ବରଗଡ :-ଅସି ଓ ନବେ ଦଶକ ରେ ବାଳକୋ ହଟାଓ , ଗନ୍ଧମାର୍ଦ୍ଦନ ବଚାଓ ନାରାରେ କମ୍ପି ଉଠୁଥିଲା ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ ରହିଥିବା ଗ୍ରାମ ଗୁଡିକ । ଧୀରେ ଧୀରେ ଏହି ଆନ୍ଦୋଳନ ଗାଁରୁ ବାହାରି ସହର ଓ ପରେ ରାଜଧାନୀରେ ମଧ୍ୟ ଜୋର ଧରିଥିଲା । କାରଣ ଥିଲା ଗନ୍ଧମାର୍ଦ୍ଦନ ପର୍ବତରେ ରହିଥିବା ବକ୍ସାଇଟ ଖନନ ପାଇଁ ତତ୍କାଳୀନ ସରକାର ଙ୍କର ବାଳକୋ ନାମକ ଏକ କମ୍ପାନୀ କୁ 99 ବର୍ଷ ପାଇଁ ଲିଜ ପ୍ରଦାନ କରିଥିଲେ । ଖଣି ଖନନ ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ପର୍ବତରେ ରହିଥିବା ଜୈବ ବିବିଧତା ନଷ୍ଟ ଓ ଅନେକ ଚିରସ୍ରୋତା ଝରଣା ବିଲୋପ ହେଇଯିବ ଏଥିପାଇଁ ଅଁରମ୍ଭ ହୋଇ ଥିଲା ଗନ୍ଧମାର୍ଦ୍ଦନ ଆନ୍ଦୋଳନ । ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ୩୪ତମ ବିଜୟ ଦିବସ କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁଙ୍କ ସଭାପତିତ୍ବରେ କପିଲମୁନି ଆଶ୍ରମ, ନୃସିଂହନାଥ ଠାରେ ପାଳନ ହୋଇ ଯାଇଛି।୪୦ ବର୍ଷ ପୂର୍ବେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଯେଉଁ ଡଙ୍ଗର ପ୍ରେମୀମାନେ ଓ ସଂଗ୍ରାମୀ ବଂଧୁ ମାନେ ଗନ୍ଧମାର୍ଦ୍ଦନ କୁ ସୁରକ୍ଷା କରିବା ପାଇଁ ପୁଲିସ ର ଲାଠି ମାଡ଼ ଖାଇଥିଲେ,ଜେଲ ଯାତ୍ରା କରିଥିଲେ ତାଙ୍କୁ କୋଟି କୋଟି ପ୍ରଣାମ।ସେଥି ମଧ୍ୟରୁ କିଛି ସଂଗ୍ରାମୀ ଆଜି ଆମ ଗହଣରେ ନାହାନ୍ତି । କିନ୍ତୁ ସେମାନଙ୍କ ଆନ୍ଦୋଳନ ପ୍ରତି ରହିଥିବା ଅବଦାନ ଚିରଦିନ ସ୍ମରଣୀୟ ରହିବ l ଆଜିର ନୂତନ ପିଢ଼ି ଗନ୍ଧମାର୍ଦ୍ଦନ କୁ ସୁରକ୍ଷା କରିବା ପାଇଁ କିପରି ସେମାନେ ଆମ ପାଇଁ ଲଢେଇ କରିଥିଲେ ତାହା ପ୍ରତ୍ୟେକ ଙ୍କ ପାଖକୁ ପହଂଚିବା ନିହାତି ଆବଶ୍ୟକ । ବିଗତ ଦିନରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସାରା ଭାରତ ବର୍ଷରେ ଏକ ସଫଳ ଆନ୍ଦୋଳନର ପରିଚୟ ପାଇଥିଲା । ପାଇକମାଲ ସରପଞ୍ଚ ଧବଳେଶ୍ଵର ସାହୁ,ମୋହନ ଜଗତ,ନକୁଲ ମଲ୍ଲିକ,ଗିରିଶ ଡନସେନା,ଗଣେଶ ପ୍ରଧାନ,ବିଶ୍ଵନାଥ ବାଗ,ସରୋଜ ମିର୍ଦ୍ଧା,ସୁଧାଂଶୁ ବାରିକ,ଗୁପତ ବାରିକ,ରଘୁ ପଧାନ, ଡାଇମଣ୍ଡ ଭୁଏ ପ୍ରମୁଖ ଏହି ବିଜୟ ଦିବସ ରେ ସାମିଲ ହୋଇ ନିଜନିଜ ମତ ପ୍ରଦାନ କରିଥିଲେ ।
ରାଜ୍ୟ
ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର 34ତମ ବିଜୟ ଦିବସ
- Hits: 751