ଜଗତସିଂହପୁର ରୁ ସୁମନ୍ତ କୁମାର ଦାସ : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଯାହାନପୁର ପଞ୍ଚାୟତ ର ମା ବୁଢୀ ତରଡେଇ ଠାକୁରାଣୀ ପୀଠରେ ଯାହାନପୁର ବିଜୁ ଜନତା ଦଳର କର୍ମୀ ମାନଙ୍କ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ l ଏହା ସହିତ ବିଜୁ ଜନତା ଦଳର କର୍ମୀ ଓ ଯୁବକ ମାନଙ୍କ ର ରକ୍ତଦାନ ପରି ମହତ୍ ଦାନ କାର୍ଯ୍ୟ କରିଥିବା ରୁ ସମସ୍ତ ଯୁବକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ l ବର୍ତ୍ତମାନ କରୋନା ଜ୍ଵାଳାରେ ସମସ୍ତେ ଭୟଭିତ ହେଉଥିବା ବେଳେ ସ୍ବାସ୍ଥ୍ୟ କୁ ଜଗି ରଖି ଚଳୁଥିବା ବେଳେ ଯାହାନପୁର ଯୁବକ ମାନଙ୍କ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ ପରି ସାମାଜିକ କାର୍ଯ୍ୟ କରିଥିବାରୁ ଶ୍ରୀ ଦାସ ଢେର୍ ପ୍ରଶଂସା କରିଥିଲେ l ପ୍ରତିକୂଳ ପାଗ ବର୍ଷାର ଆଗମନ ସ୍ଵତେ ପରିଶେଷରେ ଏହି କାର୍ଯ୍ୟକ୍ରମରେ ୨୭ ୟନିଟ୍ ରକ୍ତ ସଂଗୃହିତ ହୋଇଥିଲା l ଏହି କାର୍ଯ୍ୟ କ୍ରମରେ ଦିଲିପ୍ ରାମ, ପ୍ରତାପ ରାମ, ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଦାସ, ରତିକାନ୍ତ ରାୟ , ସାରଙ୍ଗ ପାଇଟlଳ, ମାନସ ମିଶ୍ର , ପ୍ରଭାତ ଦାସ , ପ୍ରୟାସ କେତନ ବେହେରା, ସୁବ୍ରତ କୁମାର ଜେନା, ଜ୍ୟୋତି ରଂଜନ ସାହୁ, ତନ୍ମୟ ସ୍ବାଇଁ , ମନ୍ମଥ କୁମାର ସ୍ବାଇଁ , ବିଶ୍ୱଜିତ୍ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିବାବେଳେ ଡକ୍ଟର ପଙ୍କଜିନି ବେହେରା ଙ୍କ ସମେତ ନିହରିକା ମହାନ୍ତି, ଦୀପକ୍ ଦାସ, ଜ୍ୟୋତିମଇ ଦାସ, ହିରନ୍ୟ ଗୋଚ୍ଛାୟତ ଶ୍ରୀବତ୍ସ ସେଠୀ ମେଡିକାଲ୍ କର୍ମଚାରୀ ସହଯୋଗ କରିଥିଲେ l
ରାଜ୍ୟ
ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୭ ୟନିଟ୍ ସଂଗୃହୀତ
- Hits: 608