ବାରିପଦା(ଦିଲ୍ଲୀପ ମହାନ୍ତି ): ପହିଲି ମକର ଶୁଭ ଅବସରରେ ଓଡିଆ ଜାଗରଣ ମଂଚ ମୟୂରଭଞ୍ଜ, ବାରିପଦା ଆନୁକୁଲ୍ୟରେ ମାନ୍ୟବର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି କି ପ୍ରାତଃ ସ୍ମରଣୀୟ ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଜନ୍ମ ଜୟନ୍ତୀକୁ ସରକାରୀ ଛୁଟି ଭାବରେ ଘୋଷଣା କରିବା ପାଇଁ ଆବେଦନ କରାଯାଇଅଛି । ଯେହେତୁ ମହାରାଜା ୩୬ଗୋଟି ଗଡଜାତ ରାଜ୍ୟ ଓ ସମଗ୍ର ଭାରତ ବର୍ଷରେ ୫୪୦ଟି ଗଡଜାତ ରାଜ୍ୟ ତାଙ୍କ ସଭାପତି ବା ମୁଖ୍ୟ ଉପଦେଷ୍ଟା ଭାବରେ ଗ୍ରହଣ କରିଥିଲେ । ତାଙ୍କ ଶାସନ ସମୟରେ ତାଙ୍କ ଶାସିତ ରାଜ୍ୟକୁ ମୟୂରଭଞ୍ଜର “ସୁବର୍ଣ୍ଣ ଯୁଗ” କୁହାଯାଉଥିଲା ଏବଂ ସମଗ୍ର ଭାରତବର୍ଷରେ ଗଣତନ୍ତ୍ର ଶାସନ ନଥିବା ବେଳେ ମୟୂରଭଞ୍ଜ ଗଡଜାତ ରାଜ୍ୟରେ “ପ୍ରଜାସଭା” ଥିଲା ଓ ପ୍ରଜାର ମତ ନେଇ ସେ ଆଇନ ପ୍ରଣୟନ କରୁଥିଲେ । ମୟୂରଭଞ୍ଜ “ଛଉ ନୃତ୍ୟ”କୁ ପ୍ରଦର୍ଶନ କରି ବିଶ୍ୱସ୍ତ୍ରରୀୟ ନୃତ୍ୟ ରୂପରେ ସ୍ୱୀକୃତି ପ୍ରାପ୍ତି ହୋଇଥିଲା । ସମଗ୍ର ବିଶ୍ୱ ଭ୍ରମଣ କରି ଏକ ଦକ୍ଷ ଓ କୃତୀତ୍ୱର ଚରିତ୍ର ପ୍ରଦର୍ଶନ କରିପାରିଥିଲେ । ତାଙ୍କ ଜନ୍ମ ଜୟନ୍ତୀକୁ ଛୁଟି ଘୋଷଣା ସଙ୍ଗେ ସଙ୍ଗେ ପାଠ୍ୟକ୍ରମ ଇତିହାସ ପୃଷ୍ଠାରେ ସ୍ଥାନିତ କରିବା ପାଇଁ ଦାବିପତ୍ରରେ ନିବେଦନ କରାଯାଇଅଛି । ଜାଗରଣ ମଂଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ନରେନ୍ଦ୍ର ମୋହନ ସେନାପତି, ଲୋକନାଥ ଦାସ, ପିତାମ୍ବର ମଲ୍ଲିକ, ଗୋଲକ ଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମିଶ୍ର, ଉଦୟ ନାଥ ଜେନା, ଜ୍ଞାନରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ସ୍ୱାକ୍ଷରରେ ଦାବିପତ୍ର ତଥା ତାଙ୍କ ଜୀବନି ୯ ପୃଷ୍ଠା ଏହି ଦାବିପତ୍ର ସହିତ ସଂଯୋଗ କରାଯାଇଅଛି ।
ରାଜ୍ୟ
ମୟୂରଭଞ୍ଜ ସ୍ୱର୍ଗତଃ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଜନ୍ମ ଜୟନ୍ତୀକୁ ଛୁଟି ଦିବସ ଘୋଷଣା ପାଇଁ ଦାବିପତ୍ର
- Hits: 518