ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ - ପରିମଳ ଏବଂ ପାନୀୟ ଜଳ କ୍ଷତ୍ରରେ ବହୁ ଆଗରେ ରହିଛି ଓଡିଶା। ପ୍ରତ୍ୟେକ ଘରେ ଘରେ ବିଶୁଦ୍ଧ ପିଇବା ପାଣି ଜଗାଇବା ପାଇଁ ରାଜ୍ୟସରକାର ମିଶନ ମୋଡ଼ରେ କାମ କରୁଛନ୍ତି। ସହରାଞ୍ଚଳ ପାଇଁ ସୁଜଳ ଡ୍ରିଙ୍କ ଫ୍ରମ ଟେପ ଭଳି ଯୋଜନା । ଗ୍ରାମାଞ୍ଚଳ ପାଇଁ ଚାଲିଛି ବସୁଧା ଯୋଜନା।ଏଥି ସହିତ କେନ୍ଦ୍ରସରକାରଙ୍କର ଜଳ ଶକ୍ତି ମନ୍ତ୍ରାଳୟ ତରଫରୁ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠିରୁ ପାନୀୟ ଜଳ ପ୍ରକଳ୍ପ ପାଇଁ ସହାୟତା ମିଳୁଛି | କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାର ତୃଣମୂଳ ସ୍ତରରେ ରୂପାୟନ ବା କାର୍ଯ୍ୟକାରିତା ସେତେଟା ସୁଦୃଢ ନହେବା କାରଣରୁ ବସୁଧା ଯୋଜନା ବାଟବଣା ହେଉଛି।
ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ସିରିଝୁଲି ପଞ୍ଚାୟତର ଦସମନ୍ତପୁର ଗ୍ରାମରେ।ଏହି ଗ୍ରାମରେ ୫୫ ପରିବାର ବସବାସ କରଥିବାବେଳେ ୩୦୦ରୁ ଉର୍ଦ୍ଧ ଲୋକେ ବହୁ ବର୍ଷଧରି ରହିଆସୁଛନ୍ତି। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମ ପିଇବା ପାଣିର ସମସ୍ୟା ରହିଛି। ବର୍ଷବର୍ଷ ଧରି ଏହିଜଳ କଷ୍ଟ ଭୋଗୀ ଆସୁଛନ୍ତି ସେମାନେ । କିନ୍ତୁ ଏହି ସମସ୍ୟର ସମାଧାନ ପାଇଁ ପ୍ରଶାସନ ଦୁଇବର୍ଷ ତଳେ ବସୁଧା ଯୋଜନାରେ ୩୦୦୦୦ ଲିଟର ପାଣିଟାଙ୍କି ବିଶିଷ୍ଟ ପମ୍ପ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କଲା ଏବଂ ପ୍ରତ୍ୟେକ ଘରକୁ ପାଇପ ସହ ଟେପ ସଂଯୋଗ ମଧ୍ୟକରଗଲା । କିନ୍ତୁ ଏହି ପମ୍ପ ହାଉସ ଆରମ୍ଭରୁ ହିଁ ଅଚଳ ହୋଇ ପଡିରହିଛି। ଏହି ପମ୍ପ ହାଉସ ଚାଲୁଛି ନା ଘରକୁ ପାଣି ଆସୁଛି| ମନେ ହେଉଛି ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି। ପମ୍ପହାଉସରୁ ବୁନ୍ଦେ ପାଣି ବାହାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ଜଳକଷ୍ଟ ଭୋଗୁଛନ୍ତି ଏଠାକାର ଲୋକେ।ହେଲେ ଠିକାଦାରଙ୍କ ନିମ୍ନ ମାନର କାମ ଯୋଗୁ ଏହି ପମ୍ପ ହାଉସରେ ଗଛଲତା ମାଡିଯାଇଛି ତ କେଉଁଠି ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇ ପଡିରହିଥିବା ଚିତ୍ର ଦେଖିବାକୁ ମିଳିଛି। ଏହି ଗ୍ରାମର ୩୦୦ ସହ ଲୋକେ ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରାମରେ ଦୁଇଟି ଭଙ୍ଗା ଦଦରା ନଳକୂପ କାମକରୁଛି ସତ ହେଲେ ସେଠାରେ ପାଣିପାଇଁ ଲମ୍ବା ଲାଇନ ଲାଗୁଛି। ପ୍ରତେକ ଦିନ ଏଠି ପାଣିପାଇଁ ଗଣ୍ଡଗୋଲ ମାର ପିଟ ଦେଖିବାକୁ ମିଳିଥାଏ ପାଣି ପାଇଁ ଲୋକେ ନିକଟରେ ଥିବା ନାଳ ଉପରେ ନିର୍ଭର କରିଥାନ୍ତି। ଲୋକେ ଏହି ପାଣି ବ୍ୟବହାର କରି ଅନେକ ସମୟରେ ରୋଗରେ ଆକ୍ରାନ୍ତ ହେବାଏଠାକାର ଗ୍ରାମବାସୀ କହିଛନ୍ତି।ଏହିଗ୍ରାମର ପାନୀୟ ଜଳର ସୁବିଧା ପାଇଁ ସ୍ଥାନୀୟ ସରପଞ୍ଚ ବିଡ଼ିଓ ସମସ୍ତଙ୍କୁ ଅବଗତ କରିଛନ୍ତି | ହେଲେ କୌଣସି ସରକାରୀ ଅଫିସର ଏମାନଙ୍କ ଗୁହାରି ପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି ଉକ୍ତ ଗ୍ରାମବାସୀ।