ହେଡଲାଇନସ୍:

ଓମ୍ଫେଡ଼ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାମନାଗୁଡ଼ା ବ୍ଲକ ଗୁମୁଡା ଠାରେ 2000ଲିଟର କ୍ଷମତା ସମ୍ପନ୍ନ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ରଘୁନାଥ ଗମାଙ୍ଗ ଙ୍କ କରକମଳରେ ଉଦଘାଟନ ହୋଇଛି | ଏହି ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଟ୍ରାଇବଲ ଉମେନ ଡାଇରୀ ପ୍ରଜେକ୍ଟ ଅଧୀନରେ କରାଯାଇଛି | ଏହି ଉଦଘାଟନ ଉତ୍ସବ ବରେ ରାୟଗଡା ଡି. ଆର. ଡି. ଏ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଶ୍ରୀ ଭୀମସେନ ଶବର, ରାୟଗଡା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଭରତ ଚନ୍ଦ୍ର ଗଡ଼ ନାୟକ, କୋରାପୁଟ ମାଲକାନଗିରି ନବରଙ୍ଗପୁର ରାୟଗଡା ଆଞ୍ଚଳିକ ଦୁଗ୍ଧ ସଂଘ ର ସାଧାରଣ ପରିଚାଳକ ଶ୍ରୀ ସୁପ୍ରଭାତ କାନୁନଗୋ ଉପସ୍ଥିତ ଥିଲେ | ଆଞ୍ଚଳିକ ଦୁଗ୍ଧ ସଂଗ୍ରହ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଙ୍କ ତତ୍ଵାବଧାନରେ ଏହି ଉଦଘାଟନ ଉତ୍ସବ ସଂଗଠିତ ହୋଇଥିଲା ଦୁଗ୍ଧ ସଙ୍ଘ ର ଅନ୍ୟ କାର୍ଯ୍ୟକର୍ତ୍ତା ଯଥା - ପ୍ରକାଶ କୁମାର ମିଶ୍ର, ଚଣ୍ଡିପ୍ରସାଦ ଦାସ, ପ୍ରଶାନ୍ତ ବିଶ୍ୱାଳ, ଭବାନୀ ଶଙ୍କର ଜେନା, ସୁକାନ୍ତ କୁମାର ଲେଙ୍କା, ଲାଲୁ ଗୌଡ଼, ଆରତୀ ରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ !

0
0
0
s2sdefault