ହେଡଲାଇନସ୍:

ଜାମ ହୋପଡିଛି ପଦ୍ମପୁର ନାଲାର ମୂଖ୍ୟ କେନାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ)- ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପଦ୍ମପୁର ନାଲାର ମୁଖ୍ୟ କେନାଲ ସମ୍ପୁର୍ଣ୍ଣ ରୁପେ ଜାମ ହୋଇ ପଡିଛି  । ମୁଖ୍ୟ କେନାଲ ମଝିରେ ଗଛଲତା ପରିପୁର୍ଣ୍ଣ ହୋଇ ପଡିଥିବାରୁ ଏହି କେନାଲରୁ ·ଷୀ ପାଣି ପାଇବା ନେଇ ଆଶଙ୍କା ଦେଖା ଦେଇଛି  । ବର୍ଷା ଋତୁ ଆରମ୍ଭ ପୁର୍ବରୁ କେନାଲର ରକ୍ଷଣାବେକ୍ଷଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗରେ ଏହା କେବଳ କାଗଜପତ୍ରରେ ସିମିତ ହୋଇଯାଇଥିବା ଦେଖିବାକୁ ମିଲୂଛି  । ରକ୍ଷଣାବେକ୍ଷଣ ନାମରେ ଅଧିକାରୀମାନେ କିଛି ପୋଷା ଠିକାଦାରମାନଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଚଲୁ କରି ଦେଇଥିବା ଅଂଚଳର ଚା ଷୀମାନେ ଅଭିଯୋଗ ଜଣାଇଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କେନାଲ ପଦ୍ମପୁର ସହର ମଧ୍ୟ ଦେଇ ଯାଇଛି ଏବଂ ସ୍ଥାନୀୟ ଭେଉଁରିଆ ଛକ ନିକଟରେ ରାସ୍ତା ଅତିକ୍ରମ କରିଛି  । କିନ୍ତୁ ଏହି କେନାଲ ସମ୍ପୁର୍ଣ୍ଣ ଭାବରେ ଜାମ ହୋଇଯାଇଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ଏହି କେନାଲ କାରଣରୁ ସହରର ଶାନ୍ତିନଗର ଅଂଚଳରେ  ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି  । କେନାଲ ମାଧ୍ୟମରେ ଜଳ ନିଷ୍କାସନ ହୋଇ ନ ପାରି ଏହି କେନାଲର ପାଣି ଶାନ୍ତିନଗରର ସମସ୍ତ ଘର ସହିତ ବଡପଡିଆକୁ ପ୍ରବେଶ କରୁଛି ଏବଂ ଏହା ଫଳରେ ଖେଳ ପଡିଆ ମଧ୍ୟ ଜଲାର୍ଣ୍ଣବ ହୋଇ ପଡୁଛି  । ଏହି ବିଷୟରେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଦିବ୍ୟସିଂ ପ୍ରଧାନଙ୍କୁ ବାରମ୍ବାର ଅଭିଯୋଗ କଲା ସତ୍ୱେ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପଡାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି  । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବୀ ଜଣାଇଛନ୍ତି  ।

 

0
0
0
s2sdefault