ହେଡଲାଇନସ୍:

ଚିନ୍ତା ବଢାଇପାରେ ରିଫ୍ରାକ୍ଟିଭ୍ ତ୍ରୁଟି - ଆପଣଙ୍କର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୃଷ୍ଟି ଶକ୍ତିର ଯତ୍ନ ନେବା ଦ୍ୱାରା ଆପଣଙ୍କର ଜୀବନରେ ଉନ୍ନତି ଆସିଥାଏ 

                                                  ଡା. ଦେବୀ ଐଶ୍ୱର୍ଯ୍ୟା ଦାସ, ସିନିୟର କନ୍ସଲଟାଂଟ-ଅପ୍ଥାଲମୋଲୋଜିଷ୍ଟ, ଡା.ଅଗ୍ରୱାଲ୍ସ ଆଇ ହସ୍ପିଟାଲ, କଟକ

ମହାମାରୀ ହେତୁ ନିକଟରେ ଆମର ଜୀବନଶୈଳୀରେ ଅନେକ ପରିବର୍ତନ ଦେଖା ଦେଇଛି । ଏହା ସହିତ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ମଧ୍ୟ ଦେଖାଯାଉଛି । ସେଗୁଡ଼ିକ ମଧ୍ୟରୁ ରିଫ୍ରାକଟିଭ୍ ତ୍ରୁଟି ହେଉଛି ଏକ ପ୍ରମୁଖ ସମସ୍ୟା ଯାହାର ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ବୃଦ୍ଧି ପାଉଛି । ଘରେ ଦୀର୍ଘ ସମୟ ଧରି ରହିବା ଓ ଅଧିକ ସମୟ ପର୍ଯ୍ୟନ୍ତ ସ୍କ୍ରିନ ସମ୍ମୁଖରେ କାର୍ଯ୍ୟ କରିବା ଦ୍ୱାରା ଏହି ସମସ୍ୟା ଦେଖାଯାଉଛି । ଅଧିକ ସମୟ ଧରି ସ୍କ୍ରିନର ନିକଟରେ ରହି କାର୍ଯ୍ୟ କରିବା ଦ୍ୱାରା ରିଫ୍ରାକଟିଭ୍ ସମସ୍ୟା ବୃଦ୍ଧି ହେବାର ବିପଦ ଦେଖା ଦେଇଥାଏ । ଯେତେବେଳେ ରିଫ୍ରାକଟିଭ୍ ତ୍ରୁଟି ଆପଣଙ୍କର ଆଖିର ଆକାର ଧାରଣ କରେ, ସେତେବେଳେ ଚକ୍ଷୁ ସଠିକ ଭାବରେ ଆଲୋକ ଉପରେ ଫୋକସ୍ କରିପାରିନଥାଏ ଯଦ୍ୱାରା ଆଖିକୁ ଜାଲୁଜାଲୁଆ ଦେଖାଯାଏ ଓ ପଢ଼ିବାରେ ସମସ୍ୟା ଦେଖାଦିଏ । ଏହା ସହିତ ଚକ୍ଷୁରେ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ରିଫ୍ରାକଟିଭ୍ ଜନିତ ସମସ୍ୟା ହେତୁ ସାଧାରଣ ଭାବରେ ଦେଖାଯାଉଥବା ସମସ୍ୟା ଗୁଡ଼ିକ ହେଉଛି :
• ମାୟୋପିଆ – ସମୀପ ଦୃଷ୍ଟିଦୋଷ, ଯାହାକି ଆଇବଲରେ ଲମ୍ବର ବୃଦ୍ଧି କାରଣରୁ ହୋଇଥାଏ; ଯାହାକି ପ୍ରାୟତଃ ୧୫-୪୯ ପ୍ରତିଶତ ବୟସ୍କଙ୍କ ମଧ୍ୟରେ ହୋଇଥାଏ ତଥା ୧.୨-୪୨ ପ୍ରତିଶତ ଯୁବକମାନଙ୍କ ଠାରେ ଦେଖା ଯାଇଥାଏ ।
• ହାଇପରୋପିଆ – ଦୂର ଦୃଷ୍ଟିଦୋଶ, ଯାହାକି ଆଇବଲର ହ୍ରାସ ବା କର୍ଣ୍ଣିଆ ସଠିକ୍ ଭାବରେ ବକ୍ର ନହେବା କାରଣରୁ ହୋଇଥାଏ । ଏହା ସାଧାରଣତଃ ଯୁବକ ଓ ବୟସ୍କ ଲୋକମାନଙ୍କ ଠାରେ ବିଶେଷ ଭାବରେ ଦେଖା ଯାଇଥାଏ ।
