ହେଡଲାଇନସ୍:

୫-ଟି କୁ ଉପହାସ କରୁଛି ଲାଠିକଟା ଥାନା !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନସିକ ଯନ୍ତ୍ରଣାରେ ଛଟପଟ ଜ୍ୟୋତିରଞ୍ଜନଙ୍କ ପରିବାର

ସୁନ୍ଦରଗଡ଼ - ଆଠଦିନ ପୂର୍ବେ ଲାଠିକଟା ଆଦର୍ଶ ନଗର ନିବାସୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଘରୁ ଚୋରି ହୋଇଛି ନଗଦ ୭୫ ହଜାର ଟଙ୍କା ସହିତ ପ୍ରାୟ ୮ ଲକ୍ଷ ମୂଲ୍ୟର ସୁନାଗହଣା | ନିମିଷକେ ଉଭେଇ ଯାଇଛି ଦୀର୍ଘ ୨୧ ବର୍ଷ ଧରି ରାତିଦିନ କଷ୍ଟକରି ସଂଚୟ କରିଥିବା ଝାଳବୁହା ସମ୍ପତ୍ତି | ତେଣୁ ଆଠଦିନ ହେଲାଣି ଜ୍ୟୋତିରଞ୍ଜନଙ୍କ ଘରେ ଠିକରେ ଚୁଲି ଜଳୁନାହିଁ କହିଲେ ଚଳେ | ପତ୍ନୀ କବିତା ସାମନ୍ତରାୟଙ୍କ ସମେତ ସପରିବାର ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି | କଣ କରିବେ କଣ ନାଇଁ କିଛି କୁଳକିନାରା ପାଉନାହାନ୍ତି ସେମାନେ | ତେବେ ଏଭଳି ସମ୍ବେଦନଶିଳ ଘଟଣାରେ ଲାଠିକଟା ଥାନାର ଖିଆଲୀ ମନୋଭାବ ସେମାନଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଛି | ଥାନାରେ ଏତେଲା ଦେବାକୁ ଆଜି ଆଠଦିନ ପୂରଣ ହୋଇଥିଲେ ମଧ୍ୟ ଲାଠିକଟା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନେ ନିରାଶ ହୋଇ ଏକପ୍ରକାର ଜଡ଼ ମଣିଷ ପାଲଟିଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ମାସ ୮ ତାରିଖ ଦିନ ୧୨ ଟାରୁ ୧ ଟା ଭିତରେ ଜ୍ୟୋତିରଞ୍ଜନ ଘରେ କେହିନଥିବା ବେଳେ କୌଣସି ଦୁର୍ବୁର୍ତ୍ତ ପଛପଟ କବାଟ ଖୋଲି ଗଡ଼ରେଜ ଭିତରେ ଥିବା ନଗଦ ୭୫ ହଜାର ଟଙ୍କା ଏବଂ ପ୍ରାୟ ୮ ଲକ୍ଷ ମୂଲ୍ୟର ସୁନାଗହଣାକୁ ଚୋରି କରି ନେଇଯାଇଥିଲା | ଘରକୁ ଫେରିଲା ପରେ ଘରୁ ଚୋରି ହୋଇଥିବା କଥା ଜାଣିଲା ପରେ ତତକ୍ଷଣାତ ସେଦିନ ସନ୍ଧ୍ୟାରେ ସେମାନେ ଲାଠିକଟା ଥାନାକୁ ଯାଇ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ | ତେବେ ପରିତାପର ବିଷୟ ଏହା ଯେ, ଲିଖିତ ଅଭିଯୋଗକୁ ଆଜି ଆଠଦିନ ପୁରିଥିଲେ ମଧ୍ୟ ଜ୍ୟୋତିରଞ୍ଜନଙ୍କୁ ଏଯାଏ ଥାନା ପକ୍ଷରୁ ଏତେଲା କପି ମଧ୍ୟ ପ୍ରଦାନ କରାଯାଇନାହିଁ | ତେଣୁ ନିଜ ଝାଳବୁହା ସମ୍ପତ୍ତିକୁ ହରେଇ ଏକପ୍ରକାର ଭାଙ୍ଗି ପଡ଼ିଥିବା ଜ୍ୟୋତିରଞ୍ଜନ ଓ ପତ୍ନୀ କବିତା ପୋଲିସ ଠାରୁ ଅଣଦେଖାର ଶିକାର ହୋଇ ଆହୁରି ମାନସିକ ଯନ୍ତ୍ରଣାରେ କବଳିତ ହୋଇଛନ୍ତି | ସାଧାରଣ ଜନତାଙ୍କ ଧନ ଜୀବନର ସୁରକ୍ଷା ହେଉଛି ପୋଲିସର ଉତ୍ତରଦାୟିତ୍ୱ | ତାଛଡା ପୋଲିସକୁ ଲୋକଙ୍କ ଦୁଃଖସୁଖର ସାଥି କରିବା ତଥା ଲୋକାଭିମୁଖୀ କରିବା ଉଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କରୁଥିବା ବେଳେ ଦୁଇବର୍ଷ ପୂର୍ବରୁ ପୋଲିସ ବିଭାଗକୁ ୫ ଟି ବା ମୋ ସରକାର ଯୋଜନାରେ ଅନ୍ତର୍ଭୂକ୍ତ କରିଛନ୍ତି | ତେବେ ଲାଠିକଟା ପୋଲିସର ଦୃଷ୍ଟିଭଙ୍ଗି ଓ କାର୍ଯ୍ୟଶୈଳୀକୁ ଦେଖିଲେ ଲାଠିକଟା ଥାନା ୫-ଟି ବା ମୋ ସରକାର ଯୋଜନାରେ ଅନ୍ତର୍ଭୂକ୍ତ ନୁହେଁ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି | ପୋଲିସର ଏଭଳି ନିଷ୍କ୍ରିୟତା ପଦାରେ ପଡିଲା ପରେ ଅନେକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଏହାକୁ ନିନ୍ଦା କରିଥିବା ବେଳେ ଏ ଘଟଣାରେ ରାଉରକେଲା ଏସପି ତ୍ୱରିତ ହସ୍ତକ୍ଷେପ କରି ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଜ୍ୟୋତିରଞ୍ଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି |

0
0
0
s2sdefault