ହେଡଲାଇନସ୍:

ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି କଟୁଛି ଜୀବନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବାପା ପରେ ମା ଆରପାରିରେ, ତିନି ଅନାଥ ଖୋଜୁଛନ୍ତି ବଞ୍ଚିବା ସାହାରା

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ନିମାଝୋଲା ଗାଁରେ ଘଟିଛି ଏକ ଦୁଃଖ ର ଘଟଣା । ବାପା ପରେ ମା ଆରପାରିରେ, ଅନାଥ ହୋଇଗଲେ ତିନି ଜଣ ପିଲା | ବଞ୍ଚିବା ପାଇଁ ସାହାରା ଖୋଜୁଛନ୍ତି, ସାହାରା ବି ନିହାତି ଜରୁରୀ । ପ୍ରଶାସନ ହେଉ କି ଅନ୍ୟ କେହି ସହୃଦ, କିଏ ସେମାନଙ୍କ ମୁଣ୍ଡ ଉପରେ ଦରଦୀ ହାତ ରଖିବେ ତାକୁ ଅପେକ୍ଷା
ସୂଚନା ଅନୁଯାୟୀ ପ୍ରାୟ ୮ ବର୍ଷ ହେବ ମୃତ ବାପା ମାଣି କଣ୍ଡାଗରୀ ଙ୍କ ମୃତ୍ୟୁ ହୋଇଯାଇଥିଲା । ମା ସିଙ୍ଗାରି କଣ୍ଡାଗରୀ ୩ଝିଅ ଓ ଗୋଟିଏ ପୁଅ କୁ ନେଇ ବହୁ ଦୁଃଖ କଷ୍ଟରେ ଚଳିଆସୁଥିଲେ । ପ୍ରଶାସନ ପକ୍ଷରୁ ୨୫ କିଲୋ ଚାଉଳ ମିଳୁଥିବା ବେଳେ ବିଧବା ଭତ୍ତା ୫୦୦ ଟଙ୍କା ରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ସେ ଅନ୍ୟ ଘରେ କାମ କରିବା ସହିତ ଲେବରକାମ କରିବାକୁ ଯାଉ ଥିଲେ । ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢା ଖର୍ଚ୍ଚ କରିଆସୁଥିଲେ ।ଏହା ପରେ ବଡ ଝିଅ ନନ୍ଦେଇ କଣ୍ଡାଗରୀକୁ ନିକଟସ୍ଥ ବେଲକଣା ଗାଁରେ ବିବାହ କରିଥିଲେ । ଭାଗ୍ୟର ବିଡ଼ମ୍ବନା ଯେ ମା ସିଙ୍ଗାରି ମଧ୍ୟ ହଟାତ ଅସୁସ୍ଥ ଅନୁଭବ କରି ଗତ ଡିସେମ୍ବର ମାସ ୨୫ତାରିଖ ଦିନ ଆରପାରିକୁ ଚାଲିଗଲେ ।ବର୍ତ୍ତମାନ ୩ ପିଲା ବାପା ମା ଛେଉଣ୍ଡ ଅନାଥ ହୋଇ ଗଲେ । ଏହି ୩ଜଣ ମଧ୍ୟରୁ ଦ୍ୱିତୀୟ ଝିଅ ଭବାନୀ କଣ୍ଡାଗରୀ (୧୨) ସପ୍ତମ ଶ୍ରେଣୀ , ତୃତୀୟ ଝିଅ ହାଇମା କଣ୍ଡାଗରୀ( ୧୧)ଷଷ୍ଠ ଶ୍ରେଣୀ ଓ ସାନ ପୁଅ ନୀଳକଣ୍ଠ କଣ୍ଡାଗରୀ (୬)ପ୍ରଥମ ଶ୍ରେଣୀରେ ପାଠ ପଡୁଛନ୍ତି ।

ଏହି ଅନାଥ ବା ବାପା ମା ଛେଉଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ,ସେମାନଙ୍କ ଘର କେମିତି ଚାଲିବ ବୋଲି ସମସ୍ତେ ଚିନ୍ତିତ ।ଏହି ଅନାଥ ପରିବାରକୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ।ଯେହେତୁ ଘର ଖଣ୍ଡିଏ ମିଳି ପାରିନାହିଁ।ଗାଁରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ।ଏହି ଅନାଥ ପରିବାରକୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଗ୍ରାମର ବିନାୟକ କଣ୍ଡାଗରି, ରଘୁ ହୁଈକା, ରକି କଣ୍ଡାଗରୀ ,ହଳ କଣ୍ଡାଗରି, ବୁର୍ସା କଣ୍ଡାଗରୀ, ନାରାୟଣ କଣ୍ଡାଗରି ପ୍ରମୁଖ ଦାବି କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଗରିବ ଅନାଥ ପିଲାଙ୍କ ସାହାରା ହେବା କିଏ।

0
0
0
s2sdefault