ଯାଜପୁର /ବିଶ୍ୱଜିତ ମାଝୀ : ଯାଜପୁର ରୋଡ ବିଗତ ୨୦ତାରିଖ ଦିନ ଅଖିଳଭାରତ ମୋଟର ଟ୍ରାନ୍ସପୋଟ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କୁ ୬ଦଫା ଦାବି ପୁରଣ କରିବା ପାଇଁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ୬ଦଫା ଗୁଡିକ ମଧ୍ୟରୁ ମୁଖ୍ୟ ଦାବି ଥିଲା ଡିଜେଲ ଦରବୃଦ୍ଧିକୁ ହ୍ରାସ,ଟୋଲଗେଟ ଉଚ୍ଛେଦ,ଟି.ଡି.ଏସ୍ ଟ୍ରକ ବିମା ରାଶିକୁ କମ କରିବା । ଏହି ଦାବି ଗୁଡିକୁ ଓଡିଶା ଟ୍ରକ ଓନର ଫେଡ୍ରେସନ ତରଫରୁ ସମର୍ଥନ କରାଯାଇଥିଲା । ଓଡିଶା ଟ୍ରକ ଓନର ଫେଡ୍ରେସନ ନିସ୍ପତି ଅନୁସାରେ ଆଜି ସ୍ଥାନିୟ ମିଲଟାରି ଛକ ଠାରେ ଯାଜପୁର ରୋଡ ଟ୍ରକ ଆସୋସନ ତରଫରୁ ରାଜ୍ୟ ବାହାରକୁ ଯାଉଥିବା ଗାଡି ଗୁଡିକୁ ରୋକା ଯାଇଥିଲା । କାରଣ କଳିଙ୍ଗନଗର ଶିଳ୍ପାଅଞ୍ଝଳ ଓ ସୁକିନ୍ଦା କ୍ରୋମାଇଟ୍ ଖଣି ରାଜ୍ୟ ବାହାରକୁ ଅଧିକାଂଶ ଗାଡି ପରିବହନ ହେଉଛି । ଏହି ଚକା ଜାମରେ ସଭାପତି କିଶୋର ରାଉତ,ସାଧାରଣ ସମ୍ପାଦକ ବ୍ରଜ କିଶୋର ରାଉତ,ଉପ-ସଭାପତି ପ୍ରଦୁମ୍ନ ବୋଇତେଇ,ଯୁଗ୍ମ ସଂମ୍ପାଦକ ପବିତ୍ର ମହାନ୍ତି ଓ ସଂଘର ସମସ୍ତ କର୍ମକର୍ତା ଉପସ୍ତିତ ଥିଲେ ।