ହେଡଲାଇନସ୍:

ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ବେଆଇନ ଭତା ବଣ୍ଟନ ଅଭିଯୋଗ : ସରକାରୀ ମଞ୍ଜୁରୀ ନଥାଇ ମିଳୁଛି ଭତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୋଟ ହାତେଇବା ପାଇଁ ସରପଞ୍ଚ ଙ୍କ ହାତବାରିସି ସାଜିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ !

ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ଗ୍ରାମ ପଞ୍ଚାୟତ ରେ ଚାଲିଛି ବେଆଇନି ଭତା ବଣ୍ଟନ ସରକାରୀ ମଞ୍ଜୁରୀ ନଥାଇ  ପଞ୍ଚାୟତ ଇଲେକସସନ ରେ ଭୋଟ ହାତେଇବା ପାଇଁ ନିଜେ ସରପଞ୍ଚ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ହାତବାରିସି କରି ପ୍ରାୟ ଏକାଧିକ  ଲୋକ ଙ୍କୁ ବାର୍ଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଭତା କୁ ଜାଲିଆତି କରି ବଣ୍ଟନ କରାଯାଇଛି ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଜାଣିବା ପରେ ବିଡିଓ ଙ୍କୁ ଅଭିଯୋଗ କରିଛନ୍ତି| ଅଭିଯୋଗ ଅନୁସାରେ ଚମ୍ପାଗଡ ପଞ୍ଚାୟତ ର ଚମ୍ପାଗଡ଼ ଗ୍ରାମ ର ଜଗନ୍ନାଥ ବେହେରା ପୁର୍ଣ ଚନ୍ଦ୍ର ପରିଡା. ନକୁଳ ପରିଡା. ରତ୍ନାକର ପରିଡା. ସ୍ଵପ୍ନେଶ୍ଵର ସୁବୁଦ୍ଧି ଆଦି ଲୋକ ଙ୍କୁ ବ୍ଲକ ରେ ଭତା ଲିଷ୍ଟ ରେ ନାମ ନଥାଇ  ସରକାର ଙ୍କ ମଞ୍ଜୁରୀ ହୋଇ ଭତା ଆସିନଥିବା ବେଳେ ସରପଞ୍ଚ ଙ୍କ ସିଲ ଓ ଷ୍ଟାମ୍ପ ଥାଇ ଭତା କାର୍ଡ ବଣ୍ଟନ କରାଯାଇଛି ଏବଂ ଉକ୍ତ କାର୍ଡ ଧରି ଙ୍କୁ ଏକାଧିକ ବାର ଭତା ଟଙ୍କା ମଧ୍ୟ୍ୟ ବଣ୍ଟନ କରାଯାଇଛି ଏବଂ ନିଜେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିତାଧିକାରୀ ଙ୍କ ଘରେ ଯାଇ ଟଙ୍କା ବାଣ୍ଟି ଥିବା ଅଭିଯୋଗ ହୋଇଛି ତେବେ ପଞ୍ଚାୟତ ରେ ଭତା ଟଙ୍କା ସବୁ ହିତାଧିକାରୀ ଙ୍କୁ ମିଳୁ ଥିବା ବେଳେ ଉକ୍ତ ହିତାଧିକାରୀ ଙ୍କୁ ଘରେ ଯାଇ ଟଙ୍କା ଦିଆଯାଉଥିବାରୁ ସେମାନଙ୍କ ସନ୍ଦେହ ହେବାରୁ  ସେମାନେ ବ୍ଲକ ଯାଇ ସେମାନଙ୍କ ଲିଷ୍ଟ ଦେଖିବାରୁ ଭତା ଆସିନଥିବା ଜାଣିବାକୁ ପାଇଥିଲେ ତେବେ ଏନେଇ ଚମ୍ପାଗଡ଼ ଗ୍ରାମବାସୀ ବିଡ଼ିଓ ଙ୍କୁ ଅଭିଯୋଗ କରିବା ସହ ଏହି ଭତା ଜାଲିଆତି କରି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଏନେଇ ଚମ୍ପାଗଡ଼ ପଞ୍ଚାୟତ ଅଧିକାରୀ ଙ୍କୁ ପଚାରିବାରୁ ସେ ଭତା ଜାଲିଆତି ହୋଇଥିବା କହିବା ସହ ତାଙ୍କର ଏଥିରେ ସମ୍ପୃକ୍ତି ନଥିବା କହିଛନ୍ତି ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ବାର୍ଦ୍ଧକ୍ୟ ବିକଳାଙ୍ଗ ଓ ବିଧବା ଭଳି ଭତା କୁ କିପରି ଜାଲିଆତି କରିବା ସହ ଏଭଳି ଲୋକ ସହିତ ଏଭଳି ଜାଲିଆତି କରାଗଲା ତାହାକୁ ନେଇ ରଣପୁର ଅଞ୍ଚଳ ରେ ଚର୍ଚ୍ଚା  ଜୋର ଧରିଛି 

0
0
0
s2sdefault