ଭୁବନେଶ୍ୱର : କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମିକ୍ରନ ଏବଂ ତୃତୀୟ ଲହରର ଭୟ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଭଲ ଖବର । ଓମାଇକ୍ରନରେ ଆକ୍ରାନ୍ତ ତିନି ଜଣ ସଂକ୍ରମିତ ହସ୍ପିଟାଲରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କର ଦୁଇ ନାବାଳିକା ଓମାଇକ୍ରନରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲରେ ଉତମ ଚିକିତ୍ସା ସେବା ଓ ଯତ୍ନ ପାଇ ସୁସ୍ଥ ହୋଇପାରିଛନ୍ତି ।
ନାଇଜେରିଆରୁ ଫେରିବା ପରେ କୋଭିଡ୍ ପରୀକ୍ଷାରେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗତ ଡ଼ିସେମ୍ବର ୨୧ ତାରିଖ ଦିନ ମା ଏବଂ ଦୁଇ ଝିଅଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରବର୍ତୀ ସମୟରେ ଓମାଇକ୍ରନ ଚିହ୍ନଟ ନିମନ୍ତେ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଜେନମ୍ ସିକୁଏନ୍ସିଂ ପାଇଁ ପଠାଯାଇଥିଲା । ସେମାନଙ୍କର ଓମିକ୍ରନ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା ।
ତେବେ ଏହି ତିନି ଜଣଙ୍କ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଦୀର୍ଘ ୧୪ ଦିନ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ଚେଷ୍ଟା ଓ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସେମାନେ ଡ଼ିସଚାର୍ଜ ହୋଇଛନ୍ତି ।
ସାରା ଭାରତରେ ଏବେ ଓମାଇକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫ ହୋଇଥିବା ବେଳେ ଓଡ଼ିଶାରେ ବର୍ତମାନ ସୁଦ୍ଧା ୬୧ ଜଣ ଓମାଇକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୂର୍ବରୁ ଜଣେ ଓମାଇକ୍ରନ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାର ରାତିରେ ତିନି ଜଣ ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇଛନ୍ତି ।
ରାଜ୍ୟ
ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ୩ ଓମିକ୍ରନ ସଂକ୍ରମିତ
- Hits: 304