ହେଡଲାଇନସ୍:

ନବୀନଙ୍କ ହାତରେ ସାକାର ହେଲା ଜାନକୀଙ୍କ ସ୍ବପ୍ନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନଙ୍କ ହାତରେ ସାକାର ହେଲା ଜାନକୀଙ୍କ ସ୍ବପ୍ନ  

ଭୁବନେଶ୍ୱର, -ଯେଉଁ ସ୍ବପ୍ନ ୩୫ ବର୍ଷ ତଳେ ତତ୍କାଳୀନ ଦୂରଦ୍ରଷ୍ଠା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦେଖିଥିଲେ ତାହାକୁ ଆଜି ପୁରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କୌଣସି କାରଣରୁ ଜାନକୀ ବାବୁଙ୍କ ପରିକଳ୍ପନା କଳ୍ପନାରେ ରହିଯାଇଥିଲା, ବୋଧ ହୁଏ ଅର୍ଥ ବାଧକ ଥିଲା କି ଆଉ କିଛି | ଅନେକ ସମୟରେ ସେ କହୁଥିଲେ ହେ ଗୁରୁପ୍ରିୟା ନଦୀ ଉପରେ ସେତୁଟିଏ ନହେଲେ ସେପଟ ଖଣ୍ଡକ ସହ ଯୋଗାଯୋଗ ବା ବିକାଶ ସମ୍ଭବ ନୁହେ | ହେଲେ ତାଙ୍କର ସେଇ ପରିକଳ୍ପନା ଆଜି ସାକାର ରୂପ ନେଇଛି ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ |  ଦୀର୍ଘ ପାଂଚ ଦଶନ୍ଧି ଧରି ବିଚ୍ଛିନ୍ନାଂଚଳବାସୀଙ୍କ ଦୂର ଆକାଶର ତାରା ହୋଇ ରହିଥିବା ଗୁରୁପ୍ରିୟା ସେତୁ ଅଞ୍ଚଳବାସୀଙ୍କ ହାତ ପାଆନ୍ତାରେ । ଏହାଦ୍ୱାରା ଏହି ଅଂଚଳର ବିକାସ ପାଇଁ ନୂଆ ସ୍ବପ୍ନ ଅଙ୍କୁରିତ ହୋଇଛି | ଆଉ ଗୁରୁ ପ୍ରିୟା  ସେତୁ ଉଦ୍ଘାଟନ  କରିବା ଅବସରରେ ମୁଖ୍ୟମନ୍ତ୍ରୀ  ଶୁଭାରମ୍ଭ କରିଛନ୍ତି ସେଇ ବିକାଶ ପ୍ରକ୍ରିୟାର | ୧୯୬୦ ଦଶକରେ ,ଠାରେ ମାଛକୁଣ୍ଡ ଜଳସେଚନ ଯୋଜନା ଓ ଅଶି ଦଶକର ବାଲିମେଳା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ୧୯୮୬ରେ ଗୁରୁପ୍ରିୟା ସେତୁ ପାଇଁ ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ବହୁବର୍ଷ ଧରି ଅନେକ ପ୍ରୟାସ ବିଫଳ ହେବା ପରେ ୨୦୧୪ରେ ରାଜ୍ୟ ସରକାର ନିଜେ କରିବାପାଇଁ ନିଷ୍ପତି ନେଇଥିଲେ  । ଏହି ସେତୁର ଦୈର୍ଘ୍ୟ ୯୧୦ ମିଟର ହୋଇଥିବା ବେଳେ ଏହାର ପ୍ରସ୍ଥ ୮.୪ ମିଟର ଏବଂ ଏଥିରେ ୨୨ଟି ସ୍ୱପ୍ନ  ରହିଛି । ଆପ୍ରୋଚ ରୋଡ଼ର ଦୈର୍ଘ୍ୟ ୧୨୫୦ ମିଟର   । ସମୁଦାୟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୧୮୭.୨୫ କୋଟି ଟଙ୍କା ।  

ସେହିପରି ମାଲକାନଗିରି ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ୭ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସହ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । 

  ନିଃସନ୍ଦେହ.. ଗୁରୁପ୍ରିୟା ସେତୁ ଖୋଲିବା ମାଲକାନଗିରି  ଖାସ କରି  ଦୀର୍ଘ ବର୍ଷଧରି  ଭଳି କଣ ଠେସା ହୋଇ ରହିଥିବା ବିଛିନ୍ନାଂଚଳ  ବିକାଶ ପଥରେ ସାମିଲ ହେବା ପାଇଁ ନକ୍ସଲମାନଙ୍କୁ   ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ଏ ଅବସରେ । ହିଂସା ପରିହାର କରୀ  ଶାନ୍ତି ଓ ପ୍ରଗତି ପଥରେ ସାମିଲ ହେବାପାଇଁ ସେ ଡାକରା ଦେଇଛନ୍ତି ମାଓବାଦୀ ମାନଙ୍କୁ |  ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଂଚଳ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ଏବଂ ଏହି ପ୍ୟାକେଜର କାର୍ଯ୍ୟକ୍ରମକୁ ସେ ନିଜେ ତଦାରଖ କରିବେ ବୋଲି କହିଥିଲେ  । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୁରପ୍ରିୟା ସେତୁ ଓଡିଶା ବିକାଶ ଇତିହାସର ଏକ ନୂଆ ମାଇଲଷ୍ଟୋନ୍ ହେବା ସହିତ ଶାନ୍ତି , ସହଯୋଗ ଓ ବିକାଶର ପ୍ରତୀକ ହୋଇରହିବ  । ୨୦୧୪ରେ ଆରମ୍ଭ ହୋଇ ମାତ୍ର୪ ବର୍ଷରେ ଏହି ସେତୁ ସମ୍ପୂର୍ଣ୍ଣ ହୋଇଛି । ଓଡିଶାର ଦୃଢ ଇଚ୍ଛା ଶକ୍ତିର ଏହା ଏକ ପ୍ରତୀକ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା କ୍ୟାନ୍ ଡୁ ଇଟ୍ । ଏହି ସେତୁ ଓଡିଶାର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଓଡିଶା ସ୍ୱାଭିମାନର ବାର୍ତା ଦେଇଛି । ଗୁରୁପ୍ରିୟା ସେତୁର ନିର୍ମାଣରେ ବହୁ ଆହ୍ୱାନକୁ ସଫଳ ଭାବେ ମୁକାବିଲା କରି ଏହି ସେତୁ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ର୍ରହଣ କରିଥିବା ଇଂଜିନିୟର , ଓଡିଶା ଓ କେନ୍ଦ୍ର ସରକାରଙ୍କ ପୋଲିସ୍ ବନ୍ଧୁମାନଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ  । ଏଥିପାଇଁ ସହିଦ୍ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡିଶାର ବିକାଶଧାରାରେ ମାଲକାନଗିରି ଆଜି ସଫଳ ଭାବେ ଯୋଡି ହୋଇପାରିଛି । ଜିଲ୍ଲାରେ ଆଜି ଯେଉଁ ବିରାଟ ହସ୍ପିଟାଲ ଉଦଘାଟିତ ହେଲା ତାହାବିକାଶ ପଥରେ ମାଲକାନଗିରିର ଅଗ୍ର୍ରଗତିର ସୂଚନା ଦେଉଛି । ମାଲକାନଗିରି ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ହୋଇରହିଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେତୁ ଉଦଘାଟନ ପରେ ସେଠାରେ କିଛି ଲୋକଙ୍କ ସହିତ ସେ ଆଲୋଚନା କରିଥିଲେ ବୋଲି ପ୍ରକାଶ କରିମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ବୟସ୍କ ଲୋକ ତାଙ୍କୁ କହିଲେ ଯେ ତାଙ୍କ ଜୀବନକାଳ ଭିତରେ ଏହି ସେତୁ ନିର୍ମାଣ ହୋଇପାରିବ ବୋଲି ସେ କେବେ ଆଶା କରି ନଥିଲେ  । କିନ୍ତୁ ଆଜି ସେହି ବୟସ୍କ ବ୍ୟକ୍ତିଙ୍କର ଏବଂ ଆମ ସମସ୍ତଙ୍କର ସ୍ୱପ୍ନ ସାକାର ହୋଇପାରିଛି । 

 

 

0
0
0
s2sdefault