଙ୍କ ପରିବାରକୁ ଅନୁଷ୍ଠାନ ପକ୍ଷରୁ ଶୀତଳ ବସ୍ତ୍ର ପ୍ରଦାନ କରାଯାଇଛି । ଏଥିରେ ଅନ୍ୟ ଅତିଥି ଭାବେ ଦେବଗିରି ଆଶ୍ରମର ସନ୍ୟାସୀ କ୍ରାନ୍ତୀ ସ୍ୱରୂପା ନନ୍ଦ ଗିରୀ, ମଧ୍ୟ ପ୍ରଦେଶ ରୁ ଆସିଥିବା ସନ୍ଥ ସତ୍ୟେନ୍ଦ୍ର ମହାରାଜ ସମେତ ବିନିଶପୁର ଗାଁର କିଛି ଯୁବକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ଗରିଆ ୱାଡାକା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault