ହେଡଲାଇନସ୍:

ରଣପୁର ରେ ବିଜୁଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଚାନ୍ଦପୁର ଦଶଦୋଳ ପଡିଆ ଠାରେ ବିଜୁଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ରବିବାର ସକାଳ 11ଘଂଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଥିବା ସହିଦ ରଘୁଦିବାକର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାପର୍ଣ ଦେଇ  ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ରୋଗୀ ଙ୍କୁ ଫଳବଣ୍ଟନ କରାଯାଇଥିଲା | ଏହାପରେ ମଧ୍ୟାହ୍ନ ଏକ ଘଟିକା ସମୟ ରେ ରଣପୁର ଠାରୁ ଏକ ବିରାଟ ବାଇକି ରାଲି  ବାହାରି  ଚାନ୍ଦପୁର ଦଶଦୋଳ ପଡିଆ ଠାରେ ପହଞ୍ଚିଥିଲା | ସେଠାରେ ବିଜୁଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ପଚିଶି କିଲୋ ର ମିଠାଇ କଟା ଯାଇଥିଲା | ପରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ସଭାପତି ଶ୍ରୀ ପାଣ୍ଡଵ ସେଠି ଙ୍କ ଅଧକ୍ଷତା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା. | ସେଥିରେ ବିଜୁଜନତା ଦଳ ରଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ନେତୃବୃନ୍ଦ ନିର୍ବାଚିତ ପ୍ରତିନିଧି ସରପଞ୍ଚ ସମିତିସଭ୍ୟ ବିଜୁ ଜନତା ଦଳ ସରକାର ର 25ବର୍ଷ  ର ସୁଶାସନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ର ପ୍ରମୁଖ ଯୋଜନା ବିଷୟରେ କର୍ମୀ ମାନକୁ କହିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିଭଳି ଦଳର ସମସ୍ତ ସରପଞ୍ଚ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀ ଙ୍କୁ ବିଜୟ କରାଇବା ପାଇଁ ଆହ୍ୱାନ ଦିଆଯାଇଥିଲା. ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା |

ଏଥିରେ ବୃନ୍ଦାବନପୁର. ପାଟିଆ, ମଝିଆଖଣ୍ଡ ଓ ବଜ୍ରକୋଟ ଆଦି ପଞ୍ଚାୟତ ର ବହୁ କଂଗ୍ରସ ଓ ବିଜେପି କର୍ମୀ ବିଜେଡି ରେ ସାମିଲ ହୋଇଥିଲେ  ଏବଂ ଏହାପରେ ପରଦା ମାଧ୍ୟମ ରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ସମସ୍ତ କର୍ମୀ ଓ ନେତା ଦେଖିଥିଲେ.ଏହି କାର୍ଯ୍ୟକ୍ରମ ର ରଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ନିର୍ବାଚିତ ପ୍ରତିନିଧି ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ପୂର୍ବତନ ବ୍ଲକ ଅଧକ୍ଷ ଦେବାଶିଷ ପଟ୍ଟନାୟକ , ରଣପୁର ବ୍ଲକ ସାଂସଦ ପ୍ରତିନିଧି ସ୍ଵର୍ଣପ୍ରକାଶ ରାଉତରାୟ,  ରଣପୁର ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ବନମାଳି ମହାପାତ୍ର କିଶୋର ପଟନାୟକ,  ଯୁବ ନେତା ଲିଙ୍ଗରାଜ ନାୟକ, ସଚିକାନ୍ତ ଷଡ଼ଙ୍ଗୀ,  ଗିରିଜାକାନ୍ତ ମହାପାତ୍ରଙ୍କ ସହିତ ବହୁ ସଂଖ୍ୟ ର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା   |

0
0
0
s2sdefault