• ଆଷ୍ଟିଗମାଟିଜିମ୍ – ଚକ୍ଷୁର କର୍ଣ୍ଣିଆ ବା ଲେନ୍ସରେ ଅସ୍ୱାଭାବିକତା କାରଣରୁ ଏହି ତ୍ରୁଟି ଦେଖା ଯାଇଥାଏ । ଏହାଦ୍ୱାରା ଆଲାକ ରଶ୍ମୀ ବିଭିନ୍ନ ଦିଗକୁ ଗତି କରିଥାଏ ଓ ଯଦ୍ୱାରା ଗୋଟିଏ ସ୍ଥାନରେ ଫୋକସ୍ କରିବାରେ ସମସ୍ୟା ସୃଷ୍ଟି ହୁଏ ।
ଡା. ଦେବୀ ଐଶ୍ୱର୍ଯ୍ୟା ଦାସ, ସିନିୟର କନ୍ସଲଟାଂଟ-ଅପ୍ଥାଲମୋଲୋଜିଷ୍ଟ, ଡା.ଅଗ୍ରୱାଲ୍ସ ଆଇ ହସ୍ପିଟାଲ, କଟକ କହିଛନ୍ତି ଯେ, “ରିଫ୍ରାକଟିଭ୍ ତ୍ରୁଟି ହେଉଛି ଏକ ସବୁଠାରୁ ସାଧାରଣ ଚକ୍ଷୁ ଅବସ୍ଥା ଯାହା ଦେଶରେ ସମସ୍ତ ବୟସର ବ୍ୟକ୍ତମାନଙ୍କୁ ପ୍ରଭାବିତ କରିଥାଏ । ଉଭୟ ବଂଶଗତ (ବୟସ, ପରିବାର ଓ ଜାତି – ଏସିଆନ୍, ହିସପାନିକ୍ସ, କୌକାସିଆନ୍ସ ଓ ମିଶ୍ରିତ ସମୂହ) ଓ ପରିବେଶୀୟ କାରକ (ଅତ୍ୟଧିକ ନିକଟରୁ ରହି କାର୍ଯ୍ୟ କରିବା, କମ୍ ଆଲୋକରେ ପଢ଼ିବା, ବାହାରକୁ ନଯିବା, କମ୍ ଶାରିରୀକ କାର୍ଯ୍ୟ ଓ ଅସନ୍ତୁଳିତ ଖାଦ୍ୟ) ଆଖିକୁ ପ୍ରଭାବିତ କରିଥାଏ । ଏହା ସହିତ, ଅନ୍ୟ କେତେକ କାରକ ଯଥା ଅଧିକ ମାତ୍ରାରେ ଆଖିକୁ ଘଷିବା, ଆଲର୍ଜିକ କଞ୍ଜକଟିଭିଟିସ୍, କଂଟାକ୍ଟ ଳେନ୍ସ ବ୍ୟବହାରକାରୀ ଓ ଟୋସିସର ମଧ୍ୟ ପ୍ରମୁଖ ପ୍ରଭାବ ରହିଥାଏ ।
ଡା. ଦେବୀ ଐଶ୍ୱର୍ଯ୍ୟା ଦାସ କହିଛନ୍ତି ଯେ, “ଗତ କିଛି ବର୍ଷ ଧରି ଡିସେମ୍ବର ମାସରେ ପ୍ରାୟ ୨୦୦ ଲୋକ ପଢ଼ିବାରେ ସମସ୍ୟା ବିଷୟ ଉଲ୍ଲେଖ କରିଛନ୍ତି । ଏହା ବିଶେଷତଃ ଅନେକ ଗୁଡ଼ିଏ ଛୁଟି ଓ ପିଲାମାନଙ୍କର ଶୀତ ଦିନିଆଁ ଛୁଟି କାରଣରୁ ହୋଇପାରେ । ଏହି ସମସ୍ୟାରେ ପୀଡ଼ିତ ଅଧିକାଂଶ ରୋଗୀ ସାଧାରଣତଃ ମେଟ୍ରୋପଲିଟାନ୍ ସହରରେ ରହିଥାନ୍ତି ଯେଉଁମାନଙ୍କ ମଧ୍ୟରେ ୬୦ ପ୍ରତିଶତଙ୍କ ବୟସ ୭ ରୁ ୩୫ ବର୍ଷ ମଧ୍ୟରେ ହୋଇଥାଏ ।
ରିଫ୍ରାକଟିଭ୍ ତ୍ରୁଟିଜନିତ ସମସ୍ୟାକୁ ସଠିକ୍ କରିବା ପାଇଁ ଡା. ଦେବୀ ଐଶ୍ୱର୍ଯ୍ୟା ଦାସ ପରାମର୍ଶ ଦେଇଛନ୍ତି ଯେ, “ଅବସ୍ଥାର ତୀବ୍ରତା ଅନୁସାରେ ପରିସ୍ଥିତିକୁ ଆକଳନ କରାଯିବା ଆବଶ୍ୟକ ଓ ସେହି ଅନୁସାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ । ହାଲୁକା ବିନାଲକ୍ଷଣଯୁକ୍ତ ରିଫ୍ରାକଟିଭ୍ ସମସ୍ୟା ଥିବା ବ୍ୟକ୍ତିମାନେ ଏହି ଅବସ୍ଥାର ଉପଚାର କରିବାର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ଗ୍ଲାସ, କଂଟାକ୍ଟ ଲେନ୍ସ, ରିଫ୍ରାକଟିଭ୍ ସର୍ଜରୀ ବା ଏହି ତିନିଟିର ସମନ୍ୱୟକୁ ବାଛି ପାରିବେ । ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମସ୍ୟାର ଆକାର ବହୁତ ଅଧିକ । ତେଣୁ ଦୃଷ୍ଟି ହୀନତାଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ରିଫ୍ରାକଟିଭ୍ ତ୍ରୁଟିଜନିତ ସମସ୍ୟାର ସଠିକ୍ ସମୟରେ ଚିକିତ୍ସା କରିବା ଆବଶ୍ୟକ ।
ବର୍ଷ ପରେ ବର୍ଷ ଆଧାରରେ ରିଫ୍ରାକ୍ଟିଭ୍ ତ୍ରୁଟି ଜନିତ ସମସ୍ୟାର କର୍ଭ ଉଦ୍ଧ୍ୱର୍ମୂଖୀ (୮-୧୦ ପ୍ରତିଶତ) ରହିଛି । ଅନ୍ୟପକ୍ଷରେ ଆମେ ଏହି ସମସ୍ୟାକୁ ନିୟମିତ ଭାବରେ ଆଖିର ପରୀକ୍ଷା କରି, ସ୍କ୍ରିନ ସମୟକୁ ହ୍ରାସ କରି, ନିର୍ଦ୍ଧାରିତ ଚଷମା ବ୍ୟବହାର କରି, ୨୦ ୨୦ ୨୦ ବ୍ୟାୟାମ (ସ୍କ୍ରିନ ଟାଇମର ପ୍ରତି ୨୦ ମିନିଟ ପରେ ଆପଣଙ୍କୁ ୨୦ ଫୁଟ ଦୂରରେ ଥିବା ଏକ ବସ୍ତୁକୁ ୨୦ ସେକେଣ୍ଡ ପାଇଁ ଦେଖିବାକୁ ହେବ) ଓ ଏହା ସହିତ ଦୈନନ୍ଦିନ ଭୋଜନରେ ସ୍ୱାସ୍ଥ୍ୟକର ଖାଦ୍ୟକୁ ସାମିଲ୍ କରିବା ଉଚିତ୍ । ରିଫ୍ରାକଟିଭ୍ ତ୍ରୁଟି ସମସ୍ୟାର ସହଜ ସମାଧାନ ବ୍ୟବସ୍ଥା ରହିଥିବା ସତ୍ୱେ ଏହାର ସଠିକ୍ ଚିକିତ୍ସା କରାନଯିବା ହେତୁ ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଏହି ରୋଗର ଚିକିତ୍ସା ବ୍ୟବସ୍ଥା ରୋଗୀଙ୍କ ବୟସ ଉପରେ ନିର୍ଭର କରେ ।
ଡା. ଦେବୀ ଐଶ୍ୱର୍ଯ୍ୟା ଦାସ ଶେଷରେ କହିଛନ୍ତି ଯେ, “ରିଫ୍ରାକଟିଭ୍ ତ୍ରୁଟି ଥିବା ରୋଗୀମାନେ ଚଷମା ବା କଂଟାକ୍ଟ ଲେନ୍ସ ଦ୍ୱାରା ସହାୟତା ପାଇପାରିବେ । ଅନ୍ୟପକ୍ଷରେ ୧୮ ବର୍ଷ ବୟସରୁ ଉର୍ଧ୍ଵ ଯାହାଙ୍କର ସ୍ଥିର ରିଫ୍ରାକ୍ସନ ରହିଛି, ସେମାନେ ଲାସିକ୍, ପିଆରକେ, ସ୍ମାଇଲ୍, ଆଇସିଏଲ୍ ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରି ରୋଗୀଙ୍କ ଆବଶ୍ୟକତା ଓ ପ୍ରଯୁଜ୍ୟତା ଅନୁସାରେ ଚଷମା ବ୍ୟବହାରରୁ ମୁକ୍ତି ପାଇପାରିବେ ।

0
0
0
s2sdefault