ହେଡଲାଇନସ୍:

ଫସଲ ବୀମା ଦାବିରେ ଆନ୍ଦୋଳନ ପାଇଁ ସଜବାଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର/ ନୀଳ ଦୀପ - ଗତ ମଋଡିର କ୍ଷତିପୁରଣ ଏବଂ କୃଷିଋଣ ଛାଡ ଦାବୀରେ ଗୁରୁବାର ଦିନ ସ୍ଥାନୀୟ ପୁର୍ତବିଭାଗ  ଡାକବଙ୍ଗଲା ପରିସରରେ ପଦ୍ମପୁର ଉପଖଣ୍ଡ ସେବା ସମବାୟ ସମିତି ସଭାପତି ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି  । ପଦ୍ମପୁର ସେବା ସମବାୟ ସମିତି ପ୍ରିତମ ମେହେର ଏବଂ ବୁଡେନ ସଭାପତି ଜୟନ୍ତ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକ ପ୍ରାରମ୍ଭରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବରଗଡ ଜିଲ୍ଲାରେ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ରାଶି ପ୍ରଦାନରେ ବୀମା କମ୍ପାନୀ ଅଯଥାରେ ସମୟ ଗଡାଇ ଚାଲିଥିବା ବିଷୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଯାଇଥିଲା  । ଏଥି ସହିତ ଆସନ୍ତା ଅଗଷ୍ଟ ୩ ତାରିଖ ସୁଦ୍ଧା ବୀମା କ୍ଷତିପୁରଣ ଦିଆ ନ ଗଲେ ଆସନ୍ତା ୪ ତାରିଖରୁ ଉପଖଣ୍ଡର ସମସ୍ତ ସେବା ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ନିଷ୍ପତି ନିଆ ଯିବା ସହିତ ସରକାରୀ ସ୍ତରରେ କୃଷିଋଣ ଛାଡ ପାଇଁ ଚର୍ଚ୍ଚା ସମ୍ପର୍କରେ ଆଲୋଚନା କରାଯାଇଥିଲା  । ସରକାର କେବଳ ଖିଲାପି ଋଣୀମାନଙ୍କ ଋଣ ଛାଡ ନ କରି ସମସ୍ତ ଚାଷୀଙ୍କ ଋଣ ଛାଡ କରିବାକୁ ମତପ୍ରକାଶ ପାଇବା ସହିତ ଏ ସମ୍ପର୍କରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଫେକ୍ସ ଯୋଗେ ପଠାଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ଦହିଗାଁ ସେବା ସମବାୟ ସମିତି ସଭାପତି ସୁଦାମ ଦାସ, କନସିଂହା ସଭାପତି ମୁରଲି ବଢେଇ, ବରିକେଲ ସଭାପତି ଗୋଲକ ମେହେର, ଜମଲା ସଭାପତି ସନ୍ତୋଷ ମେହେର, ମେଲଛାମୁଣ୍ଡା ସଭାପତି ଚକ୍ରଧର ସାହୁ, ଝାରବନ୍ଧ ସଭାପତି ବିପିନ ପାଣିଗ୍ରାହୀ, ଡଭା ସଭାପତି ଭୋଜରାଜ ବାଗ, ଲଉଡିଦର୍ହା ସଭାପତି ନନ୍ଦଲାଲ ମହାପାତ୍ର ସମେତ ବୋଡାସମ୍ବର କୃଷକ ସଙ୍ଗଠନର ଅଶୋକ ସାହୁ, ରୋହିତ ପ୍ରଧାନ, ସୁରେଶ ନନ୍ଦ, ଧନମାଲି ହାତୀ, କାର୍ତ୍ତିକ ଭୋଇ, ଟଙ୍କଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ  । 

0
0
0
s2sdefault