ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲୀଶ୍ରୀ-ମେଳା -୨୦୨୧ ୩ୟ ସନ୍ଧ୍ୟାରେ ମୀରାକେଲ ଡେନ୍ସ ଗୃଫ୍ ଗଣେଶ ବନ୍ଦନା , ପଦାମୃତ ନୃତ୍ୟାୟନ ସମ୍ବଲପୁରୀ , ବନ୍ଦେ ମାତାରମ ଡେନ୍ସ ଗୃଫ୍ ଆଦିବାସୀ ନୃତ୍ୟ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ପଲ୍ଲୀ ନୃତ୍ୟ ସାଂସଂସ୍କୃତି କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ।
ସାଂସଂସ୍କୃତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ଶୁଭ୍ରାଂଶୁ ପଟ୍ଟନାୟକ। ଏହି ମେଳାରେ ଦ୍ଵିତୀୟ ସନ୍ଧ୍ୟାରେ ମୋଟ ୭ ଲକ୍ଷରୁ ଉର୍ଦ୍ଧ୍ବ ଓ ତୃତୀୟ ସନ୍ଧ୍ୟାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ଓରମାସ ସୂତ୍ରରୁ ଜଣାଯାଇଛି ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା "ଓରମାସ” ସଂସ୍ଥାର ଡେପୁଟି ସିଇଓ ଶ୍ରୀ ଦେବେନ୍ଦ୍ର କୁମାର କର ଏବଂ ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।
ରାଜ୍ୟ
୩ୟ ଦିନରେ ପଲ୍ଲୀଶ୍ରୀ-ମେଳା : ସାଂସଂସ୍କୃତି କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
- Hits: 409