ହେଡଲାଇନସ୍:

ବର୍ଷା ସାଜିଲାନି ଉଦ୍ଘାଟନରେ ବାଧକ : ବର୍ଷାରେ ଭିଜି ଭିଜି ଉଦ୍ଘାଟିତ କଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନିଶ୍ଚିନ୍ତକୋଇଲି ବ୍ଲକ କଟିକଟାରୁ କୋଲଣପୁର ବଜାର ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଉର୍ଧ୍ଵ ବ୍ୟୟରେ ଉଜ୍ଜଳ ଆଲୋକୀକରଣ

  • ବଜାର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଆନନ୍ଦନର ଲହରୀ

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ :-ଗାଁକୁ ସହରାଚଂଳରେ ପରିଣତ କରି ବିକାଶ ପରେ ବିକାଶ କରିବାର ଦିଗଦର୍ଶନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ରାଜ୍ୟ ସୁନାମଧନ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ସଫଳ ହୋଇପାରିଛି । ଲୋକମାନଙ୍କ ପାଇଁ ସବୁବେଳେ ସବୁ ସମୟରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ବର୍ଷା,ଶୀତ,କାକରକୁ ଖାତିର ନକରି ମନ୍ତ୍ରୀ ପ୍ରତାପ ଜେନା ପ୍ରଗତିର ଧାରା ବଜାୟ ରଖିଛନ୍ତି, ଯେତେ ବାଧାବିଘ୍ନ ଆସିଲେବି ମନ୍ତ୍ରୀ ଶ୍ରୀ ଜେନା ଙ୍କ ଅବଦାନରେ ନିଶ୍ଚିନ୍ତକୋଇଲି ଅଂଚଳ ଆଜି ବିକାଶ ପଥେ । ଏହାର ନଗ୍ନ ନମୁନା ଦେଖିବାକୁ ମିଳିଥିଲା ସୋମବାର ଦିନ ସନ୍ଧ୍ୟା ସମୟରେ ମନ୍ତ୍ରୀଙ୍କ ଦ୍ୱାରା ଉଜ୍ଜଳ ଆଲୋକୀକରଣ ଉଦ୍ଘାଟନ ସମୟରେ । ବର୍ଷା ଢୁ ଢୁ ନାଦୁଥିଲେ ମଧ୍ୟ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ବର୍ଷାରେ ଭିଜି ଭିଜି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ବଜାର ଠାରୁ କୋଲଣପୁର ବଜାର ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଉଜ୍ଜଳ ଆଲୋକୀକରଣ ଓ ଏଲଇଡ଼ି ଲାଇଟ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉଦ୍ୟମ କ୍ରମେ ଗାଁର ବିକାଶ ଗାଁର ପ୍ରଗତି ଯେପରି ଗାଁ ଆଜି ସହର ସହର ଲାଗୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏପରି ବିକାଶ ଦେଖି ସମଗ୍ର ଅଂଚଳବାସୀଙ୍କ ସମେତ ବଜାର ବ୍ୟବସାୟୀ ସଂଘ,ଆବାଳ,ବୃଦ୍ଧ,ବନିତା,ବରିଷ୍ଠ ନାଗରିକ,ବୁଦ୍ଧିଜୀବୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଜୟଗାନ କରିଥିବାର ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଅଂଚଳ ସତେଯେପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଜୟଗାନ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଯୁବନେତା ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳୀ ପଣ୍ଡା,ସବିତା ସାମଲ,ସେକ୍ ଜାହିର ମହମ୍ମଦ,ସୁଭଦ୍ରା ଦାସ,ସମାଜସେବୀ ହିମାଂଶୁଶେଖର ମହାନ୍ତି, ପ୍ରଫୁଲ୍ଲ କୁମାର ପଣ୍ଡା,ବିଭୂତିଭୂଷଣ ପଣ୍ଡା,ବ୍ରଜମୋହନ ପଣ୍ଡା,ଜ୍ୟୋତିପ୍ରକାଶ ସ୍ୱାଇଁ,ସରପଂଚ ମାନସ୍ମିତା ପଣ୍ଡା,ରୂପାଲିନ ନାୟକ,ଜିତେନ୍ଦ୍ର ମିଶ୍ର,ସମିତିସଭ୍ୟ ପ୍ରହଲ୍ଲାଦ ନାୟକ,ପ୍ରମୋଦ ପରିଡ଼ା, ବିଜେଡ଼ି ନେତା ବିପ୍ଲବ କାପ,ପ୍ରମୋଦ ସ୍ୱାଇଁ, ବଡ଼କ୍ଷୀର ପଂଚାୟତ ସଭାପତି ରାମଚନ୍ଦ୍ର ସାହୁ,ବିନୋଦ ସାମଲ,କଟକ ଜିଲ୍ଲା ବିଜ ଛାତ୍ର ଜନତା ଦଳ ସମ୍ପାଦକ ଶୁଭାଶିଷ ପାଣ୍ଡେ,ବ୍ଲକ ଛାତ୍ର ସଭାପତି ସତ୍ୟଜିତ୍ ମହାପାତ୍ର,ଉପସଭାପତି ଶୁଭେନ୍ଦୁ କୁମାର ରଥ,ବିଜୟ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ,ଶୁଭମ ଦାସ,ଏମଡ଼ି ଅମିନ୍ ଖାନ୍,ରାଜେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଉଜ୍ଜଳୀକରଣ କାର୍ଯ୍ୟକ୍ରମ ଦ୍ୱାରା କଟିକଟା ଠାରୁ କୋଲଣପୁର ପର୍ଯ୍ୟନ୍ତ ସମଗ୍ର ବଜାର, ରାସ୍ତାଘାଟ ଆଲୋକମୟ ହୋଇଉଠିଥିବାରୁ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଥିବାର ଦେଖିବାକୁ ମିଳିଥିଲା ଯାହାପାଇଁ ବଜାର ବ୍ୟବସାୟୀ ସଂଘ, ବ୍ୟବସାୟୀ ମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଭାବେ କଟିକଟା ପଂଚାୟତର ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟିତ କରିଥିଲେ ମନ୍ତ୍ରୀ ।

0
0
0
s2sdefault