-
ନିଜକୁ ସବ ଇନିସ୍ପେକ୍ଟର ପରିଚୟ ଦେଇ ବନ୍ଧୁତା ସମ୍ପର୍କ ବନେଇ ଥାନା ଅଧିକାରୀ ଙ୍କୁ କଳାକନା ବୁଲେଇ ଦେଲା ଠକ |
-
ରାଜଧାନୀ ଭୁବନେଶ୍ବରରେ ୪ ଡ଼ିସିମିଲ ଜାଗା ଯୋଗାଇବା ପାଇଁ ସାଢ଼େ ୪ଲକ୍ଷ ଠକେଇ କରିଥିବା ଠକ ଗିରଫ
ସୁନ୍ଦରଗଡ :-ସୁନ୍ଦରଗଡ ଜିଲ୍ଲାରେ ଅସଲି ପୋଲିସ ଅଫିସର ନକଲି ପୋଲିସ ଅଫିସର ଙ୍କ ଠକାମି ର ଶିକାର ହେଲେ। ଲକ୍ଷେ , ଦୁଇଲକ୍ଷ ନୁହେଁ ପୁରା ସାଢ଼େ ଚାରି ଲକ୍ଷ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିଜକୁ ଦୀପକ ପଣ୍ଡା ଏବଂ ସେ ମୟୁରଭଞ୍ଜ ଜିଲ୍ଲା ବଇଶିଙ୍ଗା ଥାନାର ସବ ଇନିସ୍ପେକ୍ଟର ଭାବେ ପରିଚୟ ଦେଇ ସୁନ୍ଦରଗଡ ଜିଲ୍ଲାର ଜଣେ ମହିଳା ଥାନା ଅଧିକାରୀଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଠକି ନେଇଥିଲେ। ଭୁବନେଶ୍ୱର ରେ ଏକ ଜମି ଯୋଗାଇ ଦେବାକୁ କହି ଏହି ଟଙ୍କା ନେଇଯାଇଥିଲେ। ଜମି ନଦେଇ ପରେ ପୁଣି ଆହୁରି ଟଙ୍କା ମାଗିଥିଲେ। ଉକ୍ତ ଯୁବକଙ୍କ ବ୍ୟବହାରରେ ସନ୍ଦେହ କରି ମହିଳା ଥାନା ଅଧିକାରୀ ତାଙ୍କୁ ଟଙ୍କା ଦେବାକୁ ଡାକି ଥିଲେ ଏବଂ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ମାତ୍ର ଦୀପକ ପଣ୍ଡା ଟଙ୍କା ନଦେଇ ଉକ୍ତ ମହିଳା ଅଧିକାରୀଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚି ଦୀପକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ଏହି ଯୁବକଙ୍କ ଅସଲି ନାମ ଚତୁର୍ଭୁଜ ତାରାଇ ବୋଲି ଜଣାପଡିଛି। ଏହି ଯୁବକ ନିଜକୁ କେତେବେଳେ ପୋଲିସ ଅଧିକାରୀ ତ ଆଉ କେତେବେଳେ ଫରେଷ୍ଟ ଅଫିସର କହି ବହୁ ମହିଳାଙ୍କୁ ଠକିଥିବା ତଦନ୍ତରୁ ଜଣାପଡିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଯୁବକଙ୍କ ଠକାମିର ଶିକାର ଆଉ କେତେ ମହିଳା ହୋଇଛନ୍ତି ତାର ତଦନ୍ତ ଚାଲିଛି ବୋଲି ସୁନ୍ଦରଗଡ଼ ଏସ ପି ସାଗରିକା ନାଥ କହିଛନ୍ତି। ସୁନ୍ଦରଗଡ଼ ପୋଲିସ ଠକ ଅଭିଯୁକ୍ତକୁ ଗିରଫ କରି କେସ ନମ୍ବର ୧୪/୨୦୨୨ ଦଫା ୪୧୭, ୪୧୯, ୪୨୦, ୨୯୪, ୩୦୭, ୪୬୮, ୪୭୧, ୫୦୬, ୩୨୩, ୩୫୪ ଆଇପିସି ଧାରାରେ ଗିରଫ କରାଯାଇ ଆଜି ଟାଉନ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି |
ସୂଚନାଯୋଗ୍ୟଯେ ଏହି ଠକ ଯୁବକ ନିଜକୁ ପୋଲିସ ଅଧିକାରୀ ଦର୍ଶାଇ ଏକ ଫେଂକ ଆଇ ଡି ଖୋଲିଥିଲେ।ଏବଂ ଏହି ଆଇ ଡି ମାଧ୍ୟମରେ ମୂଖ୍ୟତଃ ମହିଳା ସରକାରୀ ଅଧିକାରୀ ମାନଙ୍କୁ ଟାର୍ଗେଟ କରୁଥିଲେ। ଫେସବୁକରେ ଏକାଧିକ ମହିଳା ପୋଲିସ ଅଧିକାରୀ ମାନେ ସାଙ୍ଗ ହିସାବରେ ରହିଛନ୍ତି | ଯାହା ଫଳରେ ଠକ ସମସ୍ତଙ୍କୁ ନିଜର ପରିଚୟ ପୋଲିସ ସବ ଇନିସ୍ପେକ୍ଟର ବୋଲି ଦେଉଛି ଏବଂ ଏହିପରି ଅନେକ ଥାନା ଅଧିକାରୀ ମଧ୍ୟ ଏହି ଠକ ଦ୍ୱାରା ଠକେଇ ହୋଇଛନ୍ତି , ରାଜ୍ୟ ରାଜଧାନୀର ମଧ୍ୟ ବିଭିନ୍ନ ଥାନାରେ ଏହି ଠକ ନାମରେ ମାମଲା ରୁଜ୍ଜୁ ହୋଇ କେସ ଦାୟର ଥିବା ଜଣାପଡ଼ିଛି | ତେଣୁ ଯେଉଁଠି ଥାନାବାବୁ ଚାଲାକ ହୋଇ ଖୋଦ ବକରା ହୋଇଗଲେ , ସେ ସ୍ଥଳେ କେମିତି ବା ଗୋବିନ୍ଦା ମାଧିଆ ଚକରା ଭଳି ସାଧାରଣ ମଣିଷ ବା କେମିତି ନିସ୍ତାର ପାଇବେ ଏଭଳି ଠକଙ୍କ ମାୟାଜାଲରୁ !!!!