ବାଲେଶ୍ଵର(ସୁଶାନ୍ତ କୁମାର ପଣ୍ଡା). ବାଲେଶ୍ବର ଜିଲ୍ଲା ରେ ପକ୍ଷୀ ଗଣନା କାର୍ଯ୍ୟ ୨୦୨୨ ଶେଷ ହୋଇ ଯାଇଛି। ବିଭିନ୍ନ ରେଞ୍ଜକୁ ୨୩ହଜାର ରୁ ଅଧିକ ପକ୍ଷୀ ଆଗମନ କରିଛନ୍ତି। ଗତ ଜାନୁୟାରୀ ୫ ତାରିଖରୁ ନୀଳଗିରି, କୁଲଡୀଆ,ଵୁଢାବଳଙ୍ଗ ନଦୀ ମୁହାଣ, ଵାହାଵଳପୁର,ତାଳସାରୀ,ସୋର ଇତ୍ୟାଦି ରେଞ୍ଜରେ ପକ୍ଷୀ ଗଣନା ବିଭାଗୀୟ ରେଞ୍ଜ ଅଧିକାରୀଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ମିଳିଥିବା ତଥ୍ୟ ରେଣୁକାୟୀ ଜିଲ୍ଲା କୁ ଦେଶୀ ଓ ବିଦେଶୀ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଛନ୍ତି।
ବନ୍ୟପ୍ରାଣୀ ଵିଭାଗ ରିପୋର୍ଟ ଅନୁସାରେ ଜିଲ୍ଲା କୁ ୨୩ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଛନ୍ତି। କୁଲଡୀଆ କୁ୪୩୬,ନୀଳଗିରି କୁ ୪୮୧, ଚାନ୍ଦିପୁର କୁ ୧୬୦୦୦,ସୋର କୁ ୧୧୪୩, ତାଳସାରୀ ଓ ଭୋଗରାଇ କୁ ୫୦୦୦ ପକ୍ଷୀ ଆସିଛନ୍ତି। ପକ୍ଷୀ ସଂଖ୍ୟା ଭିତରୁ ୧୦୧ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥିରୁ ଦେଶୀ ୬୨ ଓ ୩୯ ବିଦେଶୀ ପ୍ରଜାତିର ପକ୍ଷୀ ଆସିଛନ୍ତି।
ଗତ ବର୍ଷ ୧୪୧୫୫ ପକ୍ଷୀ ଆସିଥିଲେ । ବାଲେଶ୍ୱର ଅନୁକୂଳ ସ୍ଥାନ ଦେଖି ଏଠାକୁ ଅଧିକ ପକ୍ଷୀ ଆଗମନ କରିଛନ୍ତି। ଏଥି ମଧ୍ୟରୁ ୱେଷ୍ଟଲିଙ୍ଗ ଡ଼ଜ , ଷାଣ୍ଡଫ୍ଲୋବେର, ବ୍ରାଉନ ହେଡେଡ଼ ଗଲ୍,କ୍ରାବ ଫ୍ଲୋବେର ଇତ୍ୟାଦି ର ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଏହି ବିଦେଶୀ ପକ୍ଷୀଙ୍କ ଆଗମନ ବେଶ୍ ଉତ୍ସାହଜନକ ରହିଥିବା ବନବିଭାଗ କହିଛି।
ରାଜ୍ୟ
ବାଲେଶ୍ବର ଜିଲ୍ଲାକୁ ୨୩ ହଜାର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ।
- Hits: 331