ହେଡଲାଇନସ୍:

ଓଡ଼ିଆ ସାହିତ୍ୟର ସର୍ବଭାରତୀୟ ପ୍ରସାର ଓ ସାହିତ୍ୟିକଙ୍କୁ  ପ୍ରୋତ୍ସାହନ ଉପରେ ଏକାଡେମୀ ଗୁରୁତ୍ୱ ଦେଉ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ସମାରୋହ

 25-07-18-RABINDRA-MANDAP--s.jpg - 99.19 kB

ଭୁବନେଶ୍ୱର - ରାଜ୍ୟର ସାହିତ୍ୟିକାମାନଙ୍କୁ ବିଶେଷତଃ ତରୁଣ ଲେଖକମାନଙ୍କୁ ପ୍ରୋତ୍ସାହନ ସହିତ ଅନ୍ୟାନ୍ୟ ଭାରତୀୟ ଭାଷାରେ  ପୁସ୍ତକର ଅନୁବାଦ କାର୍ଯ୍ୟରେ ସାହିତ୍ୟ ଏକାଡେମୀ ଗୁରୁତ୍ୱ ଦେବାକୁ ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍ଏସ୍ଏମ୍ଇ ମନ୍ତ୍ରୀ  ପ୍ରଫୁଲ୍ଲ ସାମଲ ପରାମର୍ଶ ଦେଇଛନ୍ତି  ।ବୁଧବାର ସନ୍ଧ୍ୟାରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୧ତମ ସ୍ୱନକ୍ଷତ୍ର ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାମଲ ଏହି ମର୍ମରେ ଏକାଡେମୀ କାର୍ଯ୍ୟକ୍ରମ ବ୍ୟାପକ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି  ।

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ଏକାଡେମୀର ସଭାପତି ବିଶିଷ୍ଟ କବି ତଥା ନାଟ୍ୟକାର  ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାମଲ କହିଲେ ଯେ ଭାରତରେ ଭାଷାଭାଷୀଙ୍କ ପରିମାଣ ଅନୁପାତରେ ଓଡ଼ିଆ ଭାଷାର ସ୍ଥାନ ଦଶମ ହୋଇଥିବାବେଳେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପରେ ଓଡ଼ିଆ ଭାଷାର ପ୍ରତିଷ୍ଠ ଓ ପ୍ରଚାର  ନିମନ୍ତେ ବୁଦ୍ଧିଜୀବୀ, ଗବେଷକ, ସାହିତି୍ୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନ  ଓ ଗଣମାଧ୍ୟମଗୁଡ଼ିକର ଗୁରୁଦାୟିତ୍ୱ ରହିଛି  ।

ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାଗୁଡ଼ିକରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା  । ପ୍ରବନ୍ଧ ପ୍ରତିଯୋଗିତାର କନିଷ୍ଠବର୍ଗରେ ମୀରା ପାଢ଼ୀ(ଗଜପତି) ପ୍ରଥମ, ଶ୍ରୀତମ ପ୍ରିୟରଞ୍ଜନ(ନୟାଗଡ଼) ଦ୍ୱିତୀୟ ଓ ସ୍ୱସ୍ତିମୟୀ  ତୃତୀୟ ହୋଇଥିବାବେଳେ ବରିଷ୍ଠ ବର୍ଗରେ ସ୍ମୃତିରେଖା ଆ·ର୍ଯ୍ୟ(ଅନୁଗୋଳ) ପ୍ରଥମ, ଅଭୀପ୍ସା ତ୍ରିପାଠୀ(କେଉଁଝର) ଦ୍ୱିତୀୟ ଓ ସ୍ୱସ୍ତିକା ପାଣିଗ୍ରାହୀ(ସମ୍ବଲପୁର) ତୃତୀୟ ହୋଇଥିଲେ । କବିତା ଅ ।ବୃତି ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସୋନୀ ଶତପଥୀ(ବଲାଙ୍ଗୀର), ରଶ୍ମିତା  ଶ୍ରଦ୍ଧାଞ୍ଜଳି ପ୍ରଧାନ(ଖୋର୍ଦ୍ଧା) ମିଳିତ ଭାବରେ ପ୍ରଥମ ହୋଇଥିବାବେଳେ ସାଇଜ୍ୟୋତି ମହାରଣା(ଭଦ୍ରକ) ଦ୍ୱିତୀୟ ଓ ଅ ।ୟେଶା ଅଭିନନ୍ଦିତା(ଜଗତସିଂହପୁର)ଏବଂ ରୁଦ୍ରନାରାୟଣ ପଣ୍ଡା(କେନ୍ଦ୍ରାପଡ଼ା) ଯୁଗ୍ମ ଭାବରେ ତୃତୀୟ ହୋଇଥିଲେ । ସେହି ପ୍ରତିଯୋଗିତାର ବରିଷ୍ଠବର୍ଗରେ ସ୍ନେହାରାଣୀ ସାହୁ(ନୟାଗଡ଼),  ବିଶ୍ୱାଳ(ଢେଙ୍କାନାଳ) ଓ ଏଲିଜା ପ୍ରିୟଦର୍ଶିନୀ ମହାପାତ୍ର(ଯାଜପୁର) ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିଲେ  । ବକ୍ତୃତା ପ୍ରତିଯୋଗିତାର କନିଷ୍ଠବର୍ଗରେ ଅ ।ର୍.ଏସ୍ ଅମୃତା (ଭଦ୍ରକ), ଅଙ୍କିତା ପ୍ରିୟଦର୍ଶିନୀ ନାୟକ(ଢେଙ୍କାନାଳ) ଓ ନିର୍ଲିପ୍ତା ସାହୁ(ବରଗଡ଼)  ଦ୍ୱିତୀୟ, ତୃତୀୟ ହୋଇଥିବାବେଳେ ବରିଷ୍ଠ ବର୍ଗରେ ଦୀକ୍ଷାନ୍ତିକା ମହାନ୍ତି(କଟକ), ପ୍ରଥମ, ସ୍ୱାଗତିକା(କେନ୍ଦ୍ରାପଡ଼ା) ଦ୍ୱିତୀୟ ଓ ସମୀକ୍ଷା ନାୟକ(ଭଦ୍ରକ), ଦେବଦତ୍ତା ଦାସ(ଯାଜପୁର) ଏବଂ ବିଶ୍ୱଜିତ ପ୍ରଧାନ(ଝାରସୁଗୁଡ଼ା) ମିଳିତ ଭାବରେ ତୃତୀୟ ହୋଇଥିଲେ  । ସାଧାରଣ ଜ୍ଞାନ  କନିଷ୍ଠ ବର୍ଗରେ ପ୍ରିୟଦର୍ଶୀ ରାଉତ(ଜଗତସିଂହପୁର), ପ୍ରତୀକ କୁମାର ଦାଶ(କେନ୍ଦ୍ରାପଡ଼ା) ଓ ଅମୀୟ ମହାକୁଡ଼(ସୁବର୍ଣ୍ଣପୁର) ଏବଂ ବରିଷ୍ଠ  ବର୍ଗରେ ଋତୁପର୍ଣ୍ଣା ସାହୁ(ବାଲେଶ୍ୱର), ଅନ୍ୱେଷା ଭଞ୍ଜ(ଖୋର୍ଦ୍ଧା) ଏବଂ ପଦ୍ମଲୋଚନ ସାହୁ(ଦେବଗଡ଼) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ   । ପୁରସ୍କାର ବାବଦରେ ସେମାନଙ୍କୁ ଉପାୟନ, ପ୍ରମାଣପତ୍ର, ଅର୍ଥରାଶି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା  ।

ଓଡ଼ିଅ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ   ବିଜୟ ନାୟକ ସ୍ୱନକ୍ଷତ୍ର ଦିବସର ତାତ୍ପର୍ୟ  ଉପରେ ବକ୍ତବ୍ୟ ରଖିବା ସହିତ ପ୍ରତିଯୋଗିତାଗୁଡ଼ିକ ଅ।ମର ପ୍ରବୃତି ଓ ସଫଳତାର ସୂତ୍ର ହୋଇଥିବାବେଳେ ସହଯୋଗିତା ତାହାଠାରୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ରାଜ୍ୟର ବିଭିନ୍ନ ସ୍ଥାନରୁ ଅ ।ସିଥିବା କୃତି ପ୍ରତିଯୋଗୀମାନଙ୍କୁ  ଜଣାଇଥିଲେ । ଏକାଡେମୀର ସଚିବ ସାହିତ୍ୟିକା ଡ. ଜୟନ୍ତୀ ରଥ ସ୍ୱାଗତ ଭାଷଣ ସମେତ ଅତିଥି ପରିଚୟ ପ୍ରଦାନ କରିଥିଲେ  । କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁଦିତ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଗଦ୍ୟ ମହାଭାରତର "ବନପର୍ବ' ଓ "ଶଲ୍ୟ-ସୌସ୍ତିକ ପର୍ବ' ଦ୍ୱିତୀୟ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଶେଷରେ ଏକାଡେମୀର ସହସଚିବ ପ୍ରଦୀପ କୁମାର ପୂଜାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଗବେଷକ, ସାହିତି୍ୟକ, ଅଭିଭାବକ,  ସମେତ ଏକାଡେମୀର କାର୍ଯ୍ୟକାରୀ ପରିଷଦ ତଥା ଅର୍ଥ ସମିତିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ  ।

 

0
0
0
s2sdefault