ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ୍ ମହାମାରୀର ତୃତୀୟ ଲହରରେ ଓମିକ୍ରନ ଭୁତାଣୁ ସଂକ୍ରମଣ ଆସି ସମଗ୍ର ଦେଶବାସୀଙ୍କୁ ଭୟଭୀତ କରି ପକାଇଛି। ସେହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ସମେତ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ମାନଙ୍କ ନିମନ୍ତେ କୋଭିଡର ବୁଷ୍ଟର ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ ଗତ ୧୦ ତାରିଖ ଠାରୁ ବିଭିନ୍ନ ଜିଲ୍ଲାଞ୍ଚଳ ସମେତ ଦେଶବ୍ୟାପୀ ଆରମ୍ଭ କରାଯାଇଛି।
ସେହି କ୍ରମରେ ଗଜପତି ଜିଲ୍ଲାରେ ମଧ୍ୟ ଏହି ବୁଷ୍ଟର ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏଥିପାଇଁ ଜିଲ୍ଲାବ୍ୟାପୀ ୬୦ ବର୍ଷ ବୟସର ୫୧ ହଜାର , ସ୍ବାସ୍ଥ୍ୟକର୍ମୀ ଯୋଦ୍ଧା ୬ ହଜାର ୫୦୦ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ୫ ହଜାର ୩୦୦ ଏଭଳି ପ୍ରାୟ ୬୩ ହଜାର ଉପରୋକ୍ତ ବର୍ଗର ବ୍ୟକ୍ତି ମାନଙ୍କୁ ବୁଷ୍ଟର ଡୋଜ୍ ଦେବାର ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବାର ଲକ୍ଷଧାର୍ଯ୍ୟ ରହିଛି ।
ଏଥିପାଇଁ ଜିଲ୍ଲାର ୭ ଗୋଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ସମେତ ପାରଳାଖେମୁଣ୍ଡି ସହରର ୨ ଗୋଟି ଯଥା:- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଟାଉନ ହଲ୍ ନିକଟସ୍ଥ ରୋଟାରୀ କମ୍ୟୁନିଟି ହଲ ଠାରେ ଏଭଳି ବୁଷ୍ଟର ଡୋଜ୍ ଟୀକାକରଣ କେନ୍ଦ୍ର କରାଯାଇଛି।
ଏହି ବୁଷ୍ଟର ଡୋଜ୍ ଟୀକା ନେବାପାଇଁ ସମ୍ପୃକ୍ତ ବର୍ଗର ବ୍ୟକ୍ତି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଏଥିପାଇଁ ଯେଉଁ ଡୋଜ୍ ନେବାର ସୁଯୋଗ ପାଇଛନ୍ତି , ତେଣୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କ୍ରମରେ ସେମାନେ ବୁଷ୍ଟର ଡୋଜ୍ ଟୀକାନେବା ପାଇଁ ସରକାରଙ୍କ ନିୟମ ମୁତାବିକ ଏଥିପାଇଁ ନିଜନାମ ଅନଲାଇନ ପଞ୍ଜିକରଣ କରି ଟୀକା ନେବାପାଇଁ ଆଗ୍ରହର ସହ ଆସିଥିଲେ।
ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ଟୀକାକରଣ କେନ୍ଦ୍ରରେ ୨ ଜଣ ଅର୍ଥାତ୍ ଜଣେ ୬୦ ବର୍ଷ ବୟସ୍କା ମହିଳା ସୁପ୍ରଭା ଭୂୟାଁ ଏବଂ ଜଣେ ସ୍ବାସ୍ଥ୍ୟକର୍ମୀ ଯୋଦ୍ଧା ନିହାରିକା ସ୍ୱାଇଁ ମଧ୍ୟ ଅନୁରୂପ ପ୍ରକାଶ କରିଛନ୍ତି ଏବଂ ଏହି ବୁଷ୍ଟର ଡୋଜ ଟୀକା ନେବାର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିଭଳି ଟାଉନହଲ ନିକଟସ୍ଥ ରୋଟାରୀ ହଲ ଟୀକାକରଣ କେନ୍ଦ୍ର ଠାରେ ୨ ଜଣ ଅର୍ଥାତ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଶ୍ରୀ ଶୁରେଶ ଚନ୍ଦ୍ର ପଣ୍ଡା ଏବଂ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ଶ୍ରୀମତୀ ମନଶ୍ୱିନୀ ପାତ୍ର କହିଛନ୍ତି ତୃତୀୟ ଲହରରେ ଯେଉଁ ଓମିକ୍ରନ ସଂକ୍ରମଣ ଆସିଛି , ସେଥିପାଇଁ ଏହି ବୁଷ୍ଟର ଡୋଜ୍ ନେବା ଫଳରେ ଏହା ରକ୍ଷା କବଚ ଭଳି କାମ କରିବ , ସେଥିପାଇଁ କେହି ଭୟଭୀତ ନ ହୋଇ ଏହି ବୁଷ୍ଟର ଡୋଜ୍ ଟୀକା ସମସ୍ତେ ଯେଉଁମାନଙ୍କ ୨ୟ ଡୋଜ୍ ନେଇ ୯ ମାସ ହୋଇଛି ସେମାନେ ଏହି ଟୀକା ନେଇଯିବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟ
କୋଭିଡ୍ ର ବୁଷ୍ଟର ଡୋଜ୍ ନେବା ପାଇଁ ବେଶ ଆଗ୍ରହ ପ୍ରକାଶ ପାଉଛି
- Hits: 464