ହେଡଲାଇନସ୍:

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ରକ୍ତଦାନ, ରୋଗୀଙ୍କୁ ଫଳ, କମ୍ବଳ ବିତରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ ଜେନା): ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ନେଇ ଆଜି ରାଉରକେଲା ବିଜେଡ଼ି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାଗଣ ଯୋଗ ଦେଇଥିଲେ । ଏହି ଅବସରରେ ଛେଣ୍ଡସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳା ବିଜେଡ଼ି ଓ ବିିିଜୁ ଜନତା ଦଳ ଆଇନଜୀବୀ ପକ୍ଷରୁ ୩୦ ଟି ବସ୍ତିରେ ରୋଗୀମାନଙ୍କ ମଧ୍ୟରେ ଫଳ ବଣ୍ଟନ ଓ ରାଉରକେଲା ୩୦ଟି ବସ୍ତି ମଧ୍ୟରେ ୫୦୦ କମ୍ବଳ ବଣ୍ଟନ କରାଯାଇଥିଲା । ସେହିପରି ରାଉରକେଲା ଟ୍ୟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ଥିବା ତୃପ୍ତିପେଲେସ୍ ହୋଟେଲରେ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କୋଏଲନଗର, ବନ୍ଧମୁଣ୍ଡା ଆଦିବାସୀ କ୍ଲବ, ଗୋପବନ୍ଧୁପାଲ୍ଲୀ ବସ୍ତିରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଜେଡ଼ି ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ମହିଳା ଅଧ୍ୟକ୍ଷା ଜ୍ୟୋତ୍ସା ନାୟକ ସମେତ ଜୟନ୍ତ ମିଶ୍ର, ସୁଦାମ ଦାସ, ରଶ୍ମିବାଳା ମିଶ୍ର, ଲିଟୁ ପୁହାଣ, ଶ୍ରୀଚରଣ ମହାନ୍ତି, ପିଙ୍କୁ ଜୟସ୍ୱାଲ, ଲକି ସିଂ, ଅଫରୋଜ ଅହମ୍ମଦ, ଗୁଡ଼ୁ ସୁନାର, ଚନ୍ଦନ ତରାଇ, ନାରାୟଣ ପ୍ରଧାନ, ଅଧିବକ୍ତା ସତ୍ୟନାରାୟଣ ମହାପାତ୍ର,ରଞ୍ଜନ ନାୟକ, ମ୍ରୂତ୍ୟୁଞୟ କର, ପ୍ରମୋଦ ଶର୍ମା ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault