ହେଡଲାଇନସ୍:

କୋସଲି/ସମ୍ବଲପୁରିର ହକ ପାଇଁ ୩୦ରୁ ସତ୍ୟାଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

Padmapur/Nila deep 

ପଶ୍ଚିମ ଓଡିଶାର ୨ କୋଟି ଲୋକଂକ ମାତୃଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଦୀର୍ଘ ଦିନରୁ ଲଗାତାର ଦାବୀ ହୋଇ ଆସୁଥିଲେ ସୁଦ୍ଧା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ଏନେଇ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ଉଦବେଗ ପ୍ରକାଶ ପାଇଛି ଏବଂ ଆସନ୍ତା ୩୦ଜୁଲାଇରୁ ବୁରୋମୁଣ୍ଡା ଠାରେ ସତ୍ୟାଗ୍ରହ ପାଇଁ ନିଷ୍ପତିି ନିଆଯାଇଛି । ସୂଚନା ଅନୁସାରେ ରାଜ୍ୟ ସରକାର ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କୋସଲି/ସମ୍ବଲପୁରିକୁ ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଂକୁ ଚିଠି ଲେଖିଥିଲେ ଏବଂ ବିଜେଡି ତାର ନିର୍ବାଚନୀ ଇସ୍ତାହାରରେ ମଧ୍ୟ କୋସଲି/ସମ୍ବଲପୁରିକୁ ଅଷ୍ଟମ ସୂଚୀରେ ସାମିଲ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଖବର କାଗଜରେ ରଂଗୀନ ବିଗ୍ୟାପନ ସବୁ ଦେଇଥିଲା ।  ପୁଣି ୨୦୧୬ରେ ବରଗଡ ଜିଲ୍ଲା ଘେସ ଠାରେ ହଲଧର କୋସଲି ଗବେଷଣା କେନ୍ଦ୍ର ଖୋଲିବା ପାଇଁ ମୂଖ୍ୟମଂତ୍ରୀ ଘୋଷଣା କରିଥିଲେ । ମାତ୍ର ଆଜି ଯାଏଁ ସେନେଇ କୌଣସି କାମ ଆଗକୁ ବଢିନି । ଏହା ବ୍ୟତୀତ କମିଟୀ ଅନେକ ସମୟରେ କୋସଲିରେ ପ୍ରାଥମିକ ଶିକ୍ଷା, କୋସଲିକୁ କେନ୍ଦ୍ର ସାହିତ୍ୟ ଏକାଡେମି ସହିତ ଜୋଡିବା ତଥା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ଦାବୀ କରି ଆସୁଛି । ପଶ୍ଚିମ ଓଡିଶାର ମାତୃଭାଷା ପ୍ରତି ଦଳବଳ ନିର୍ବିଶେଷରେ ସମସ୍ତ ପ୍ରତିନିଧିଂକ ସମର୍ଥନ ଥିଲେ ସୁଦ୍ଧା କେନ୍ଦ୍ରର ବିଜେପି ସରକାର ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଇ ନାହିଁ । ତେଣୁ ସରକାରମାନଂକ ଅଣଦେଖା ମନୋଭାବ ପାଇଁ ଆସନ୍ତା ୩୦ ଜୁଲାଇ ଅପରାହ୍ନ ୪ଟାରୁ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି କ୍ରିୟାନୁଷ୍ଠାନ  କମିଟୀର ଆବାହକ ସାକେତ ଶ୍ରୀଭୂଷଣ ସାହୁ ଜଣାଇଛନ୍ତି । 

0
0
0
s2sdefault