ଭୁବନେଶ୍ୱର : ୱାନ୍ ଷ୍ଟପ୍, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଚଳିତ ବର୍ଷ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ହାଜାର୍ଡ ଆନାଲିସିସ୍ କି୍ରଟିକାଲ୍ କଂଟ୍ରୋଲ୍ ପଏଂଟ (ଏଚ୍ଏସିସିପି)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି ।
ଏଚ୍ଏସିସିପି ହେଉଛି ଏକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଯାହାକି ରୋଗୀ, ସେମାନଙ୍କ ସମ୍ପର୍କୀୟ, ହସ୍ପିଟାଲକୁ ଆସିଥିବା ବ୍ୟକ୍ତି ଏବଂ କର୍ମଚାରୀ ମାନଙ୍କୁ ସବୁ ସମୟରେ ସୁରକ୍ଷିତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉଦ୍ଧିଷ୍ଟ । ଖାଦ୍ୟ ପଦାର୍ଥ ଉତ୍ପାଦନ, ପରିଚାଳନା, ବଂଟନ ଏବଂ ଖାଦ୍ୟ ଗ୍ରହଣ ଦିଗରେ ବିଭିନ୍ନ ବିଶ୍ଳେଷଣ ଏବଂ ଜୈବିକ, ରାସାୟନିକ ଏବଂ ଶାରୀରିକ ନିୟନ୍ତ୍ରଣ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରିଥାଏ । ଏହି ପ୍ରମାଣପତ୍ର ହସ୍ପିଟାଲରେ ଉଚିତ ପ୍ରକ୍ରିୟାରେ ଖାଦ୍ୟ ସୁରକ୍ଷା ପରିଚାଳନା ଏବଂ ସୁରକ୍ଷିତ ଖାଦ୍ୟ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ରହିଥିବା ଦର୍ଶାଇଥାଏ ।
ରୋଗୀମାନଙ୍କୁ ଉତମମାନର ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବାରେ ପ୍ରତିଶ୍ରୁତିବଦ୍ଧ ନିଜର ଫୁଡ୍ ସର୍ଭିସ୍ ଡିଭିଜନକୁ ଏଚ୍ଏସିସିପି ମାନ୍ୟତା ପାଇବା ନିମନ୍ତେ ସମସ୍ତ ଆବଶ୍ୟକତା ଉପସ୍ଥାପିତ କରିଥିଲା । ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଚଳିତ ବର୍ଷର ୨୨୦୦୦ – ୨୦୧୮ ଆଇଏସ୍ଓ ଏଚ୍ଏସିସିପି ପ୍ରମାଣପତ୍ର ପାଇପାରିଛି ସମ୍ମମ୍ । ଏନ୍ଏବିଏଚ୍ ଏବଂ ଏନ୍ଏବିଏଲ୍ ମାନ୍ୟତା ପାଇବା ପରେ ଏଚ୍ଏସିସିପି ପ୍ରମାଣପତ୍ର ପାଇବାରେ ସଫଳତା ହାସଲ କରିଛି ସମ୍ମମ୍ ।
ରାଜ୍ୟ
ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍ଏସିସିପି ପ୍ରମାଣପତ୍ର
- Hits: 413