ବୋଲଗଡ :ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସନପଦର ଗ୍ରାମପଞ୍ଚାୟତ ଅଧିନ ରାସୋଳ ଗ୍ରାମରେ ମା କୁଣ୍ଡାଖାଇ ସେବା ସଙ୍ଘ ତରଫରୁ ଆୟୋଜିତ ହୋଇଛି ଅସହାୟ ମାନଙ୍କୁ ଓ ଭିର୍ଣ୍ଣକ୍ଷମ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ l ଯୁବ ସମାଜ ସେବୀ ସତ୍ୟନାରାୟଣ ବାରିକଙ୍କ ତତ୍ୱାବଧାନରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସୁନାଖଳା ର ଯୁବ ସମାଜ ସେବୀ ଶ୍ରୀଯୁକ୍ତ ଜଗନ କୁମାର ନାୟକ, ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ରାଜସୁନାଖଳାମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବସ୍ତି, ସାନମାନିତ ଅତିଥି ଭାବରେ ଯୋଗଦେଇଥିଲେ ବରିଷ୍ଠ ସମାଜ ସେବୀ ପ୍ରତାପ କୁମାର ବେହେରା ଓ ବିଶ୍ୱନାଥ ବେହେରା ଆଦି ଯୋଗ ଦେଇଥିଲେ l 13ଜଣ ଅସହାୟ ପୁରୁଷ ଓ 17ଜଣ ମହିଳା ଓ 2ଜଣ ଭିର୍ନକ୍ଷ୍ୟମ ମାନଙ୍କୁ ଏହିକାର୍ଯ୍ୟକ୍ରମ ରେ କମ୍ବଳ ପ୍ରଦାନ କରାଯାଇଥିଲା l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗନ କୁମାର ନାୟକ ଭିର୍ଣ୍ଣକ୍ଷମ ଲିପସା ରାଣୀ ବେହେରାଙ୍କୁ କମ୍ବଳ ସହିତ ପାଞ୍ଚ ହଜାର ଟଙ୍କା (5000)ପ୍ରଦାନ କରିଥିଲେ l ଯାହାଫଳରେ ଶ୍ରୀ ନାୟକ ରାସୋଳ ଗ୍ରାମବାସୀଙ୍କ ତରଫରୁ ପ୍ରଶଂସାର ପାତ୍ର ହୋଇଥିଲେ l ସମସ୍ତ ଅତିଥି ମାନେ ଗ୍ରାମବାସୀଙ୍କୁ ବାସ୍ତବରେ ମାନବ ସେବା ହିଁ ମାଧବ ସେବା ବୋଲି ବୁଝାଇଥିଲେ l
ଏହି ସେବା ସଙ୍ଘ ଏହିଭଳି ଭାବରେ ନିଆରା କାର୍ଯ୍ୟକ୍ରମ କରି ଦୀଘ୍ରାୟୁ ହେଉ ଏବଂ ଆହୁରି ଆଗକୁ ବଢୁ ବୋଲି ସମସ୍ତେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରିଥିଲେ l ରାସୋଳ ଗ୍ରାମର ଗ୍ରାମ ବାସୀ ଓ ମା କୁଣ୍ଡାଖାଇ ସେବା ସଙ୍ଘ ର ସମସ୍ତ ସଭ୍ୟ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହୋଇଥିଲା l କିଶୋର ଦାସ, ବୁଦ୍ଧିନାଥ ବେହେରା, ପବିତ୍ର ବେହେରା, ସୁବ୍ରତ ସାହୁ, ରାଜକିଶୋର ମହଲା, ପୂର୍ଣ୍ଣ ଚନ୍ଦ୍ର ଜେନା, ନୀଳ ବଳିୟାରସିଂହ, ପ୍ରକାଶ ନାୟକ, ରମେଶ ବେହେରା, ଆନନ୍ଦ ବେହେରା, ବୈକୁଣ୍ଠ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ l ସତ୍ୟନାରାୟଣ ବାରିକ ସଭା ପରିଚାଳନା କରିଥିବା ବେଳେ ସେବା ସଙ୍ଘ ର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଲଟା ସିଂହ ଧନ୍ୟବାଦ ଅର୍ପଣ କରି ସାଫଲ୍ୟ ମଣ୍ଡିତ କରିଥିଲେ l