ଅଦିନିଆ ବର୍ଷା ହେଲା କପା ଚାଷୀଙ୍କ ମୁଣ୍ଡ ଉପରେ ବୋଝ
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ସାରା ଓଡ଼ିଶାରେ ଏବେ ଅଦିନିଆ ବର୍ଷା ଲାଗିରହିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ଅଦିନିଆ ବର୍ଷା ପ୍ରଭାବରେ କପା ଚାଷୀ ଏବେ ଚିନ୍ତାରେ | ଗତ ଏଗାର ତାରିଖ ଠାରୁ ପାଗ କୋହଲା ରହିବା ସହ ବେଳ ବେଳକୁ ବର୍ଷା ହେବା ଦ୍ବାରା ଶସ ଶହ ହେକ୍ଟର ଜମିରେ ଚାଷ ହୋଇଥିବା କପା ଓଦା ହୋଇଯାଇଛି | ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଖରା ବର୍ଷା ଶିତ କାକର ସହି ଭଲ ଅମଳ ହେବା ଆଶାରେ ଲାଗି ପଡିଥିବାବେଳେ ଅଦିନିଆ ବର୍ଷା ଚାଷୀ ର ମନୋବଳ ଭାଙ୍ଗିବା ସହ ଆର୍ଥିକ କ୍ଷତି ସହିବା ଆଶଙ୍କାରେ ଚାଷୀ ଚିନ୍ତାରେ ରହିଛନ୍ତି। ସାହୁକାର ଠାରୁ ଋଣ କରି ସାର, ମଞ୍ଜି କପା ଚାଷ ରେ ଲଗେଇ ଥିବା ବେଳେ ଅଦିନିଆ ବର୍ଷା ହେବାରୁ ବର୍ତମାନ ସାହୁକାର କପା ନେବ କି ନାହିଁ ସନ୍ଦେହରେ ରହିଛନ୍ତି ଚାଷୀ । କ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଠାରେ ନିବେଦନ କରିଛନ୍ତି। ବ୍ଲକ କୃଷି ଅଧିକାରୀ ବାରିୟାଲ୍ କିସ୍କୁଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ୪୫୬୦ ହେକ୍ଟର ଜମିରେ କପା ଚାଷ ହୋଇଛି | କିନ୍ତୁ କ୍ଷତି ହୋଇଥିବାକୁ ନେଇ ବର୍ତ୍ତମାନ ଯାଏଁ ଅଭିଯୋଗ ଆସିନାହିଁ | ଅଭିଯୋଗ ଆସିଲେ କ୍ଷତି ଆକଳନ କରି ସରକାରୀ ନିୟମ ମୁତାବକ ସହାୟତା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି |