ହେଡଲାଇନସ୍:

ବଡକୁମାରି ଗ୍ରାମ ପଞ୍ଚାୟତ ରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୧୦୬ ୟୁନିଟ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା/ ରବି ନାରାୟଣ ସାହୁ -ଓଡ଼ିଶା ରେ ରକ୍ତାଭାବକୁ ଦୂର କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ବେଗୁନିଆ ବୋଲଗଡ଼ର ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ୱାନ କ୍ରମେ ଓ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ସଂଯୋଜନା ରେ "ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ" ରକ୍ତଦାନ ଶିବିର ବଡକୁମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଉଲ୍ଲାସ ପ୍ରଧାନ,ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ, ନାଏବ ସରପଞ୍ଚ ବିଜୟ କୁମାର ତରେଣିଆ,ସମାଜସେବୀ ପ୍ରଫୁଲ୍ଲ କୁମାର ପ୍ରଧାନ, ପଂଚାୟତ ଅଫିସର ସ୍ଵପ୍ନେଶ୍ୱର୍ ବେହେରା, ମହିଳା ସଭାପତି ନିରୁପମା ପ୍ରଧାନ, ଏମ ବି କେ ସରୋଜିନୀ ବିଶୋଇ,ବ୍ୟାଙ୍କ୍ ମିତ୍ର ରଶ୍ମିତା ମିଶ୍ର, ସମ୍ପାଦକ ରଶ୍ମିତା ସେନାପତି ସମସ୍ତ ସି ଆର ପି ଏବଂ ଇ ସି ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୋବେଇ ନାଏକ,ବ୍ଲକ୍ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି,ଯୁବ ନେତା ଶୁଭକାନ୍ତ ମହାପାତ୍ର ପ୍ରମୁଖ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଅଛି।ଏଠାରେ ସୂଚନା ଯୋଗ୍ୟ ଯେ ଆଜି ପର୍ଯ୍ୟନ୍ତ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ମୋଟ ୩୮୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଅଛି।ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ସମସ୍ତ ରକ୍ତଦାତା ଓ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault